ତାତିରେ ଡହଳବିକଳ କାନପୁର ଡ୍ୟାମ ବିସ୍ଥାପିତ

ଯୋଡ଼ା,୧୯ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବିରିକଳା ପଞ୍ଚାୟତର ୫୨୦ନଂ. ଜାତୀୟ ରାଜପଥ ନିକଟରେ ଥିବା କାର୍ତ୍ତିକା ସାହିରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ପ୍ରବଳ ତାରିରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା ନ ଥିବାରୁ ଲୋକେ ଜଳ ପାଇଁ ଡହଳବିକଳ ହେଉଛନ୍ତି। ଏ ନେଇ ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳି ନ ଥିବା କାନପୁର ଡ୍ୟାମ ପାଇଁ ବିସ୍ଥାପିତ ହୋଇ ଉକ୍ତ ସାହିରେ ରହୁଥିବା ଲୋକେ କହିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛି ବର୍ଷ ହେବ କାନପୁର ନଦୀବନ୍ଧ କାର୍ଯ୍ୟ ପାଇଁ ଗୋବିନ୍ଦପୁର ଓ ବିରିକଳା ଗ୍ରାମର ପ୍ରାୟ ୧୭ରୁ ଊଦ୍ଧର୍‌ବ ଭିଟାମାଟି ହରାଇଥିଲେ। ପରେ ବିରିକଳା ପଞ୍ଚାୟତର ୫୨୦ ନଂ. ଜାତୀୟ ରାଜପଥ ନିକଟରେ ଘର ନିର୍ମାଣ କରି ବସବାସ କରୁଛନ୍ତି। ବିସ୍ଥାପନ ଓ ଥଇଥାନ ନୀତି ଅନୁଯାୟୀ, ଯେଉଁ ଅଞ୍ଚଳରେ ୧୧ରୁ ଅଧିକ ପରିବାର ବସତି ସ୍ଥାପନ କରି ବାସ କରୁଥିବେ। ସେହି ଅଞ୍ଚଳର ମୌଳିକ ସୁବିଧା ସରକାର ଯୋଗାଇବେ। ଏଠାରେ ନିୟମକୁ ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ସରକାରଙ୍କ ପକ୍ଷରୁ ଏଠାରେ ନଳକୂପ, ପୋଖରୀ କିମ୍ବା କୂପ ଖନନ କରାଯାଇନାହିଁ। ଏଥିସହ ଜାତୀୟ ରାଜପଥର କାରଣ ସାହି ନିକଟରୁ ଉକ୍ତ ସାହିକୁ ସଂଯୋଗ ନିମନ୍ତେ ପିଚୁ ରାସ୍ତା, ବିଦ୍ୟୁତ୍‌ ସଂଯୋଗ ପ୍ରଭୃତି ସମସ୍ୟା ରହିଛି। କାନପୁର ନଦୀ ବନ୍ଧ ଯୋଜନା ପ୍ରକଳ୍ପ ନିମନ୍ତେ ତଥା କେନ୍ଦୁଝର ଜିଲାବାସୀଙ୍କ ସମୂହ ସ୍ବାର୍ଥ ପାଇଁ ନିଜର ଭିଟାମାଟିକୁ ସମର୍ପଣ କରିବା ପରେ ମଧ୍ୟ ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିବା ବିସ୍ଥାପିତ ମହେଶ୍ୱର ସାମାଡ଼, ପୂର୍ଣ୍ଣଚନ୍ଦ୍ର ନାଏକ, ବଂଶୀ ସାମାଡ଼, ବିନୋଦ ସାମାଡ଼, ପାଲ ସାମାଡ଼, ଚନ୍ଦନ ମୁଣ୍ଡା, ଗୋବିନ୍ଦ ସାମାଡ଼ ପ୍ରମୁଖ କହିଛନ୍ତି। ପ୍ରକଳ୍ପ କର୍ତ୍ତୃପକ୍ଷ ଏ ବିଷୟରେ ଜାଣି ନଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?