ଖରସ୍ରୋତା ଗର୍ଭରେ ଲୀନ ହେଉଛି ପଠାଜମି

କେନ୍ଦ୍ରାପଡ଼ା,୧୭ା୭(ଜଗନ୍ନାଥ ଧଳ): ଖରସ୍ରୋତା ନଦୀ କୂଳରୁ ଅତଡ଼ା ଖାଉଥିବାରୁ ପଠାରେ ଥିବା ହେକ୍ଟର ହେକ୍ଟର ଚାଷ ଉପଯୋଗୀ ଜମି ନଦୀଗର୍ଭକୁ ଚାଲିଯାଉଛି। ଏ ନେଇ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା ଗ୍ରାମର ଚାଷୀ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ଚାଷୀକୁଳ ହତାଶ ହୋଇ ପଡ଼ିଛନ୍ତି। ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯାଏ ଉର୍ବର ଚାଷ ଜମି ନଦୀରେ ଲୀନ ହୋଇଯିବ। ତ୍ୱରିତ ପଦକ୍ଷେପ ନେଇ କୂଳ ଖାଉଥିବା ସ୍ଥାନରେ ପଥର ପ୍ୟାକିଂ ଯଦି କରା ନ ଯାଏ ତେବେ ଆଗାମୀଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀ କୈଳାସ ସେଠୀ, ରବିନାରାୟଣ ସ୍ବାଇଁ, ରବୀନ୍ଦ୍ର ଗୁରୁ, ସରୋଜ କୁମାର ବେହେରା, ମନ୍ମଥ ମଲିକ, ଅନିଲ ଗୁରୁ, ପ୍ରମୋଦ ରାଉତ, ଅନିରୁଦ୍ଧ ସେଠୀ, ଦୁଃଶାସନ ସ୍ବାଇଁ, ବ୍ରହ୍ମାନନ୍ଦ ସ୍ବାଇଁ, ଅଭୟ ସ୍ବାଇଁ, ମୁରଲୀ ସେଠୀ, ଭାଗୀରଥି ସ୍ବାଇଁ ଓ ନରୋତ୍ତମ ମଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।
ଡାଳିକାଏନ୍ଦା ଗଁା ଖରସ୍ରୋତା ନଦୀ କୂଳରେ ଅବସ୍ଥିତ। ଖରସ୍ରୋତାର ମଧୁର ଜଳ ଚାଷ ଉପଯୋଗୀ ହୋଇଥିବାରୁ ଏହି ଗଁାର ଲୋକମାନେ ମୁଖ୍ୟତଃ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ଏମିତିକି ଘର ଚଳିବା ସହ ପିଲାଙ୍କ ପାଠ ପଢ଼ାଠାରୁ ହସ୍ପିଟାଲ ପର୍ଯ୍ୟନ୍ତ ଏହି ଚାଷରୁ ହିଁ ଉଠାଇଥାନ୍ତି। ଏହି ଚାଷ ଜମି ମୁଖ୍ୟତଃ ବାଦାମ, ମୁଗ, ପନିପରିବା, ବିଶେଷକରି ପୋଟଳ, ସାରଦ ଓ ଡାଳୁଅ ଧାନ ଉପଯୋଗୀ। ବିଡ଼ମ୍ବନାର ବିଷୟ କେତେକ ଜମି ଖରସ୍ରୋତାରେ ଲୀନ ହୋଇଯାଇଥିବା ବେଳେ ବଳକା ଥିବା ଜମିକୁ ସୁରକ୍ଷିତ କରିବାକୁ ଚାଷୀ ଦାବି କରିଛନ୍ତି। ଖରସ୍ରୋତା ଏବେ ଗଁାମୁହଁା ହେବାରେ ଲାଗିଛିି। ନଦୀରେ ଅତଡ଼ା ଖାଉଥିବା ସ୍ଥାନରେ ପଥର ପ୍ୟାକିଂ କରାଗଲେ ଉର୍ବର ଚାଷ ଜମି ବଞ୍ଚତ୍ ଯାଆନ୍ତା ବୋଲି ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶାଠାରୁ ଅଧିକ ଗରମ ହେଲାଣି ପ୍ରଶାନ୍ତ ମହାସାଗର; ଭାରତକୁ ମାଡି ଆସୁଛି ପ୍ରଚଣ୍ଡ ଗରମ ସହ ମରୁଡ଼ିର ବିପଦ…

ନୂଆଦିଲ୍ଲୀ,୧୭।୫: ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଏକ ନୂତନ ଚେତାବନୀ ବର୍ତ୍ତମାନ ବିଶ୍ୱବ୍ୟାପୀ ପାଣିପାଗ ବିଭାଗ ମଧ୍ୟରେ ନିରନ୍ତର ଆଲୋଚନାର ବିଷୟ। ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡୁଛି ଯେ ଆଗାମୀ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

ସୁନା କ୍ରୟକୁ ନେଇ ଆସିଲା ବଡ଼ ଖବର, ମୋଦିଙ୍କ ଅପିଲ ପରେ ୧୦ରୁ ୬ ଜଣ ବଦଳାଇଲେ ନିଷ୍ପତ୍ତି: ସର୍ଭେ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ପରେ, ଦେଶରେ ସୁନା କ୍ରୟ ସମ୍ପର୍କରେ ସାଧାରଣ ଲୋକଙ୍କ ଭାବନା ପରିବର୍ତ୍ତନ ହେଉଥିବା ପରି ମନେ ହେଉଛି। LocalCircles ଦ୍ୱାରା…

ଧରିତ୍ରୀରେ ଖବର ପ୍ରକାଶ ପରେ ଚେତିଲା ବିଭାଗ: ୩ ମାସ ପରେ କାର୍ଯ୍ୟକ୍ଷମ ହେଲା ଖଣ୍ଡହତା ପାନୀୟ ଜଳ ପ୍ରକଳ୍ପ

ଅମରପାଲି,୧୭ା୫(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରାୟ ତିନି ମାସ ଧରି ଅଚଳ ହୋଇ ପଡ଼ିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

NEET ପେପର ଲିକ୍ ପ୍ରସଙ୍ଗ; ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ରାହୁଲ, ଶିକ୍ଷାମନ୍ତ୍ରୀଙ୍କୁ କାହିଁକି….

ନୂଆଦିଲ୍ଲୀ,୧୭।୫: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ NEET ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶ୍ନ ଉଠାଇ ସେ…

IPL 2026ରେ ହଠାତ ବଦଳିଲେ RCB କ୍ୟାପଟେନ, ରଜତ ପାଟିଦାରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୭।୫: ରଜତ ପାଟିଦାର IPL 2026 ର 61 ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁନାହାଁନ୍ତି। ଏହି ମୁକାବିଲା ଉଭୟ ପଞ୍ଜାବ କିଙ୍ଗସ ଏବଂ…

ନିଆରା ପ୍ରେମ… ଚତୁର୍ଥ ଥର ପାଇଁ ବର ହେଲେ ୬୫ ବର୍ଷୀୟ ବୃଦ୍ଧ, ୬୨ ବର୍ଷୀୟ ବୃଦ୍ଧାଙ୍କୁ କଲେ ବିବାହ

ପାଟନା,୧୭ା୫: କୁହାଯାଏଯେ ପ୍ରେମ ଏବଂ ସାଥିର କୌଣସି ବୟସ ନଥାଏ । ଏହି ଭାବନାର ଏକ ହୃଦୟସ୍ପର୍ଶୀ ଉଦାହରଣ ବିହାରର ଜାମୁଇ ଜିଲାରୁ ସାମ୍ନାକୁ ଆସିଛି ।…

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri