ଆମ ଜିଲା ଖବର

ବାରଣ୍ଡାରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

ଟିକିରି ୧୫।୭ (ପ୍ରଫୁଲ କୁମାର ବେହେରା): କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତ ନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜଣେ ଠିକାଦାର ଶୌଚାଳୟ ନିର୍ମାଣ କରିଥିଲେ। ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ୮ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ…

ରାତି ଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ତ 

କୋରାପୁଟ,୧୫। : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୮ରୁ ଅଧିକ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ହଷ୍ଟେଲରେ ରାତି ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି। ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ…

ବାଇକ, ଟ୍ରକ୍‌ ମୁହାଁମୁହିଁ: ୨ ମୃତ

ସୋର,୧୫।୭(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ତାଳନଗରରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା ହୋଇ ୨ଜଣ ବାଇକ୍‌ ଆରୋହୀଙ୍କର ମତ୍ୟୁ ଘଟିଛି।…

ଅଯୋଗ୍ୟଙ୍କୁ ବିଦାକରିବାକୁ ନିଷ୍ପତ୍ତି

ଅନୁଗୋଳ, ୧୫।୭(ଅମିତ ସାମଲ): ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କର। ଗଳିପଶି ସରକାରୀ ଯୋଜନାର ଲାଭ ଉଠାଉଥିବା ଅଯୋଗ୍ୟଙ୍କୁ ତୁରନ୍ତ ବିଦା କର ବୋଲି ଶୁକ୍ରବାର ଅନୁଗୋଳ ପୌରପାଳିକା କାଉନ୍‌ସିଲ ହଲ୍‌ରେ ଅନୁଷ୍ଠିତ ଭିଜିଲାନ୍ସ କମିଟି…

ପୁଣି ଏକ ଦନ୍ତା ଅସୁସ୍ଥ

ସାତମାଇଲ, ୧୫।୭(ସୁଶାନ୍ତ ପତି): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍‌ ଅନ୍ତର୍ଗତ ଡେଙ୍ଗବୋରେଇ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି। ଏହା ଜଣାପଡ଼ିବା ପରେ ବନାଞ୍ଚଳ ଅଧିଜାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟାବସ୍ଥା ତଦାରଖ…

ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଭଲ ଫସଲ ଅମଳ ପାଇଁ ଆଶା ବାନ୍ଧିଛି ଚାଷୀ

ପାରଳାଖେମୁଣ୍ଡି, ୧୫ା୭(ଗିରିଧାରୀ ପରିଛା) : ଗଜପତି ଜିଲାର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। କିଏ ଅର୍ଥକାରୀ ଫସଲ ତ ଆଉ କିଏ ପରିବା ଚାଷ କରନ୍ତି। ମୋଟ ୮୪୮୦୩ ହେକ୍ଟର ଚାଷଜମି ମଧ୍ୟରୁ ୮୨…

ଲିଙ୍ଗ ନିରୂପଣକାରୀଙ୍କ ତଥ୍ୟ ଦେଲେ ମିଳିବ ୨୫ ହଜାର

ଛତ୍ରପୁର,୧୫ା୭ (ସନ୍ତୋଷ ପାଢ଼ୀ): କନ୍ୟା ଭ୍ରୁଣ ହତ୍ୟା ଆଇନଗତ ଦଣ୍ଡନୀୟ ଅପରାଧ। ଗଞ୍ଜାମ ଜିଲାରେ କୌଣସିଠାରେ ଲିଙ୍ଗ ନିରୂପଣ କରି ଭ୍ରୁଣ ହତ୍ୟା ହେଉଥିବା ସୂଚନା ଦେଲେ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ଦିଆଯିବ। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି…

ମାସେ ବିତିଲା ବଳାତ୍କାରୀଙ୍କୁ ଧରିବାରେ ପୋଲିସ ବିଫଳ

ରାଜନଗର,୧୫ା୭ (ଭାସ୍କର ରାଉତରାୟ): ଶୁକ୍ରବାରକୁ ଠିକ୍‌ ଏକମାସ ତଳେ ପହିଲି ରଜରେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବାକୁ ବାହାନା ଦେଖାଇ ବାଇକ୍‌ରେ ଦୁର୍ବୃତ୍ତ ନେଇଥିଲେ। ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ମଦନପୁର କଟ…

ଶୁକ୍ରବାର ବାହାରି ଥିଲେ ଘରୁ, ଶନିବାର ମିଳିଲା ମୃତଦେହ

ବରଗଡ଼,୧୫।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ସହରର ଗାନ୍ଧୀଛକ ନିକଟ ଏକ ଗଳିରାସ୍ତାରେ ଜଣେ ଯୁବକଙ୍କ ମୃତଦେହ ପଡିଛି। ମୃତ ଯୁବକ ଜଣକ ବରଗଡ଼ ମଙ୍ଗଳାଝୁମ୍ପୁଡି ବାସିନ୍ଦା ସୁରଜ ନାଗ ବୋଲି ଚିହ୍ନଟ ହୋଇଛି।…

ଅଜଣା ଜନ୍ତୁ ଆତଙ୍କ: ୪୦ ମେଣ୍ଡା ମୃତ୍ୟୁ

ଢେଙ୍କାନାଳ,୧୫।୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋରରେ ଚାଷୀ ସାଧୁ ଚରଣ ରାଉତଙ୍କ ୪୦ଟି ମେଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମେଣ୍ଡାଗୁଡ଼ିକର ବେଳ ଏବଂ ପେଟରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ…

ସରକାରୀ ଯୋଜନା ଅପବ୍ୟବହାରକୁ କଂଗ୍ରେସର ବିରୋଧ

କେନ୍ଦ୍ରାପଡ଼ା, ୧୫ା୭ (ଜଗନ୍ନାଥ ଧଳ): ସରକାରୀ ଯୋଜନାର ଅପବ୍ୟବହାର ହେଉଛି। ରାଜନୈତିକ ବାଛବିଚାର ଚାଲିଛି। ଯୋଜନାରେ ବହୁ ଅନିୟମିତା ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିକୁ ନିଆ ଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ଫଳରେ ସାଧାରଣ ଲୋକ ସୁଫଳ ପାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?