ଆମ ଜିଲା ଖବର

କର୍ଡନ ଭିତରେ ରହିବେ ସୀମିତ ସଂଖ୍ୟକ ପାସ୍‌ଧାରୀ

ପୁରୀ ଅଫିସ,୮ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଆସନ୍ତା ୨୦ ତାରିଖରେ ରଥଯାତ୍ରା ହେବାକୁ ଯାଉଥିବା ବେଳେ ସମସ୍ତ ନୀତିକାନ୍ତି, ଦର୍ଶନ ବ୍ୟବସ୍ଥା, ଯାତାୟାତ ଆଦି ଯେପରି ଶୃଙ୍ଖଳିତ…

ସରୁନି ବୋଟିଂ, ପାର୍କ ଓ ସ୍ମାର୍ଟ ଶ୍ମଶାନ କାମ

ଖୋର୍ଦ୍ଧା ଅଫିସ,୮ା୬: ଖୋର୍ଦ୍ଧା ପୌର ପରିଷଦ (କେଏମ୍‌ସି) ଏକପ୍ରକାର ସ୍ଥାଣୁ ପାଲଟିଛି। ସହରବାସୀଙ୍କଠାରୁ ବର୍ଷକୁ ବିଭିନ୍ନ ବାବଦକୁ କେଏମ୍‌ସି ପକ୍ଷରୁ ଲକ୍ଷାଧିକ ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ମାତ୍ର ସହରବାସୀଙ୍କୁ ମୌଳିକ ସୁବିଧା ମିଳୁନାହିଁ। ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବ୍ୟବସ୍ଥା…

ବିପର୍ଯ୍ୟୟ ମୁକାବିଲା ପାଇଁ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ ହେବ

କଟକ ଅଫିସ,୮ା୬: ପ୍ରାକୃତିକ ବିପର୍ଯ୍ୟୟ ଓ ସହରରେ ବର୍ଷାଜନିତ ଜଳବନ୍ଦୀର ମୁକାବିଲା ପାଇଁ ବୁଧବାର ଚୌଧୁରୀବଜାରସ୍ଥିତ ବିଜୁ ଭବନରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁବାସ ସିଂ ଏଥିରେ ପୌରୋହିତ୍ୟ କରିଥିବାବେଳେ…

ଘର ପୋଡ଼ିଦେଲେ ଦୁର୍ବୃତ୍ତ

ସଇଁତଲା, ୭।୬ (ଡି.ଏନ.ଏ): ବଲାଙ୍ଗୀର ଜିଲା ସଇଁତଲା ଥାନା ଅଧୀନ ଟିକ୍ରାପଡ଼ା ଫାଣ୍ଡି ଦୁକାଲଘାଟ ଗ୍ରାମରେ କେତେଜଣ ଦୁର୍ବୃତ୍ତ ଜଣକଙ୍କ ଘର ପୋଡ଼ିଦେବା ସହ ଜୀବନରେ ମାରିଦେବା ନେଇ ଧମକ ଦେଇଥିବା ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଟିକ୍ରାପଡ଼ା…

ନଦୀରେ ନିଖୋଜ ୨ଜଣଙ୍କ ମିଳିଲା ମୃତଦେହ

ମାଲକାନଗିରି,୭ା୬(ଡି.ଏନ୍‌.ଏ.): ମାଲକାନଗିରି ସଦର ମହକୁମାସ୍ଥିତ ପୋଡପଦା ନଦୀରେ ଗତ ୧ ତାରିଖରେ ୨ଟି ଡଙ୍ଗା ବୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ଏକ ସପ୍ତାହ ନ ପୂରୁଣୁ ପୁଣି ସୋମବାର ଖଇରପୁଟ ବ୍ଲକର ସେହି ନଦୀରେ ଆଉ ଏକ…

ଡ୍ରୋନ୍‌ରେ ଉଠାଉଥିଲେ ଫଟୋ: ୨ ଜଣଙ୍କୁ ଧରି ପୋଲିସ ଜିମାଦେଲେ ଗ୍ରାମବାସୀ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ନୂଆଗାଁ ପଞ୍ଚାୟତରେ ଦୁଇଜଣ ବ୍ୟକ୍ତି ଡ୍ରୋନ୍‌ ସହାୟତାରେ ବେଆଇନ ଭାବେ ଫଟୋ ଉଠାଉଥିବା ନେଇ ଗ୍ରାମବାସୀ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଅନ୍ୟପକ୍ଷେ ଏକ କମ୍ପାନୀ ପକ୍ଷରୁ କାରଖାନା ହେବାକୁଥିବା ବେଳେ…

ଗୁଣିଗାରେଡ଼ି ସନ୍ଦେହରେ ନିର୍ଯାତନା ଅଭିଯୋଗ

କେନ୍ଦୁଝର,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ନୟାକୋଟ ଥାନା ଅଧୀନ ଯାତ୍ରା ପଞ୍ଚାୟତ ଶୁକଡଳା ଗ୍ରାମର କେଶବ ବାରିକ ବୁଧବାର କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କୁ ଭେଟି ଗୁଣିଗାରେଡ଼ି ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି। କେଶବଙ୍କ ଅଭିଯୋଗ…

ଝିକିଝିକି ଗଣହତ୍ୟା ମାମଲା: ଆଖିବୁଜିଲେ ବିଚାରାଧୀନ ମୁଖ୍ୟ ଅଭିଯୁକ୍ତ, ୪ ଜଣଙ୍କୁ ମାରି ଜେଲ୍‌ ଯାଇଥିଲେ

ବରଗଡ଼ ଅଫିସ,୭ା୬: ବରଗଡ଼ ଜିଲା ଭଟଲି ଥାନା ନାରଙ୍ଗପୁର ପଞ୍ଚାୟତ ଝିକିଝିକି ଗ୍ରାମରେ ଗତ ମେ’ ୨୩ରେ ସଂଘଟିତ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ବାଗ୍‌(୫୮)ଙ୍କ ବୁଧବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ବରଗଡ଼ ସବ୍‌ଜେଲରେ ବିଚାରାଧୀନ କଏଦୀ ଭାବେ ସେ…

ମୃତକଙ୍କ ପରିବାରକୁ ୫ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭ା୬(ବ୍ୟୁରୋ): ଯାଜପୁର ରୋଡ ଷ୍ଟେଶନଠାରେ ବୁଧବାର ଅପରାହ୍ନରେ ଏକ ମାଲବାହୀ ଟ୍ରେନ୍‌ରେ କଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା…

ପ୍ରତି ସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍‌: ୫-ଟି ସଚିବ

ରାୟଗଡ଼ା,୭ା୬(ସ୍ବ.ପ୍ର.): ୫-ଟି ସଚିବ ଭି.କେ.ପାଣ୍ଡିଆନ ଦୁଇଦିନିଆ ରାୟଗଡ଼ା ଜିଲା ଗସ୍ତରେ ଆସିଛନ୍ତି। ଅପରାହ୍ନରେ ରାୟଗଡ଼ାରେ ପହଞ୍ଚି ବିଜୁ ପଟ୍ଟନାୟକ ଅଡିଟୋରିୟମକୁ ଯାଇଥିଲେ। ସେଠାରେ ଉପସ୍ଥିତ ଶତାଧିକ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିବା ସହ ଶିକ୍ଷାକ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ପିଲାଙ୍କୁ ଉତ୍ସାହିତ…

ବଜାରକୁ ଯାଇ ଘରକୁ ଫେରିନାହାନ୍ତି ନାବାଳକ ପୁଅ, ଥାନାରେ ଅଭିଯୋଗ କଲେ ବାପା

କୋକସରା,୭ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ମଜୁରସାହି ଗ୍ରାମର ବନ ବିହାରୀ ନିଆଲଙ୍କ ୧୪ ବର୍ଷର ପୁଅ ଦିନେଶ କୁମାର ନିଆଲ ( ଚିଣ୍ଟୁ ) ମଙ୍ଗଳବାରଠାରୁ ନିଖୋଜ ଅଛନ୍ତି। ଏନେଇ ତାଙ୍କ ବାପା କୋକସରା ଥାନାରେ ଅଭିଯୋଗ କରିଥିବା…

ପ୍ରଶାସନର ଦ୍ୱାରସ୍ଥ ହେଲେ ହଂସପଡ଼ା ଗ୍ରାମବାସୀ

କୋକସରା,୭ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡ଼ା ଗାଁର ମହିଳା ଓ ପୁରୁଷମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ଗାଁରେ ଥିବା ସମସ୍ତ ନଳକୂପ ଓ ପୋଖରୀ ଶୁଖିଯିବା ପରେ ଗ୍ରାମବାସୀ ସ୍ଥାନୀୟ ଟେମରା ସରପଞ୍ଚଙ୍କ ନିକଟରେ ଫେରାଦ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?