୭ ମାସ ପରେ ବି ୱେବସାଇଟ୍‌ ଅପଡେଟ୍‌ ହେଲାନି

ଜଗତ୍‌ସିଂହପୁର, ୨୯ା୮(ପ୍ରମୋଦ ନାୟକ): କୌଣସି ନାଗରିକଙ୍କୁ ସୂଚନା ଅଧିକାର (ଆର୍‌ଟିଆଇ)ରୁ ବଞ୍ଚତ୍ତ କରାଯାଇପାରିବ ନାହିଁ। ତେଣୁ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ଅଫିସିଆଲ ୱେବସାଇଟ୍‌ ଅପଡେଟ୍‌ କର। ଜଗତ୍‌ସିଂହପୁର ପୌର ପରିଷଦକୁ ୭ ମାସ ପୂର୍ବରୁ ଏଭଳି ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସୂଚନା କମିଶନର (ଏସ୍‌ଆଇସି) ଦିଲୀପ କୁମାର ବିଶୋଇ। କିନ୍ତୁ ଏହି ନିର୍ଦ୍ଦେଶ କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ନାନା କଥା ଆଲୋଚନା ହେଉଛି।
ଅଧିକାର ଅଧିନିୟମ ୨୦୦୫ ଧାରା ୬(୧) ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକ ସୂଚନା ପାଇବାର ଅଧିକାର ଅଛି। ଦରଖାସ୍ତ ପାଇବାର ୩୦ ଦିନ ଭିତରେ ଜନସୂଚନା ଅଧିକାରୀ ସୂଚନା ଦେବା ନିୟମ ରହିଛି। ଏହି ସମୟ ଭିତରେ ସୂଚନା ନ ମିଳିଳେ ଆବେଦନକାରୀ ପରବର୍ତ୍ତୀ ୩୦ ଦିନ ଭିତରେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଦରଖାସ୍ତ କରିପାରିବେ। ଏହାସତ୍ତ୍ବେ ସୂଚନା ନ ମିଳିଲେ ଅବଶିଷ୍ଟ ୩୦ ଦିନ ଭିତରେ ଦ୍ୱିତୀୟ ଆପିଲେଟ୍‌ ଅଥରିଟି ଅର୍ଥାତ୍‌ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଆବେଦନ କରିହେବ। କିନ୍ତୁ ଜଗତ୍‌ସିଂହପୁର ପୌର ପରିଷଦ ଅନେକ ସମୟରେ ସୂଚନା ଦେବାରେ ବିଳମ୍ବ କରୁଛି। ଏପରି କି ଗଣମାଧ୍ୟମକୁ ସୂଚନା ଦେବାକୁ କୁଣ୍ଠା ପ୍ରକାଶ କରୁଛି। ତେଣୁ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ସମୟରେ ଆର୍‌ଟିଆଇର ସହାୟତା ନେଉଛନ୍ତି। ଏହି ଆଧାରରେ ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପରିମଳ କାର୍ଯ୍ୟ ଓ ହୋମିଓପାଥିକ ଚିକିତ୍ସାଳୟ ସମ୍ପର୍କିତ କେତେକ ସୂଚନା ଜାଣିବା ପାଇଁ ଧରିତ୍ରୀ ଜଗତ୍‌ସିଂହପୁର ଜିଲା ପ୍ରତିନିଧି ପ୍ରମୋଦ କୁମାର ନାୟକ ୨୦୨୦ରେ ଆର୍‌ଟିଆଇରେ ପୃଥକ୍‌ ଭାବେ ସୂଚନା ମାଗିଥିଲେ। କିନ୍ତୁ ଧାର୍ଯ୍ୟ ସମୟ ମଧ୍ୟରେ ସୂଚନା ମିଳି ନ ଥିଲା । ତେଣୁ ସେ ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ସେଠାରୁ ନିରାଶ ହେବା ପରେ ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ମାମଲା ନଂ. ୧୯୧୯/୨୦ ଓ ୧୯୨୦/୨୦ ରୁଜୁ ହେବା ସହ ୩୦ା୯ା୨୨ରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହିଦିନ ଆବେଦନକାରୀ ନାୟକ ଓ ପ୍ରତିପକ୍ଷ ତଥା ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ନିର୍ବାହୀ ଅଧିକାରୀ ଅଶୋକ କୁମାର କର୍ଣ୍ଣ, ଜନ ସୂଚନା ଅଧିକାରୀ ଦେବବ୍ରତ ମିଶ୍ର ଓ ସହକାରୀ ପିଆଇଓ ଯୋଗ ଦେଇଥିଲେ। ସେଠାରେ ନାୟକ ପୂର୍ଣ୍ଣ ସୂଚନା ମିଳି ନ ଥିବା କଥା କହିବା ସହ ପରିଷଦ ୱେବସାଇଟ୍‌ କାମ କରୁ ନ ଥିବାରୁ ଅନେକ ସୂଚନା ମିଳିବାରେ ଅସୁବିଧା ହେଉଥିବା କଥା ଉଲ୍ଲେଖ କରିଥିଲେ। ଉଭୟ ପକ୍ଷଙ୍କ ବୟାନ ଶୁଣିଲା ପରେ କମିଶନ ତୁରନ୍ତ ଆବେଦନକାରୀଙ୍କୁ ସୂଚନା ଦେବାକୁ କହିଥିଲେ। ଏଥିସହ ୧ ମାସ ଭିତରେ ପରିଷଦ ଅଫିସିଆଲ ୱେବସାଇଟ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୨୪ା୧୧ା୨୨ରେ ପରବର୍ତ୍ତୀ ତାରିଖ ସ୍ଥିର ହୋଇଥିଲା। ନାୟକ ଜଗତ୍‌ସିଂହପୁର ପୌର ପରିଷଦରେ ଦରଖାସ୍ତ କରିବା ସମୟରେ ବିମଳ ଲେଙ୍କା ପ୍ରଥମ ଆପିଲେଟ୍‌ କର୍ତ୍ତୃପକ୍ଷ ଥିଲେ, ତେଣୁ ତାଙ୍କୁ ମଧ୍ୟ ଏହିଦିନ ଉପସ୍ଥିତ ରହିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିଯୋଗୁ ସେ ମଧ୍ୟ ହାଜର ହୋଇଥିଲେ। କିନ୍ତୁ ଧାର୍ଯ୍ୟ ତାରିଖ ସୁଦ୍ଧା ୱେବସାଇଟ୍‌ ଅପଡେଟ୍‌ ତ ଦୂରର କଥା ପୂର୍ଣ୍ଣ ସୂଚନା ମିଳି ନ ଥିଲା । ନାୟକ ଏ ସମ୍ପର୍କରେ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କମିଶନ କ୍ଷୁବ୍ଧ ହୋଇଥିଲେ। କାହିଁକି ଏ ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ ପାଳନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ନିର୍ଦ୍ଦେଶ ପାଇବାର ୬୦ ଦିନ ଭିତରେ ୱେବସାଇଟ୍‌ ଅପଡେଟ୍‌ ସହ ନାୟକଙ୍କୁ କାର୍ଯ୍ୟାଳୟକୁ ଡାକି ତାଙ୍କ ପସନ୍ଦ ମୁତାବକ ସୂଚନା ଦେବାକୁ କମିଶନ ମେମୋ ସଂଖ୍ୟା ୨୩୪୯/୧୧ା୧ା୨୩ରେ ଉଲ୍ଲେଖ କରିଥିଲେ । ମାତ୍ର ଏହା ଭିତରେ ୭ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ୱେସାଇଟ୍‌ କାର୍ଯ୍ୟକ୍ଷମ ହୋଇନାହିଁ। ଏ ସମ୍ପର୍କରେ ପରିଷଦ ଜନ ସୂଚନା ଅଧିକାରୀ ଦେବବ୍ରତ ମିଶ୍ରଙ୍କୁ ପଚାରିବାରୁ ନୂଆ ୱେବସାଇଟ୍‌ କାର୍ଯ୍ୟକ୍ଷମ କରିବା ପାଇଁ ଏନ୍‌ଆଇସି (ନ୍ୟାଶନାଲ ଇନଫର୍ମେଟିକ୍ସ ସେଣ୍ଟର)କୁ ଅର୍ଥ ଦିଆଯାଇଛି । କିନ୍ତୁ ଏନ୍‌ଆଇସି ଏହା କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଥିବା କହିଛନ୍ତି । ଯଥାଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରା ନ ଗଲେ ବାଧ୍ୟ ହୋଇ ପୁଣି ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି ନାୟକ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri