ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହେଇନି

ମହାକାଳପଡ଼ା,୨୯ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଭାଗୃହରେ ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବର ସୋମବାର ଅନୁଷ୍ଟିତ ହୋଇଯାଇଛି। ବ୍ଲକର ପେଟଛେଲା ପଞ୍ଚାୟତର ଜନଜାତି ବର୍ଗର ଶବରପଲ୍ଲୀ ଗାଁ ରହିଛି। ଏହି ଗାଁକୁ ସ୍ବାଧୀନତାର ଦୀର୍ଘ ୭୭ ବର୍ଷ ବିତି ଯାଇଥିଲେ ମଧ୍ୟ ସବୁଦିନିଆ ରାସ୍ତାଟିଏ ନାହିଁ। ବର୍ଷାଦିନ ଆସିଲେ ଲୁଗା ଦୋଳିରେ ଗର୍ଭବତୀ, ଗୁରୁତର ରୋଗୀଙ୍କୁ ବୋହି ନେବାକୁ ପଡ଼େ। ବାପା ଜେଜେ ବାପାଙ୍କ ଅମଳରୁ ଆମେ ଜଙ୍ଗଲ କାଟି ଦୀର୍ଘବର୍ଷ ହେବ ବସବାସ କରିଆସୁଛୁ। ଫଳରେ ଆମ ପିଲାମାନଙ୍କ ପାଠ ପଢ଼ିବାରେ ଅସୁବିଧା ହେଉଛି। ବାବୁ ଆମକୁ ରାସ୍ତା କେବେ ଦେବୁ, କାହିଁକି ହୋଇନି ଏଭଳି ଏକ ସଙ୍ଗୀନ ଅଭିଯୋଗ ଗାଁର ଅନୁସୂଚିତ ଜନଜାତିର ବୃଦ୍ଧା ଦୁଃଖୀ ଭକ୍ତା (୬୫) ଖଣ୍ଡେ ଦରଖାସ୍ତ ଧରି ଶିବିରରେ ଉପସ୍ଥିତ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦୁଃଖ ବଖାଣି ଥିଲେ। ବୃଦ୍ଧାଙ୍କର ଦାବି ଶୁଣି ଉପସ୍ଥିତ ଥିବା ଜିଲାସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ହଡବଡେଇ ଯାଇଥିଲେ। ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପ୍ରଶାସନିକ ଅଧିକାରୀ ୨୪ ଘଣ୍ଟା ମଧ୍ୟରେ ଗାଁ ପରିଦର୍ଶନ କରି ରାସ୍ତା ବ୍ୟବସ୍ଥା କରାଯିବ ବୋଲି ବୃଦ୍ଧାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା।
ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତର ଜଙ୍ଗଲ ଘେରା ଶବରପଲ୍ଲୀ ଗଁା ରହିଛି। ଶବରପଲ୍ଲୀର ୪୦ରୁ ଅଧିକ ଜନଜାତି ପରିବାରର ୨ ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁନାହିଁ। ଏ ନେଇ ରାଜନେତାଠାରୁ ପ୍ରଶାସନ ପର୍ଯ୍ୟନ୍ତ ଏହି ଜନଜାତି ପରିବାରମାନଙ୍କ ଦୁଃଖ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ସ୍ଥାନୀୟ ଲୋକମାନେ ବୋଲି କହିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନଜାତିଙ୍କ ବିକାଶ ପାଇଁ ଯୋଜନା ଘରେ ଯୋଜନା କରୁଛନ୍ତି। କିନ୍ତୁ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ ଅବହେଳା ଯୋଗୁ ଆମେମାନେ ଦୁର୍ଦ୍ଦିନରେ ଦିନ କାଟୁଛୁ ବୋଲି କହିଛନ୍ତି ଅଭିଯୋଗକାରୀଙ୍କ ମଧ୍ୟରେ ପଇଡ଼ ଭକ୍ତା, ସୁମନ୍ତ ଭକ୍ତା, ମିଟ ନାୟକ, ସଚି ଆହାଡ଼ି, ସୁଦନ ଭକ୍ତା, ଗୌର ମଲିକ ପ୍ରମୁଖ। ସେମାନେ କହିବା କଥା ନିର୍ବାଚନ ଆସିଲେ ଜନ ପ୍ରତିନିଧିମାନେ ଆମକୁ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିରୀହ ଆଦିବାସୀ ଶବରମାନଙ୍କଠାରୁ ଭୋଟ ନେଇଥାନ୍ତି। କିନ୍ତୁ ନିର୍ବାଚିତ ହେଲା ପରେ ଆମକୁ ଠକି ଦେଇଥାନ୍ତି। ଶବରପଲ୍ଲୀ ଲୋକେ ଏହି ମିଳିତ ଜନଶୁଣାଣିରେ ୪୦ ଅଭିଯୋଗ ପତ୍ରର ଶୁଣାଣି ହୋଇଥିଲା। ଶିବିରରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ନିଲୁ ମହାପାତ୍ର, ଏସ୍‌ପି ମଡକର ସନ୍ଦିପ ସମ୍ପଦ, ପ୍ରୋଜେକ୍ଟ ଡାଇରେକ୍ଟର ରାଜେନ୍ଦ୍ର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଡିଓ ସାଗର କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବ୍ଲକ ସହକାରୀ ଯନ୍ତ୍ରୀ ସ୍ମୃତିରେଖା ଖଟୁଆ , ଜିଲା ମୁଖ୍ୟ ଚିକିତ୍ସା ଅଧିକାରିଣୀ ଅନିତା ପଟ୍ଟନାୟକଙ୍କ ସମେତ ବିଭିନ୍ନ ଲାଇନ୍‌ ଡିପାର୍ଟ ମେଣ୍ଟର ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?