ଆଇଚିପୁର-କଡ଼ମା ସେତୁ କାର୍ଯ୍ୟରେ ଅନିୟମିତତା

କୋରେଇ,୧୭ା୭(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ପଛିକୋଟ ପଞ୍ଚାୟତର ଆଇଚିପୁର-କଡ଼ମା ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତାର କାମୁଡ଼େଇ ଛକଠାରୁ କେନ୍ଦୁଝର ଜିଲା ସୀମା ପର୍ଯ୍ୟନ୍ତ ଭାୟା କଡ଼ମା ଦେଇ ୭କି.ମି. ରାସ୍ତାର କାର୍ଯ୍ୟ ଚାଲୁଛି। ଏହି ରାସ୍ତାର କଡ଼ମାଠାରୁ ଆଇଚିପୁର ଓ ଓସ୍ତପାଳକୁ ଯିବା ରାସ୍ତାରେ ଥିବା ଏକ ପୁରୁଣା ପୋଲକୁ ଭଙ୍ଗାଯାଇ ନୂତନ ପୋଲ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ହେଲେ ବିଡ଼ମ୍ବନାର ବିଷୟ ଠିକାଦାରଙ୍କ ମର୍ଜିରେ ଏହି ରାସ୍ତା କାମ ଚାଲୁଥିବାବେଳେ ସୁବିଧାଅସୁବିଧାକୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। ଫଳସ୍ବରୂପ ଏହି ପଞ୍ଚାୟତ ଅନ୍ତର୍ଗତ କଡ଼ମାର ଆଇଚିପୁର ଓ ଓସ୍ତପାଳ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ରାସ୍ତା ନିର୍ମାଣ ସମୟରେ ଜନସାଧାରଣଙ୍କ ଯାତାୟାତରେ ଯେପରି ବାଧା ସୃଷ୍ଟି ନ ହୁଏ ସେଥିପ୍ରତି ଠିକାଦାର ଗୁରୁତ୍ୱ ଦେବାକଥା। ହେଲେ ଏଠାରେ ପୋଲ ନିର୍ମାଣସ୍ଥଳର ଏକପାର୍ଶ୍ୱରେ ଯାତାୟାତ ନିମନ୍ତେ ମାଟିରେ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ ଅସରାଏ ବର୍ଷା ହେଲେ ଏହି ରାସ୍ତା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳୁଛି। ଏ ବିଷୟରେ ଗ୍ରାମବାସୀ ସ୍ଥାନୀୟ ନେତା, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ୨ଦିନ ହେବ ବର୍ଷା ଲାଗି ରହିଥିବାରୁ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣିଚାଲୁଛି। ଫଳରେ ଏହି ୨ ଗ୍ରାମର ଲୋକେ ପଦାକୁ ଆସିବା କଷ୍ଟସାଧ୍ୟ ହୋଇପଡ଼ିଛି। ୨ ଗ୍ରାମର ପିଲାଙ୍କୁ ନିକଟସ୍ଥ କଡ଼ମା ସ୍କୁଲକୁ ଏହି ରାସ୍ତା ଦେଇ ଯିବାକୁ ପଡ଼େ। ବର୍ତ୍ତମାନ ରାସ୍ତାରେ ପାଣି ଚାଲୁଥିବାରୁ ସ୍କୁଲ ଓ କଲେଜ ଯାଉଥିବା ପିଲା ଘରେ ବସିଛନ୍ତି। ଶନିବାର ରାତିରେ ଆମ୍ବୁଲାନ୍ସ ଗ୍ରାମକୁ ଯାଇ ନ ପାରିବାରୁ ଭାରରେ ଜଣେ ଗର୍ଭବତୀଙ୍କୁ ଗାଡ଼ିପାଖକୁ ନିଆ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିପରି ପୋଲ କାମ ପାଇଁ ପାଣି ପାଇପ କଟା ହୋଇଥିବାରୁ ୪ମାସ ଧରି ଲୋକେ ପାନୀୟ ଜଳ ପାଇପାରୁ ନାହାନ୍ତି। ସେମାନେ କୂଅ ଓ ପୋଖରୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଅସାଧୁ ମେଣ୍ଟ ଯୋଗୁ ୨ ଗ୍ରାମର ଜନସାଧାରଣ ଅସୁବିଧା ଭୋଗୁଥିବା ମତପ୍ରକାଶ ପାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ କଲ ଗ୍ରହଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଶସ୍ତା ହେଲା ୫ କେଜିଆ ଗ୍ୟାସ୍ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ନୂଆ ଦର!

ନୂଆଦିଲ୍ଲୀ,୧।୭: ମହଙ୍ଗା ମାଡ଼ ମଧ୍ୟରେ ଏବେ ଏଲପିଜି (LPG) ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ସହିତ ‘ଛୋଟ ଗ୍ୟାସ୍ ସିଲିଣ୍ଡର’ ମଧ୍ୟ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri