ଉଦ୍ଧାର ମା’ ଝିଅଙ୍କୁ ଭେଟିଲେ ପରିବାର ଲୋକେ

ସୁନ୍ଦରଗଡ଼,୧୦ା୧୦(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଇବ୍‌ ନଦୀ ପୋଲ ଉପରୁ ଶୁକ୍ରବାର ଉଦ୍ଧାର ହୋଇ ସ୍ଥାନୀୟ ଆସ୍ଥା ଗୃହରେ ଥିବା ମା’ ଝିଅଙ୍କ ପରିଚୟ ପାଇଛି ପୋଲିସ। ସେମାନଙ୍କ ଘର ଛତିଶଗଡ଼ ଯଶପୁର ଜିଲା ତୁମଲା ଥାନା ଅନ୍ତର୍ଗତ ଖାରିବାହାଲ ଗ୍ରାମରେ ବୋଲି ସଦର ଏସ୍‌ଡିପିଓ ହିମାଂଶୁ ବେହେରା ସୂଚନା ଦେଇଛନ୍ତି। ସୋମବାର ପରିବାର ଲୋକ ଆସି ମା’ ଝିଅଙ୍କୁ ଆସ୍ଥା ଗୃହରେ ଭେଟିଛନ୍ତି। ଗତ କିଛି ବର୍ଷ ହେବ ସେମାନଙ୍କ ମାନସିକ ସ୍ଥିତି ଠକ୍‌ ନ ଥିବା ଓ ସେମାନେ ବୁଧବାର ଘରୁ ବାହାରି ଆଉ ଘରକୁ ଫେରି ନ ଥିବା ଭେଟିବାକୁ ଆସିଥିବା ମହିଳାଙ୍କ ଜଣେ ଝିଅ ଓ ଯାଆ କହିଛନ୍ତି। ତାଙ୍କ ସହ ଯୌନ ନିର୍ଯାତନା ହୋଇଥିବା ନେଇ ବଧିବଦ୍ଧଭାବେ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ କହିଛି। ତଥାପି ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅନୁରୋଧ କରିବ ବୋଲି ସଦର ଏସ୍‌ଡିପିଓ ବେହେରା କହିଛନ୍ତି। ଡାକ୍ତର ଓ ମନସ୍ତତ୍ୱବିତ୍‌ଙ୍କୁ ନେଇ ସେମାନଙ୍କୁ କାଉନସେଲିଂ କରାଯାଉଛି। ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି। ହେଲେ ମାନସିକ ସ୍ତରରେ ସେମାନେ ଠିକ୍‌ ନ ଥିବା ଜଣାପଡ଼ିଛି। ସ୍ବାଭାବିକ ଅବସ୍ଥାକୁ ଆସିଲେ ପ୍ରକୃତ ଘଟଣା ଜଣାପଡିବ। ଅପରପକ୍ଷରେ ଏହି ମହିଳାଙ୍କ ୩ ପୁଅ,୩ ଝିଅ ଥିବା ବେଳେ ସ୍ବାମୀ ନାହାନ୍ତି ବୋଲି ଆସ୍ଥା ଗୃହ ସମ୍ପାଦିକା ସ୍ନେହଲତା ପଟେଲ କହିଛନ୍ତି। ୨ମହିଳାଙ୍କ ମାନସିକ ସ୍ଥିତି ଠିକ ନ ଥିବାରୁ ସେମାନେ କେତେବେଳେ କ’ଣ କହୁଛନ୍ତି ତାଳମେଳ ରହୁନାହିଁ। ସୂଚନା ଅନୁଯାୟୀ, ଶୁକ୍ରବାର ସୁନ୍ଦରଗଡ ଉପକଣ୍ଠ କଲେଜ ବାଇପାସ ଇବ ନଦୀ ପୋଲ ଉପରେ ୨ ବିବସ୍ତ୍ର ମହିଳା ଚାଲି ଚାଲି ଯାଉଥିଲେ। ଶହ ଶହ ଯାତ୍ରୀ ସେଇ ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହି ଜଣେ ଏଭଳି ଲଜ୍ଜିତ ଦୃଶ୍ୟ ପାଇଁ ଦୟା ଦେଖାଇ ନ ଥିଲେ। ନିଜ ଘରୁ ଆଦିବାସୀ ମଞ୍ଚ ଘେରାଉ କାର୍ଯ୍ୟକ୍ରମକୁ ଯାଉଥିବା ବିଧାୟିକା କୁସୁମ ଟେଟେ ଏହି ୨ ମହିଳାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ। ଆଦିବାସୀ ନେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ସାଙ୍ଗରେ ନେଉଥିବା ଗାମୁଛାରେ ୨ ମହିଳାଙ୍କୁ ଘୋଡ଼ାଇ ଦେଇଥିଲେ। ପରେ ସଦର ଥାନା ପୋଲିସ ସହାୟତାରେ ସେମାନଙ୍କୁ ଆସ୍ଥା ଗୃହକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପାନ୍ତ ଅଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା: ମୌଳିକ ସୁବିଧାରୁ ବଞ୍ଚିତ ଗାଁ ଲୋକେ

ନୂଆପଡ଼ା,୪ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକର ଉପାନ୍ତ ଅଞ୍ଚଳ ଦେଓଦରା ପଞ୍ଚାୟତ ଓ ବୋଡେନ ବ୍ଲକ ନାଗପଡ଼ା ପଞ୍ଚାୟତର ଅଧିକାଂଶ ଗାଁର ଲୋକେ ମୌଳିକ ସୁବିଧାରୁ…

୬ଷ୍ଠ ନ୍ୟାସନାଲ ଆମେଚର କ୍ରୀଡା , ଓଡ଼ିଶାରୁ ମନୋନୀତ ହେଲେ ଦିଲ୍ଲୀପ

କଲ୍ୟାଣସିଂହପୁର,୪।୮(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସଲୀ ପଞ୍ଚାୟତର ନିୟମଗିରିର ଚାଟିକଣା ଗ୍ରାମରେ ଜନ୍ମ ହୋଇଥିବା ପ୍ରତିଭାବାନ୍ କବାଡି ଖେଳାଳି ଦିଲ୍ଲୀପ କୁମାର…

ସମସ୍ୟା ଅସମାହିତ, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ଅନ୍ୟପକ୍ଷରେ ଏଠାରେ ଚାଷ ଓ ଚାଷୀଙ୍କ…

ମାଛ ଯାଆଁଳ ନେବାକୁ କହି ଡକାୟତି, ଘରେ ପଶି ଲୁଟିନେଲେ ସୁନା ଗହଣା ସହ ଟଙ୍କା

ଭଦ୍ରକ,୪।୮(ସନାତନ ରାଉତ): ଭଦ୍ରକ ଗ୍ରାମଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚଯାତର ଜୁଡ଼ାଗଡିଆ ଗ୍ରାମରେ ଏକ ବଡ଼ ଧରଣର ଡ଼କାୟତି ହୋଇଛି । ଗ୍ରାମର ନିରଞ୍ଜନ ଶତପଥୀଙ୍କ ଘରକୁ…

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri