ପାଳିରେ ଚାଲିଛି ସ୍ବାସ୍ଥ୍ୟସେବା

ରଣପୁର,୨୯ା୮(ସୁକାନ୍ତ କିଶୋର ଡ଼ାକୁଆ ): ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଲାଗି ରହୁଥିଲା ବେଳେ ପାଳି କରି ରୋଗୀସେବା ଚାଲିଛି। ଶଯ୍ୟାଗୁଡିକ ଖାଲି ପଡୁଥିଲା ବେଳେ ସେବା ନ ପାଇ ରୋଗୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ମୁହଁ ଫେରାଇ ନେଉଛନ୍ତି। ବର୍ଷ ବର୍ଷ ଧରି ଏପରି କିଛି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ରାଜନେତା ଆଖିବୁଜି ଦେଇଛନ୍ତି। କର୍ମଚାରୀଙ୍କ ଶୋଷଣ, ଆବଶ୍ୟକ ଡାକ୍ତର ନ ଥିବାରୁ ସ୍ବାସ୍ଥ୍ୟ ସେବା ଦିଗହରା ହୋଇ ଚାଲିଛି।
ଏ ସମ୍ପର୍କରେ ଗୋଲଖ ଦାସ, ପ୍ରଭାତ ମିଶ୍ର, ନିରଞ୍ଜନ ମହାନ୍ତି ପ୍ରମୁଖ କୁହନ୍ତି, ରଣପୁର ବ୍ଲକର ୩୭ଟି ପଞ୍ଚାୟତ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୫ ଟି ୱାର୍ଡ ସହ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକର ୫ଟି, ବେଗୁନିଆ ବ୍ଲକର ସିକୋ, ଖଡ଼ିପଦର, ଟାଙ୍କୋଳ, ଛଣିଗିରି ଆଦି ଗ୍ରାମର ଲୋକ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। ୬୬ ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ରଟି ରୋଗୀମାନଙ୍କୁ ସେବା ଯୋଗଇବାରେ ବିଫଳ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନରେ ଏଠାକୁ ରୋଗୀ ସେବା ପାଇଁ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ରୋଗୀମାନେ ଉପଯୁକ୍ତ ସେବା ପାଉନାହାନ୍ତି। ଏହି ଟଙ୍କା ବାଟବରଣ ହେଉଥିବା ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ରଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇ ଥିଲେ ମଧ୍ୟ ଆବଶ୍ୟକ ବିଶେଷଜ୍ଞ ନାହାନ୍ତି। ସରକାରୀ ନିୟମ ଅନୁସାରେ, ଏଠାରେ ୧୧ଜଣ ବିଶେଷଜ୍ଞ ରହିବା କଥା। ତେବେ ଏଠାରେ ଜଣେ ସହକାରୀ ସର୍ଜନ, ୩ ଜଣ ଏମ୍‌ବିବିଏସ୍‌ ଡାକ୍ତର ରହିଛନ୍ତି। ଶିଶୁୁ ରୋଗ ବିଶେଷଜ୍ଞ ନ ଥିବାରୁ ଶିଶୁ ଓ ଛୋଟ ପିଲାମାନେ ସ୍ବାସ୍ଥ୍ୟ ସେବା ପାଇଁ ହଟହଟା ହେଉଛନ୍ତି। ସେହିପରି ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଥିବାରୁ ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇ ହଇରାଣ ହେବା ସହ ଖର୍ଚ୍ଚାନ୍ତ ହୋଇ ବାହାରକୁ ଯାଉଛନ୍ତି। ଅନ୍ୟପକ୍ଷରେ ୪ଜଣ ଡାକ୍ତର ରହୁଥିଲା ବେଳେ ସପ୍ତାହକେ ଦୁଇ ଦୁଇ ଦିନ ପାଳିରେ ସ୍ବାସ୍ଥ୍ୟ ସେବା କରୁଥିବା ଦେଖିବାକୁ ମିଳିଛି। ବହୁ ବର୍ଷ ଧରି ଜଣେ ଡାକ୍ତର ଅନ୍ୟତ୍ର ବଦଳି ନ ହୋଇ ରହୁଥିବାରୁ ସେ ରୋଗୀମାନଙ୍କୁ ରୁକ୍ଷ ବ୍ୟବହାରପ୍ରଦର୍ଶନ କରୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି ଅଭିଯୋଗ ହେଉଛି। ୧୭ଜଣ ଷ୍ଟାଫନର୍ସଙ୍କ ସ୍ଥାନରେ ୮ଜଣ ଅଛନ୍ତି। ୧୪ଜଣ ଆଟେନାଣ୍ଟଙ୍କ ସ୍ଥାନରେ ୭ଜଣ ଅଛନ୍ତି। ଏହା ହେଉଛି ଜିଲାର ସବୁଠାରୁ ବଡ଼ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିଭିନ୍ନ ଯନ୍ତ୍ରାନ୍ସଗୁଡିକ ଟେକନିସିଆନ୍‌ ନ ଥିବାରୁ ପଡି ପଡ଼ି ନଷ୍ଟ ହେବାକୁ ବସିଲାଣି। ଏଠାରେ ରୋଗୀମାନଙ୍କ ପାଇଁ ରକ୍ତଭଣ୍ଡାର ନାହିଁ। ଫଳରେ ରୋଗୀମାନେ ନୟାଗଡ ୪୦ କିମି ଏବଂ ଖୋର୍ଦ୍ଧା ୫୦ କିମି ଡାକ୍ତରଖାନାକୁ ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ୧୯୫୭ରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପିତ ହୋଇଥିଲା। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ନୂତନ ଗୃହ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତିକରଣ ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଅବସ୍ଥା ସୁଧୁର ଆସୁନାହିଁ। ଶଯ୍ୟା ଗୁଡିକ ପ୍ରାୟତଃ ନଷ୍ଟ ହୋଇଗଲାଣି। ଏପରି କି କେତେକ ଶଯ୍ୟାକୁ ସ୍ବାସ୍ଥ୍ୟକେନ୍ଦ୍ର ଘରେ ଚାବି ପକାଇ ରଖାଯାଇଛି। ଆଉଟ ଡୋର ଏବଂ ଉନ୍‌ଡୋରରେ ପାଣିର ବ୍ୟବସ୍ଥା ନାହିଁ। କିଛି ବର୍ଷ ପୂର୍ବେ ରାଜ୍ୟ ସଭା ସାଂସଦଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ହୋଇଥିଲା। ଏବେ ତାହା ଅଚଳ ହୋଇପଡିଛି। ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ନ ଥିବାରୁ ରୋଗୀମାନେ ହଟହଟା ହେଉଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ପରିବେଶ ଅପରିଷ୍କାର ହୋଇରହିଛି। ଏଠାରେ ଚିକିତ୍ସା କରୁଥିବା ଡାକ୍ତରମାନେ ସାଧାରଣ ରୋଗୀଙ୍କୁ ଚିକିତ୍ସା ନ କରି ଭୁବନେଶ୍ୱର ବେସରକାରୀ ଡାକ୍ତରଖାନାକୁ ପଠାଇ ଦେଉଥିବା ବହୁ ସମୟରେ ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରୋଗୀଙ୍କ ରକ୍ତ, ମଳ, ମୁତ୍ର ପରୀକ୍ଷା କରାଯାଉ ନ ଥିବାରୁ ଖର୍ଚ୍ଚାନ୍ତ ହୋଇ ବାହାରେ କରିବାକୁ ପଡୁଛି। ରଣପୁର ଏନ୍‌ଏସିରେ ଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷ ବର୍ଷ ଧରି ଜନ୍ମମୃତ୍ୟୁ ପ୍ରମାଣପତ୍ର ମିଳୁନାହିଁ। ଏହି ପ୍ରମାଣପତ୍ର ପାଇବା ପାଇଁ ଲୋକମାନେ ସୁନାଖଳା ୧୩ କିମି ଦୂର ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଁ ଖର୍ଚ୍ଚାନ୍ତ ହୋଇ ଯାଉଛନ୍ତି। ଏଠାରେ ରୋଗୀମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହେଉଛି। ଏହିପରି ନାନା ଅବ୍ୟବସ୍ଥା ମଧ୍ୟରେ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ଛନ୍ଦି ହୋଇ ଯାଇଛି। ଏ ସମ୍ପର୍କରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ରମାକାନ୍ତ ପଣ୍ଡାଙ୍କୁ ପଚାରିବାରେ ଏବେ ନୂଆ କରି ଯୋଗ ଦେଇଛି। ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯାହା କିଛି ଅସୁବିଧା ଅଛି ଆପଣଙ୍କଠାରୁ ଜାଣିଲି। ୨ରୁ ୩ ଦିନ ଭିତରେ ସମାଧାନ କରିବା ପାଇ ଚେଷ୍ଟା କରିବି ଓ ଏହାର ସମାଧାନ କରାଯିବ। ସ୍ଥାନୀୟ ବିଧାୟକ ଯଦି ତାଙ୍କ ପ୍ୟାଡ଼ରେ ମତେ ଲେଖି କି ଦେବେ ତାହା ହେଲେ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉ ପାଳିରେ ଡାକ୍ତରମାନେ କାମ କରିବେ ନାହିଁ। ଏକ ସାଙ୍ଗରେ କାମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ବିମାନବନ୍ଦରରୁ ଜବତ ହେଲା ୫କୋଟିର ମାରିଜୁଆନା

ଭୁବନେଶ୍ୱର,୮।୭(ତ୍ରିନାଥ ମହାନ୍ତି): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ଜବତ ହୋଇଛି ୫କୋଟି ଟଙ୍କା ମୂଲ୍ୟର ମାରିଜୁଆନା। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଚାଲାଣ ବେଳେ ୧୧କେଜି ମାରିଜୁଆନା ଜବତ କରାଯାଇଛି। ଏହି…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

କେତନ ହତ୍ୟା ମାମଲାର ନାଟକୀୟ ମୋଡ଼: ୪ ମାସ ପୂର୍ବରୁ ଚେତନଙ୍କୁ ଗୋପନରେ ବାହା ହୋଇଥିଲେ ସିୟା

ପୁଣେ,୮ା୭: ପୁଣେ ରିୟଲ ଇଷ୍ଟେଟ୍‌ ବ୍ୟବସାୟୀ କେତନ ଅଗ୍ରଓ୍ବାଲ ହତ୍ୟା ମାମଲାର ତଦନ୍ତ ଏକ ନାଟକୀୟ ମୋଡ଼ ନେଇଛି। ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀ…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri