ଆମ ଜିଲା ଖବର

କଟକରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି

କଟକ ଅଫିସ, ୧୨।୧୧: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ସେରୋ ସର୍ଭେ ନେଇ ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା...

ଷ୍ଟ୍ରିଟ୍‌ ଲାଇଟ୍‌ରେ ଝଲସୁଛି ମାଓବାଦୀ ଗଡ଼ର ୪ ଗ୍ରାମ

ଚିତ୍ରକୋଣ୍ଡା,୧୨ା୧୧(ଡି.ଏନ୍‌.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଓବାଦୀ ଉପଦ୍ରୁତ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଲାଲଗଡ଼ ଏବେ ଜିଲା ତଥା ବ୍ଲକ ପ୍ରଶାସନଙ୍କ ଫୋକୋସ୍‌ରେ। ଯେଉଁ ଅଞ୍ଚଳରେ ଦିନେ ମାଓବାଦୀ ସମସ୍ୟା ନେଇ ବିକାଶମୂଳକ କାର୍ଯ୍ୟ ହେଇପାରୁ ନ...

ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ: ଏସ୍‌ପି

ମାଲକାନଗିରି,୧୨ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଜଡ଼ାମ୍ବ ଥାନା ଅଞ୍ଚଳରେ ମାଓବାଦୀଙ୍କ ଦ୍ୱାରା ରଖା ଯାଇଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛିା ଏ ସମ୍ବନ୍ଧରେ ମାଲକାନଗିରି ଏସ୍‌ପି ହୃଷୀକେଶ ଡି. ଖିଲାରୀ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମାଲକାନଗିରି...

ଛତିଶଗଡ଼ ବ୍ୟବସାୟୀଙ୍କ ସୁନାଗହଣା ଲୁଟ୍‌ ମାମଲା: ୬ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୧୨ା୧୧: ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ଼ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ମାମଲାର ପର୍ଦ୍ଦାଫାଶ ହୋଇଛି। ସୋହେଲା ପୋଲିସ ଏହି ମାମଲାରେ ୬ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ...

ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ

ଖୋର୍ଦ୍ଧା ଅଫିସ,୧୨ା୧୧: କିଛିଦିନର ବ୍ୟବଧାନ ପରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଆରମ୍ଭ ହୋଇଛି। ସମସ୍ତ ତହସିଲ, ବ୍ଲକ ଅଞ୍ଚଳରେ ମାସ୍କ ଚେକିଂ ଜୋରଦାର ଚାଲିଛି। ଏନେଇ ଜିଲାପାଳ ସନତ ମହାନ୍ତି ଗୁରୁବାର ଟୁଇଟ୍‌ କରି ଜଣାଇଛନ୍ତି।

ଗ୍ରୀନ୍‌ ଦୀପାବଳି ପାଳନ କରିବାକୁ ଅନୁରୋଧ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୨ା୧୧(ଡି.ଏନ୍‌.ଏ.): ଭିଡିଓ କନ୍‌ଫରେନ୍ସି ଜରିଆରେ ଜିଲାସ୍ତରୀୟ କୋଭିଡ୍‌ ପରିଚାଳନା ବୈଠକ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦୋକାନଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ବସ୍‌, ଅଟୋ, ତହସିଲ, ବ୍ଲକ କାର୍ଯ୍ୟାଳୟ ସେବା, ଚିକିତ୍ସାଳୟ ଇତ୍ୟାଦି...

ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ମା’-ପୁଅଙ୍କ ଜୀବନ

ବାହାନଗା,୧୨ା୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥର ଓଳିଆପାଟଣା ପୋଲ ନିକଟରେ ରାସ୍ତା ଦୁର୍ଘଟଣାରେ ମା’ ପୁଅଙ୍କର ମୃତ୍ୟୁ ଘଟିଛି। ସୋର ଥାନା ଅଧୀନସ୍ଥ ଖୁଣ୍ଟା ଗ୍ରାମର ବୁଦ୍ଧିରାମ ସେନାପତିଙ୍କ ସ୍ତ୍ରୀ ଶୁକ ସେନାପତି, ତାଙ୍କ...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣା: ୨ ଅଟକ

ପାଟଣାଗଡ଼,୧୨ା୧୧(ଡି.ଏନ୍‌.ଏ.): ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି। ସୂଚନା ଅନୁସାରେ, ମୃତ ବୁଲୁ ଜାନୀ ୧୦ ବର୍ଷ ତଳେ ଝାଡ଼ଖଣ୍ଡ ରାଜ୍ୟରୁ ଆସି ବଲାଙ୍ଗୀର ଜିଲା...

ଗଛରେ ପିଟି ହେଲା ବାଇକ୍‌, ୨ ଜଣଙ୍କ ଜୀବନ ଗଲା

ରିଆମାଳ ୧୨.୧୧ (ଡି଼.ଏନ.ଏ): ଦେଓଗଡ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଚାକଟେଇ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ବାଇକ ଚାଲକଙ୍କ ବେପାରୁଆ ଗାଡି ଚାଳନା ଯୋଗୁ ଭାରସାମ୍ୟ ହରାଇ ଏକ ଗଛ ପିଟିବା ଯୋଗୁ...

କଠୋର ନୁହେଁ କୋହଳ କର

ଅନୁଗୋଳ ଅଫିସ, ୧୨ା୧୧: କୋଭିଡ୍‌ କଟକଣା ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେଲା। ଧାଡ଼ିରେ ଠିଆ ହୋଇ ଲକ୍ଷାଧିକ ଭୋଟର ଭୋଟ ଦେଲେ। ତେଣୁ ପୋଲିସ ଓ ମନ୍ଦିର ପରିଚାଳନା କମିଟି ସହଯୋଗରେ ଏଣିକି ଧର୍ମାନୁଷ୍ଠାନ ଖୋଲାଯାଉ। ଭକ୍ତମାନେ ଧାଡ଼ିରେ ଯାଇ ଦିଅଁ...

ପାନୀୟ ଜଳ ପାଇଁ ଝରଣା ପାଣି ଭରସା

କୋକସରା, ୧୨।୧୧(ଡି.ଏନ.ଏ.):  କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ଭିତରେ ଥିବା ସର୍ଗିପାନୀ ଗାଁ। ବିରିମୁହାଣ ରାଜସ୍ବ ଗ୍ରାମ ଅଧୀନରେ ଥିବା ଏହି ଗାଁକୁ ଚାରିପଟୁ ଘଞ୍ଚ ଜଙ୍ଗଲ ଘେରି ରହିଛି । ଗାଁକୁ...

୪୨ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଗିରଫ

ଜଟଣୀ,୧୧ା୧୧(ଡି.ଏନ.ଏ): ବ୍ରାଉନସୁଗାର କାରବାର ଅଭିଯୋଗରେ ଜଟଣୀ ପୋଲିସ ବୁଧବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କୁଦିଆରୀ ବଜାର ଅଞ୍ଚଳର ଅବଦୁଲ ମହମ୍ମଦ। ତାଙ୍କଠାରୁ ୪୨ଗ୍ରାମ ବ୍ରାଉନସୁଗାର ଓ ୪୧,୬୦୦ଶହ ଟଙ୍କା ଜବତ ହୋଇଛି। ଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri