ନିର୍ମାଣ ନ ସରୁଣୁ କାନ୍ଥରେ ଫାଟ
ଏରସମା,୨୬ା୮(ଦୀପ୍ତି ରଞ୍ଜନ ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟ ପଞ୍ଚାୟତସ୍ଥିତ ସିହା ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଚାଲିଛି। ତେବେ ଏହି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ କରି ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କାର୍ଯ୍ୟ ଶେଷ ନ ହେଉଣୁ କାନ୍ଥରେ…
୩ ମାସ ମଧ୍ୟରେ ତଦନ୍ତ ପାଇଁ ନିର୍ଦ୍ଦେଶ
କଟକ,୨୬ା୮(କାର୍ତ୍ତିକ ସାହୁ): ରାଜଧାନୀ ଭୁବନେଶ୍ୱରର ପଟିଆ ମୌଜାରେ ୯୯ ଏକର ସରକାରୀ ଲିଜ୍ ଜମିକୁ ବେଆଇନ ଭାବେ ବିକ୍ରି କରାଯିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ଓ ବିଚାରପତି ସାବିତ୍ରୀ ରଥଙ୍କ ଖଣ୍ଡପୀଠ ଶୁକ୍ରବାର…
‘ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟରର ଉନ୍ନତୀକରଣ ହେବ’
ବ୍ରହ୍ମପୁର (ସ୍ମୃତି ରଞ୍ଜନ ମହାଲିକ)/ ଗୋପାଳପୁର (ନବୀନରାଜ ଆଚାରୀ) ୨୬ା୮: ୫-ଟି ସଚିବ ଭି. କେ. ପାଣ୍ଡିଆନ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିଥିବା ବେଳେ ଶୁକ୍ରବାର ପ୍ରଥମ ଦିନରେ ସେ ବେଗୁନିଆପଡ଼ା ବ୍ଲକ ବୁରୁଝୁରୀ, ବ୍ରହ୍ମପୁର ମହାନଗରର ବିବେକ…
ଫରେଷ୍ଟ ବିଟ୍ ହାଉସ ଉଡ଼ାଇଲେ, ଜେସିବି ପୋଡ଼ିଲେ
ନୂଆପଡ଼ା,୨୬।୮(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ମାଓବାଦୀମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ନୂଆପଡ଼ା ସଦର ମହକୁମାଠାରୁ ୧୦ କି.ମି. ଦୂର ସୁନାବେଡା ଅଭୟାରଣ୍ୟ ଭିତରେ କେରମେଲି ପଞ୍ଚାୟତ ଗୋଲାବନ୍ଧ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିଏସ୍ଏନ୍ଏଲ୍ କମ୍ପାନୀରେ କାମ…
ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ନିଲମ୍ବିତ
ବୌଦ୍ଧ/କଟକ,୨୫ା୮(ଅଜିତ କୁମାର ବାରିକ/କାର୍ତ୍ତିକ ସାହୁ): ବୌଦ୍ଧ ଜିଲା ହରଭଙ୍ଗା ଥାନା ପୂର୍ବତନ ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶୁକ୍ରବାର ନିଲମ୍ବନ କରିଛନ୍ତି। ପୋଲିସ ମୁଖ୍ୟାଳୟ କଟକ ପକ୍ଷରୁ ଆଦେଶ ନମ୍ବର ୧୩୫୮ରେ ଏହି ନିର୍ଦ୍ଦେଶନାମା ଦିଆଯାଇଛି। ଜୁଲାଇ ୨୦ରେ…
୧୪ ଘଣ୍ଟା ଜାତୀୟ ରାଜପଥ ଜାମ
କେନ୍ଦୁଝର,୨୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ବ୍ଲକ୍ ୪୯ ନମ୍ବର ଜାତୀୟ ରାଜପଥର ଜନସନପୁର ଟୋଲ୍ ଗେଟ୍ ପାଖରେ ରାସ୍ତା ଖରାପ ଥିବାରୁ ଗୁରୁବାର ରାତି ୯ଟାରୁ ଶୁକ୍ରବାର ୧୦ଟା ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା। ଫଳରେ ମୁମ୍ବାଇ-କୋଲକାତା ଜାତୀୟ…
ଗୋହତ୍ୟା କରି ବନ୍ଧା ହେଲେ ୪ ଅଭିଯୁକ୍ତ
କୋରୁକୋଣ୍ଡା ୨୫।୮(ଅବିନାଶ ବେହେରା): ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ କୋଇଲିପରି ନିକଟ ଜଙ୍ଗଲରେ କେତେକ ବ୍ୟକ୍ତି ଗାଈଙ୍କୁ ହତ୍ୟା କରି ମାଂସ କାଟୁ ଥିବା ସ୍ଥାନୀୟ ଲୋକେ ଦେଖି ଥାନାକୁ ଜଣାଇଥିଲେ। ଖବର ପାଇ ମାଲକାନଗିରି ଆଦର୍ଶ ଥାନା ଏସ୍ଆଇ…
ସରକାରୀ କ୍ୱାର୍ଟର୍ସରୁ ଖସିଲା ପ୍ଲାଷ୍ଟର: ରାଜସ୍ବ ନିରୀକ୍ଷକ ଗୁରୁତର
ମୋରଡା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଗଡ଼ିଗାଁ ପଞ୍ଚାୟତରେ ଥିବା ସରକାରୀ କ୍ୱାର୍ଟର୍ସ ଛାତର ପ୍ଲାଷ୍ଟର ଖସି ଗଡିଗାଁ ରାଜସ୍ବ ନିରୀକ୍ଷକ ଗୁରତର ଆହତ ହୋଇଛନ୍ତି l ମିଳିଥିବା ସୂଚନା ମୁତାବକ, ରାଜସ୍ବ ନିରୀକ୍ଷକ ସେବତୀ କିସ୍କୁ ତାଙ୍କ…
ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ତହସିଲଦାରଙ୍କୁ ୨ବର୍ଷ ଜେଲଦଣ୍ଡ
କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରଞ୍ଜିତା ଦଳେଇ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣୀ କରି ଅବସରପ୍ରାପ୍ତ ତହସିଲଦାର ଏବଂ ପିଅନଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି। ସେମାନେ ହେଲେ ପୂର୍ବତନ ତହସିଲଦାର ପ୍ରଦୀପ କୁମାର ନାୟକ…
ଦୋଷ ଲଦାଲଦିରେ ଶେଷ ହେଲା ପଞ୍ଚାୟତ ସମିତି ବୈଠକ
ମୋରଡ଼ା,୨୫।୮(ସ୍ମାରକ ମାଜୀ): ମୟୁରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା କନ୍ଫରେନ୍ସ ହଲ୍ରେ ବ୍ଲକ ଅଧ୍ୟକ୍ଷା ପାନମଣି ମାର୍ଣ୍ଡିଙ୍କ ଅଧ୍ୟକ୍ଷତାରେ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ମୁଖ୍ୟଧ୍ ଅତିଥି ଭାବେ ବିଧାୟକ ରାଜକିଶୋର ଦାସଯୋଗ ଦେଇଥିବା ବେଳେ…
ବିଧାୟକ ପ୍ରଦୀପଙ୍କ ଗାଡ଼ି ଉପରକୁ ଅଣ୍ଡା, ପଥର ମାଡ଼
ଗୋପାଳପୁର,୨୫।୮(ନବୀନରାଜ ଆଚାରୀ): ବ୍ରହ୍ମପୁର ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ଲାଞ୍ଜିପଲ୍ଲୀ ନିକଟରେ ଶୁକ୍ରବାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥକ ଏବଂ ବିଜେଡି କର୍ମୀ ମୁହାଁମୁହିଁ ହୋଇଛନ୍ତି। ପୋଲିସ ଉପସ୍ଥିତିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରିକି ପ୍ରଦୀପଙ୍କ କାର୍…
ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଧାରଣା ଦେଲେ କର୍ମଚାରୀ
ପଟ୍ଟାଙ୍ଗି,୨୫।୮(ଶରତ ଧଳ): ମୃତଦେହକୁ ଗ୍ରାମରେ ପହଞ୍ଚାଇବା ସକାଶେ ଆମ୍ବୁଲାନ୍ସ ନ ମିଳିବା ଘଟଣାକୁ ନେଇ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଦୁର୍ବ୍ୟବହାର ଓ ଧକ୍କା ମାରିବା ଘଟଣାକୁ ପ୍ରତିବାଦ କରି ସ୍ବାସ୍ଥ୍ୟ କେନ୍ଦ୍ର ସାମ୍ନାରେ ସ୍ବାସ୍ଥ୍ୟ କର୍ମୀମାନେ ଧାରଣା ଦେଇ…

