ରୋଜଗାର ଦେଉଛି କାଇଞ୍ଚ, ଟେରାକୋଟା ରାଖୀ

କେନ୍ଦ୍ରାପଡ଼ା, ୨୯ା୮(ଜଗନ୍ନାଥ ଧଳ): ଆସନ୍ତା ୩୦ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ଜଜାଙ୍ଗସ୍ଥିତ ହସ୍ତକଳା କ୍ଲଷ୍ଟରରେ ମହିଳାମାନେ କାଇଞ୍ଚ ଓ ଟେରାକୋଟା ରାଖୀ ପ୍ରସ୍ତୁତ କରିଛନ୍ତି। ଆମାଜନ, ଇଣ୍ଡିଆ ମାର୍ଟ, ଫ୍ଲିପ୍‌କାର୍ଟ ଆଦି ଅନ୍‌ଲାଇନରେ ଚଳିତବର୍ଷ ଏହାର ବିକ୍ରି ବୃଦ୍ଧି ହୋଇଛି। ଅଦ୍ୟାବଧି ୫ ହଜାରରୁ ଅଧିକ ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା, କୁଏଟ୍‌ ପରି ଦେଶକୁ ୨୦୦ରୁ ଅଧିକ ରାଖୀ ଯାଇଛି। ଶସ୍ତା ସହିତ ଆଖିଦୃଶିଆ କାଇଞ୍ଚ ଓ ଟେରାକୋଟା ରାଖୀ ଗ୍ରାହକଙ୍କ ମନ ମୋହୁଥିବା ବେଳେ ମହିଳା କାରିଗରଙ୍କ ରୋଜଗାରର ବାଟ ଫିଟିଛି। ଆଗକୁ ଏହି ହସ୍ତକଳା ବ୍ୟାପକ ହେବ ବୋଲି ଜିଲାପାଳ ଅମୃତ ଋତୁରାଜ କହିଛନ୍ତି।
ଶିବପାର୍ବତୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ରଶ୍ମିତା ବେହେରା କହିଛନ୍ତି, ଓର୍‌ମାସ ପକ୍ଷରୁ ଜିଲାର ୧୩୦ ସଦସ୍ୟ କାଇଞ୍ଚ ହସ୍ତଶିଳ୍ପ ପାଇଁ ତାଲିମ ନେଇଥିଲେ। ବିଭିନ୍ନ ପଲ୍ଲିଶ୍ରୀ ମେଳାରେ ଏହି ହସ୍ତଶିଳ୍ପ ଚାହିଦା ବୃଦ୍ଧି ପରେ ଏହାକୁ ୨୦୧୮ରେ ଅନ୍‌ଲାଇନ ବିକ୍ରି ଆରମ୍ଭ କରାଯାଇଥିଲା। କରୋନା ସଂକ୍ରମଣ କାଳରେ ଏହି ରାଖୀ ବ୍ୟବସାୟ ସୁଦୂରପ୍ରସାରୀ ହୋଇଥିଲା। ଚଳିତବର୍ଷ ତେରଗଁାରେ ନିର୍ମିତ ଟେରାକୋଟା ରାଖୀ ସାମିଲ କରାଯାଇଛି। ରାଖୀ ପ୍ରସ୍ତୁତ ପରେ ଏହାର ଫଟୋ ଅନ୍‌ଲାଇନରେ ମୂଲ୍ୟ ସହ ପୋଷ୍ଟ କରାଯାଏ। ଚଳିତବର୍ଷ ରାଖୀର ଦାମ୍‌ ୨୦ରୁ ୫୦ଟଙ୍କା ମଧ୍ୟରେ ରହିଛି। ଶସ୍ତା ଓ ଆଖିଦୃଶିଆ ରାଖୀ ପାଇଁ ଏହାର ଚାହିଦା ବଢ଼ିଛି। ଅଦ୍ୟାବଧି ଅନ୍‌ଲାଇନରେ ପ୍ରାୟ ୫ ହଜାରରୁ ଅଧିକ ଅର୍ଡର ମିଳିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆଦର ବଢ଼ିଛି। ଜଜାଙ୍ଗ ଗ୍ରାମର ପ୍ରଭାତୀ ତ୍ରିପାଠୀ କହିଛନ୍ତ, ବର୍ଷାଦିନେ କାଇଞ୍ଚ ସଂଗ୍ରହ କରି ରଖାଯାଏ। ବର୍ଷକ ମଧ୍ୟରେ ଏହାର ବ୍ୟବହାର କରା ନ ଗଲେ ନଷ୍ଟ ହୋଇଯାଏ। ଜିଲାରେ ବହୁଳ ଭାବେ କାଇଞ୍ଚ ମିଳୁଥିବାରୁ ଉତ୍ପାଦିତ ସାମଗ୍ରୀ କମ୍‌ ଦାମରେ ଲୋକଙ୍କ ନିକଟରେ ପହଞ୍ଚାଇ ହେଉଛି। ସେହିପରି ତେରଗଁାର ମାଳତି ଦାସ କହିଛନ୍ତି, ମାଟିରେ ସୁନ୍ଦର ଭାବେ ମନୁମେଣ୍ଟ ନିର୍ମାଣ ପରେ ରଙ୍ଗ ଦେଇ ରାଖୀ ପ୍ରସ୍ତୁତ ହୋଇଛି। ଟେରାକୋଟା ଓ କାଇଞ୍ଚ ରାଖୀ ପରିବେଶ ସମ୍ବେଦନଶୀଳ। ପ୍ଲାଷ୍ଟିକ ଅଥବା ଧାତୁ ସହିତ ନିର୍ମିତ ରାଖୀକୁ ଏବେ ଲୋକେ ପସନ୍ଦ କରୁନାହାନ୍ତି। ଚଳିତ ବର୍ଷ ଏହି ରାଖୀ ପ୍ରାୟ ୩୦ ଗ୍ରାମରେ ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ ଶିଳ୍ପ ପ୍ରଶିକ୍ଷଣ, ନମୁନା ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଖୀର ନୂତନତ୍ୱ ଆସିଛି। ସୋସିଆଲ ମିଡିଆକୁ ବ୍ୟବହାର କରାଯାଇ ଏହାର ବିକ୍ରିକୁ ବ୍ୟାପକ କରାଯାଇଛି। ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, କାଇଞ୍ଚ ଶିଳ୍ପ ପାଇଁ କେନ୍ଦ୍ରାପଡ଼ା ପ୍ରସିଦ୍ଧ। ଏହାକୁ ପ୍ରୋତ୍ସାହିତ ପାଇଁ ୨୦୨୦ ନଭେମ୍ବରରେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଦକ୍ଷତା ଆହରଣ ଓ ଜୀବିକା ଉନ୍ନତି ପାଇଁ ଜ୍ଞାନ ସଚେତନତା (ସଂକଳ୍ପ) ଆରମ୍ଭ ହୋଇଛି। ଏଥିପାଇଁ ତାଲିମ ପ୍ରଦାନ କରାଯାଉଛି। ଏହି ସମୟରେ ସଚେତନ ଉତ୍ପାଦନ ଓ ସ୍ଥିରତା, ବ୍ରାଣ୍ଡ୍‌ ଫିଡ୍‌ବ୍ୟାକ, ଗ୍ରାହକଙ୍କ ମତାମତ, ଆଧୁନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା, ଦ୍ରବ୍ୟ ଓ ସେବା କର, ଦୈନନ୍ଦିନ ଆର୍ଥିକ ପରିଚାଳନାକୁ ଗୁରୁତ୍ୱ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?