ସରକାରୀ ଜମି ହସ୍ତାନ୍ତରରେ ଅନିୟମିତତା

ଯାଜପୁର,୨୯ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ବଡ଼ଚଣା ବ୍ଲକ ବଇରୀ ଗ୍ରାମରେ ନିର୍ମାଣାଧୀନ ମାଇ ହୋମ୍‌ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବା ମହା ସିମେଣ୍ଟ କମ୍ପାନୀକୁ ସରକାରୀ ଜମି ହସ୍ତାନ୍ତରରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ହାଇଦ୍ରାବାଦର ଏହି କମ୍ପାନୀ ବାର୍ଷିକ ୩.୦ ମେଟ୍ରିକ ଟନ ସିମେଣ୍ଟ ଗ୍ରାଇଡିଂ ଉତ୍ପାଦନ ପାଇଁ ୧୧୩ ଏକର ଜମି ଅକ୍ତିଆର କରିଛି। କମ୍ପାନୀର କାର୍ଯ୍ୟ ନିର୍ବାହୀ ସାରାଂଶ ଏବଂ ୨୦୨୨ ଅଗଷ୍ଟ ୫ରେ ଅନୁଷ୍ଠିତ ଜନଶୁଣାଣିରେ ୬୮ ଏକର ଜମି ଆବଶ୍ୟକତା ଥିବା ଦର୍ଶାଯାଇଥିଲାବେଳେ ଇଡ୍‌କୋ ପକ୍ଷରୁ ୪୫ ଏକର ଜମି ଅଧିକ ଦିଆଯାଇଛି। ଏହି ଜମି ବଳରେ ବ୍ୟାଙ୍କଗୁଡ଼ିକଠାରୁ ଅଧିକ ଅର୍ଥ ଋଣ ହାତେଇ ରାଜ୍ୟ ବାହାରେ ଥିବା ନିଜସ୍ବ ଅନ୍ୟାନ୍ୟ କାରଖାନାରେ ବିନିଯୋଗ କରିବା ଲକ୍ଷ୍ୟ ରହିଥିବା ଚର୍ଚ୍ଚା ହେଉଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ କେତେଜଣ ଉଚ୍ଚପଦାଧିକାରୀଙ୍କୁ ହାତ କରି ଉତ୍ପାଦନ ପରିମାଣ ତୁଳନାରେ କମ୍ପାନୀ ବହୁ ଗୁଣରେ ଅଧିକ ଜମି ହାତେଇଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ଲୋକଙ୍କ କେତେକ ବେସରକାରୀ ଜମି ହାତେଇ କ୍ଷତିପୂରଣ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ସେହିପରି କମ୍ପାନୀ ବେଆଇନ ଭାବେ ରାସ୍ତା ଜମି ଅକ୍ତିଆର କରି ନେଇଥିବାରୁ ଚାଷୀ ନିଜ ଚାଷ ଜମିକୁ ଯାଇପାରୁ ନ ଥିବା ଅଭିଯୋଗ କରୁଛନ୍ତି।
ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ସିମେଣ୍ଟ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର ଯେ ସହାନୁଭୂତିଶୀଳ ଏକଥା ମହା ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି। କମ୍ପାନୀ ପାଇଁ ଚାଷ ଜମି ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆ ନ ଯାଇ ସେମାନଙ୍କ ସମସ୍ୟାକୁ ଝୁଲାଇ ରଖାଯାଉଛି। ଜମି ହରାଇ କିମ୍ବା ଜମି କ୍ଷେତକୁ ଯାଇ ନ ପାରି ବଇରୀ ଗ୍ରାମର ଏକାଧିକ ଚାଷୀ ଆଜି ସର୍ବହରା ହୋଇ ପଡିଛନ୍ତି। ଜିଲା ପ୍ରଶାସନ ଲୋକଙ୍କ ହାରିଗୁହାରି ନ ଶୁଣି କମ୍ପାନୀବାଲାଙ୍କ ସହାୟକ ବୋଲି ମତପ୍ରକାଶ ପାଇଛି। ଜନଶୁଣାଣିରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଏହି କାରଖାନା ପାଇଁ ୬୦୦ କୋଟି ଟଙ୍କା ବ୍ୟୟଅଟକଳ ରଖାଯାଇଛି। ଏଥିରେ ସମୁଦାୟ ୩୦୦ ଜଣ ନିଯୁକ୍ତି ପାଇବେ। କିନ୍ତୁ ଯେଉଁ କେତେଜଣ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅଣଓଡ଼ିଆ। ଜନଶୁଣାଣିକୁ ସହଯୋଗ କରିଥିବା ବଇରୀ ଗ୍ରାମବାସୀ ଏହାକୁ ନେଇ ବିରୋଧ କରିଥିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। ଏବେ ବି ୫ ଜଣଙ୍କ ନାମରେ ମାମଲା ଚାଲିଛି। ବିସ୍ଥାପନ ଓ ପ୍ରଦୂଷଣର ଦୁଃଖ ସାଙ୍ଗକୁ ଶିଳ୍ପ ସଂସ୍ଥାର ଏଭଳି ଅମାନବୀୟ କାର୍ଯ୍ୟ ଲୋକଙ୍କୁ ବିଦ୍ରୋହୀ କରିଛି। ଅନ୍ୟପକ୍ଷେ ୬୮ ଏକର ଜମି ମଧ୍ୟରୁ ୬୨.୫୯ ଏକର ଜମି ଇଡକୋରୁ ଲିଜ୍‌ ସୂତ୍ରରୁ ଦିଆଯିବା କଥା। ବାକି ୫.୪୧ ଏକର ଜମି ପ୍ରଜାଙ୍କଠାରୁ ସିଧାସଳଖ କ୍ରୟ କରିବାକୁ ଯୋଜନା ରହିଥିଲା। କିନ୍ତୁ କେଉଁ ଆଧାରରେ ୧୧୩ ଏକର ଜମି କମ୍ପାନୀକୁ ଦିଆଯାଇଛି, ତାହା ତଦନ୍ତସାପେକ୍ଷ ବୋଲି ଦାବି ହେଉଛି। ଏହି କମ୍ପାନୀ ନିର୍ମାଣାଧୀନ ଥିବାବେଳେ ଆବଶ୍ୟକ ଜଳ କେଉଁଠୁ ଆସିବ ତାହା ଏଯାଏ ସ୍ପଷ୍ଟ କରାଯାଇନାହିଁ।
ଚାଷୀ ଦିଲୀପ ସ୍ବାଇଁ କୁହନ୍ତି, ତାଙ୍କର ୯ ଗୁଣ୍ଠ ଚାଷ ଜମି ରହିଛି। ହେଲେ ଉକ୍ତ ଜମିକୁ ଯାଉଥିବା ରାସ୍ତା ଉପରେ ଜବରଦଖଲ କରି କମ୍ପାନୀ ଟିଣବାଡ଼ ବୁଲାଇ ଦେଇଛି। ଫଳରେ ସବୁଦିନ ଦସ୍ତଖତ କରି ଉକ୍ତ ଜମିକୁ ଯିବାକୁ ପଡୁଛି। ଟ୍ରାକ୍ଟର କିମ୍ବା ଅନ୍ୟାନ୍ୟ ଚାଷ ଯନ୍ତ୍ରାଂଶ ନେବାକୁ ଅନୁମତି ନ ଥିବାରୁ ସେହି ଜମି ଏବେ ପଡ଼ିଆ ପଡ଼ିଛି। ଚାଷୀ ଧନେଶ୍ୱର ସ୍ବାଇଁ କୁହନ୍ତି, ତାଙ୍କର ୧.୩୦ ଏକର ଚାଷ ଜମି ରହିଛି। ହେଲେ କମ୍ପାନୀ ପକ୍ଷରୁ ରାସ୍ତା ଅବରୋଧ କରାଯାଉଥିବାରୁ ଚାଷ ଜମି ପଡ଼ିଆ ପଡ଼ିଛି। ଏନେଇ ବିରୋଧ କଲେ ଉଡ଼ାଜାହାଜ କିଣ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଉପହାସ କରୁଛନ୍ତି। ବିଶ୍ୱଜିତ୍‌ ମହାନ୍ତି ଓ ରବିନାରାୟଣ ସ୍ବାଇଁ କୁହନ୍ତି, ଏହି ସିମେଣ୍ଟ କମ୍ପାନୀ କ୍ଷତିଗ୍ରସ୍ତ ଲୋକଙ୍କ ଉପରେ ଅତ୍ୟାଚାର କରୁଛି। କୌଣସି ପ୍ରକାର ସୁବିଧା ଦିଆଯିବ ନାହିଁ ବୋଲି ଚେତାବନୀ ଦେଉଛନ୍ତି। ସରକାର ମଧ୍ୟ ଲୋକଙ୍କ କାକୁତିମିନତି ଶୁଣୁନାହାନ୍ତି। ମହା ସିମେଣ୍ଟ କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ନୀଳାମ୍ବର ମିଶ୍ରଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ବର୍ତ୍ତମାନ କାରଖାନା ନିର୍ମାଣାଧୀନ ରହିଛି। ପ୍ରତିଶ୍ରୁତି ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri