ଜଣେ ଶିକ୍ଷକରେ ଚାଲିଛି ସ୍ମାର୍ଟ ସ୍କୁଲ

ବୁଗୁଡ଼ା,୧୭ା୭(କାଳି ଚରଣ ଦାଶ): ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ – ଏହି ନାରା ଦେଇ ସରକାର ୫-ଟି ସ୍ମାର୍ଟ ସ୍କୁଲ ଆଳରେ ସ୍କୁଲଗୁଡ଼ିକର ରଙ୍ଗ ବଦଳାଇ ଚକାଚକ୍‌ କରିଥିଲେ। ହେଲେ ବୁଗୁଡ଼ା ବ୍ଲକର ଅନେକ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଯୋଗୁ ଆବଶ୍ୟକ ଶିକ୍ଷାଦାନରୁ ବଞ୍ଚିତ ହୋଇ ଛାତ୍ରୀଛାତ୍ର ହତାଶ ହୋଇ ପଡ଼ିଥିବା ବେଳେ ଅଭିଭାବକ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ରହିଥିବା ୨୭ଟି ସରକାରୀ ହାଇସ୍କୁଲ ମଧ୍ୟରୁ ଅଧିକାଂଶରେ ଶିକ୍ଷକ ମରୁଡି ଦେଖାଦେଇଥିବା ବେଳେ ଦୁର୍ଦ୍ଦଶାର ଶୀର୍ଷରେ ରହିଛି ତାଳଶାକର ଗ୍ରାମସ୍ଥ ମହାମାୟୀ ଉଚ୍ଚ ବିଦ୍ୟାଳୟ। ଏହି ଉଚ୍ଚ ବିଦ୍ୟାଳୟ ୧୯୮୬ରେ ପ୍ରତିଷ୍ଠା ହୋଇଥିବା ବେଳେ ଏହା ୧୯୯୬ରେ ସରକାରୀ ସ୍ବୀକୃତି ଲାଭ କରିଥିଲା। ଏହି ହାଇସ୍କୁଲରେ ବିଦ୍ୟାଳୟରେ କେବଳ ୨ଟି ଶ୍ରେଣୀ ରହିଥିବା ବେଳେ ନବମରେ ୭୩ ଜଣ ଓ ଦଶମରେ ୭୨ ଜଣ ହିସାବରେ ମୋଟ ୧୪୫ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପ୍ରଧାନ ଶିକ୍ଷକ ଜଣକ ଏକୁଟିଆ ହେତୁ ଦୁଇଟିଯାକ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ଗୋଟିଏ କକ୍ଷରେ ବସାଇ ନିଜର ବିଜ୍ଞାନ ଓ ଗଣିତ ବିଷୟକୁ ପଢ଼ାଉଛନ୍ତି। ଏଠାରେ ୨ ବିଜ୍ଞାନ ଟିଜିଟି, ୨ କଳା ଟିଜିଟି, ସଂସ୍କୃତ, ହିନ୍ଦୀ ଓ ପିଇଟି ପଦବୀ ଖାଲିପଡିଛି। ଆବଶ୍ୟକ ଶିକ୍ଷକ ଅଭାବ ଯୋଗୁ ଅନ୍ୟ ବିଷୟଗୁଡିକ ପଢାଯାଉ ନ ଥିବାରୁ ଛାତ୍ରୀଛାତ୍ର ସ୍କୁଲକୁ ଆସି ବିରକ୍ତ ହୋଇ ଫେରୁଛନ୍ତି। ଶିକ୍ଷକ ମରୁଡି ଯୋଗୁ ଶିକ୍ଷାଦାନ ବ୍ୟବସ୍ଥା ପୂରାପୂରି ଭୁଶୁଡି ଯାଇଥିବାରୁ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ପାଇଁ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଶିକ୍ଷା ବିଭାଗ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାହାର ସୁଫଳ କିଛି ମିଳୁନାହିଁ। ତେଣୁ ତୁରନ୍ତ ଉକ୍ତ ସ୍କୁଲରେ ଶିକ୍ଷକ ଯୋଗାଇ ଦେବା ପାଇଁ ତାଳଶାକର ଗ୍ରାମବାସୀ ଦାବି କରିଛନ୍ତି। ତେବେ ବ୍ଲକର ଯେଉଁ ହାଇସ୍କୁଲରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି ସେଠାକୁ ଅନ୍ତତଃ ଜଣେ ଶିକ୍ଷକଙ୍କୁ ଶୀଘ୍ର ପଠାଇବା ନିମନ୍ତେ ଉଦ୍ୟମ ଜାରି ରହିଥିବା ନେଇ ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀ ଚିନ୍ମୟ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?