ଲୁଣାନଦୀ ସେତୁକୁ ସଂଯୋଗ ରାସ୍ତା ନାହିଁ

ଡେରାବିଶ,୧୭ା୭ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲ୍ଳକ ଅଧୀନ ଲୁଣାନଦୀର ଦାନପୁରଠାରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନର ଦାବି ଫଳରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଏକ ସେତୁ ନିର୍ମାଣ କରାଯାଇଛି। ତେବେ ଲୁଣାନଦୀ ପାର୍ଶ୍ୱରେ ଥିବା କେନ୍ଦ୍ରାପଡ଼ା କେନାଲ ଉପରେ କରାଯାଇଥିବା ସେତୁ ଲୁଣା ସେତୁକୁ ସଂଯୋଗ କରିଛି। କିନ୍ତୁ ସେତୁକୁ ସଂଯୋଗ ରାସ୍ତା ନ ଥିବା ସତ୍ତ୍ୱେ ୨୦୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ତେବେ କେନାଲ ଉପରେ ନିର୍ମିତ ସେତୁକୁ ସଂଯୋଗ କରୁଥିବା ଦାନପୁର-ଚାନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତାଟି ନିର୍ମାଣ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଓ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁ ଦୀର୍ଘ ୭ବର୍ଷ ହେବ ରାସ୍ତାଟି ସଂଯୋଗ ହୋଇପାରୁନାହିଁ। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପଚାରିଲେ କେନାଲ ଉପରେ ସେତୁକୁ ସଂଯୋଗ କରୁଥିବା ସ୍ଥାନଟି ବ୍ୟକ୍ତିଗତ ମାଲିକାନାରେ ଥିବାରୁ ତାହା ନ୍ୟାୟାଳୟର ବିଚାରାଧୀନ ଅଛି କହି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛନ୍ତି। ଏହି ରାସ୍ତାକୁ ତୁରନ୍ତ ସଂଯୋଗ କରିବାକୁ ବ୍ଲକ ଅଧୀନ ଦାନପୁର, ଯଅଁରାବାରିମୂଳ, ହରିଅଙ୍କ ଓ ଇନ୍ଦାଳୋ ପଞ୍ଚାୟତର ଅଧିବାସୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ, ଜିଲାପାଳଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ବିଭାଗୀୟ ସ୍ତରରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା ରଘୁନାଥ ଶତପଥୀ କହିଛନ୍ତି। ଶତପଥୀ କହିଛନ୍ତି, ନଦୀରେ ସେତୁ କରି ଅଧାପନ୍ତରିଆ ଅବସ୍ଥାରେ ପକାଇ ଦେଇଥିବା ପୂର୍ତ୍ତ ବିଭାଗ ପାଇଁ ଅଞ୍ଚଳର ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ମନମାନୀ ଓ ତୋଗଲକି ନୀତି ପାଇଁ ସଂଯୋଗୀକରଣ ରାସ୍ତାର କାର୍ଯ୍ୟରେ ବିଳମ୍ବ ଘଟୁଛି, ଯେଉଁଥିପାଇଁ ଅଞ୍ଚଳବାସୀଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଥିବା ଶତପଥୀ କହିଛନ୍ତି। ଅପରପକ୍ଷରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଦକ୍ଷିଣପାର୍ଶ୍ୱ ବନ୍ଧଟିକୁ ମରାମତି କରାଯାଇ ପୂର୍ତ୍ତ ବିଭାଗ ଅସ୍ଥାୟୀ ଭାବେ ଯାତାୟାତର ସୁବିଧା କରିଛନ୍ତି।
ମାତ୍ର ବ୍ରିଟିଶ ସରକାରଙ୍କ ଅମଳରୁ ଦାନପୁରଠାରେ କେନାଲ ଉପରେ ହୋଇଥିବା ଲକ୍‌ ପୋଲଟି ଏହି ରାସ୍ତାରେ ଯାତାୟାତ କରୁଥିବା ଯାନବାହନ ଓ ଲୋକଙ୍କ ପାଇଁ ମୁଖ୍ୟ ସହାୟକ ହୋଇଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଅଣଓସାରିଆ ପୋଲଟି ଉପରେ ଦୈନିକ ଶତାଧିକ ବାଲି ବୋଝେଇ ହାଇୱା, କଟକରୁ ପାଟକୁରା ଓ ଅନ୍ୟସ୍ଥାନକୁ ଆସୁଥିବା ଯାତ୍ରୀବାହୀ ବସ୍‌ ଲକ୍‌ପୋଲ ଦେଇ ଯାଉଛି। ଏଥିସହ ଲୁଣା-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳରେ ଥିବା ଡେରାବିଶ, ଗରଦପୁର ଓ ମାର୍ଶାଘାଇ ଅଞ୍ଚଳର କେତେକ ପଞ୍ଚାୟତବାସୀ ଏହି ସେତୁ ଦେଇ ଜିଲା ସଦର ମହକୁମା, କଟକ, ଭୁବନେଶ୍ୱର ସହ ଅନ୍ୟ ସ୍ଥାନକୁ ଯିବା ଆସିବା କରିଥାନ୍ତି। ଏଥିସହ ଜିଲାର ପ୍ରମୁଖ ସାପ୍ତାହିକ ହାଟ ଚାନ୍ଦୋଳ, ଚଅଁପୁର, ମାହାଳ, ଭୋଳହାଟ ଉପରେ ନିର୍ଭରଶୀଳ ପରିବା ଚାଷୀ ସହ ସାଧାରଣ ଲୋକ ସେତୁ ଉପରେ ନିର୍ଭରଶୀଳ। ଦ୍ୱୀପାଞ୍ଚଳର ଛାତ୍ରୀଛାତ୍ରମାନେ ଅଧ୍ୟୟନ କରୁଥିବା ଡେଲ୍‌ଟା, ଚାନ୍ଦୋଳ କଲେଜ ସମେତ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ ପାଇଁ ଏହି ସେତୁ ଦେଇ ଯା’ଆସ କରିଥାନ୍ତି। ଏସବୁକୁ ଦୃଷ୍ଟିରେ ରଖି ଏକ ବିପଦସଙ୍କୁଳ ପୋଲରେ ଯାତାୟାତ ବନ୍ଦ କରାଯାଇ ପୂର୍ତ୍ତ ବିଭାଗ ପକ୍ଷରୁ ଅଧାପନ୍ତରିଆ ଭାବେ ନିର୍ମାଣ ହୋଇ ପଡ଼ି ରହିଥିବା କେନାଲ ଉପର ସେତୁକୁ ତୁରନ୍ତ ସଂଯୋଗୀକରଣ ରାସ୍ତା କରିବାକୁ ପୂର୍ବତନ ସରପଞ୍ଚ ସୁଖଦାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରିଆସୁଛନ୍ତି। ହେଲେ କେନ୍ଦ୍ରାପଡ଼ାରେ ଅବସ୍ଥାପିତ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏହାକୁ ହେୟଜ୍ଞାନ କରୁଥିବା ନେଇ ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବାରୁ ଦାନପୁର ଲକ୍‌ ପୋଲ ଦେଇ ଲୁଣା ସେତୁକୁ ଅସ୍ଥାୟୀ ଭାବେ ସଂଯୋଗ କରୁଥିବା ରାସ୍ତାଟି ଆହୁରି ବିପଦପୂର୍ଣ୍ଣ ହୋଇପଡ଼ିବ। ଯଦି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଏ ବିଷୟରେ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପ୍ରଧାନ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର ନାୟକଙ୍କୁ ପଚାରିବାରୁ ଏ ବିଷୟରେ ଆପଣ ଏସ୍‌ଡିଓଙ୍କୁ ଯୋଗାଯୋଗ କରିବାକୁ କହି ଫୋନ୍‌ କାଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?