ମାଟି ପକାଇ ଜଳ ନିଷ୍କାସନ ପଥ ଅବରୋଧ

ବରୀ,୧୭ା୭(ମହେନ୍ଦ୍ର ସ୍ବାଇଁ): ବରୀ-କଳାମାଟିଆ ପୂର୍ତ୍ତ ବିଭାଗ ରାସ୍ତାର ବାମପାର୍ଶ୍ୱରେ ଚାଷଜମିକୁ ଜଳପ୍ରବାହିତ ଓ ଜଳ ନିସ୍କାସନ କରିବା ପାଇଁ ବାଲିବିଲ ପଞ୍ଚାୟତସ୍ଥିତ ଗାନ୍ଧି ଛକଠାରୁ କଳାମାଟିଆ ପର୍ଯ୍ୟନ୍ତ କଲର୍ଭଟ ନିର୍ମାଣ କରାଯାଇଛି। ସାରନ୍ଦାପାଟରେ ବର୍ଷା ଜଳ ଜମି ରହି ଶହଶହ ହେକ୍ଟର ଧାନ ଫସଲ ନଷ୍ଟ ହେଉଥିବାରୁ ଏହି କର୍ଲଭଟ ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥାନୀୟ ଅନ୍ୟାସୀପୁର ଗ୍ରାମର ଜଣେ ବ୍ୟକ୍ତି କଲର୍ଭଟ ଉପରେ ମାଟି ପକାଇ ଜଳ ନିସ୍କାସନ ପଥକୁ ବନ୍ଦ କରଛନ୍ତି। ଫଳରେ ବର୍ତ୍ତମାନର ବିଓଳି ଧାନ ଫସଲ ପାଣିରେ ବୁଡି ନଷ୍ଟ ହେବାରେ ଲାଗିଛି।
ଏହାକୁ ନେଇ ସ୍ଥାନୀୟ କେଁକରଡ଼ା, ଅନ୍ୟାସୀପୁର, କ୍ଷେମେଶ୍ୱର ଗ୍ରାମର ଶତାଧିକ ଚାଷୀ ପ୍ରତିବାଦ କରିଛନ୍ତି। ବନ୍ଧ କଟାଯାଇ ଜଳ ନିସ୍କାସନ ବ୍ୟବସ୍ଥା ନ ହେଲେ ଆଗାମୀ ଦିନରେ ରାସ୍ତାରେ ଧାରଣା ଦେବେ ବୋଲି ଚାଷୀ ପ୍ରଦୀପ ଜେନା, ଧନେଶ୍ୱର ସାମଲ, ପ୍ରତାପ ମଲିକ, ଫକୀର ମଲିକ, ଫକୀର ଜେନା, ରମେଶ ମଲିକ, ରାମକୃଷ୍ଣ ଦାସ, ମନୁ ସେନାପତି, ସହଦେବ ସାମଲ ପ୍ରମୁଖ ଯାଜପୁର ଜିଲାପାଳ, ପୂର୍ତ୍ତ ବିଭାଗ ଅଧିକାରୀ ଓ ବରୀ ତହସିଲଦାରଙ୍କ ନିକଟରେ ଲିଖିତ ଭାବେ ଜଣାଇଛନ୍ତି।
ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ନରୋତ୍ତମ ଦାସଙ୍କୁ ପଚାରିବାରେ ସେ କହିଛନ୍ତି, ସ୍ଥାନୀୟ ଲୋକେ ଫୋନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ସୋମବାର ବରୀ ତହସିଲଦାରଙ୍କ ଉପସ୍ଥିତିରେ ଏହାର ତଦନ୍ତ କରାଯିବ। ଯଦି ଘଟଣାର ସତ୍ୟତା ଥାଏ ତାହେଲେ ଚାଷୀଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଜଳ ନିସ୍କାସନ ପାଇଁ ବରୀ ବିଧାୟିକା ସୁନନ୍ଦା ଦାସ ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଯେଭଳି ଚାଷୀମାନେ କୌଣସି ପରିସ୍ଥିତିରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପାଳନ କରାଯିବ ବୋଲି ବିଧାୟିକା ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?