୩ୟ ଶ୍ରେଣୀରୁ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢୁଛି

ଯାଜପୁର,୧୦ା୧୦(ହର୍ଷବର୍ଦ୍ଧନ ବେହେରା): ବହୁଳ ପ୍ରସାରିତ ସର୍ବଶିକ୍ଷା ଅଭିଯାନ ଯାଜପୁର ଜିଲାରେ ଛାତ୍ରୀଛାତ୍ରଙ୍କୁ ସ୍କୁଲରେ ରଖିବାରେ ସେତେଟା ସଫଳ ହୋଇ ନ ଥିବା ପ୍ରତୀୟମାନ ହୋଇଛି। ପ୍ରତିବର୍ଷ ୩ୟରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଡ୍ରପ୍‌ଆଉଟ୍‌ ସଂଖ୍ୟା ବଢ଼ିବାରେ ଲାଗିଛି। ୟୁନିଫାଏଡ ଡିଷ୍ଟ୍ରିକ୍ଟ ଇନଫରମେଶନ ସିଷ୍ଟମ୍‌ ଫର୍‌ ଏଜୁକେଶନ (ୟୁଡିଆଇଏସ୍‌ଇ) ପ୍ଲସ ରିପୋର୍ଟ ଅନୁଯାୟୀ ୨୦୨୧-୨୨ରେ ୨ୟ ଶ୍ରେଣୀରେ ନାମ ଲେଖାଇଥିବା ୩୧,୮୩୬ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦୨୨-୨୩ରେ ୦.୬୩% ଅର୍ଥାତ ୨୦୨ ଜଣ ୩ୟ ଶ୍ରେଣୀରେ ଡ୍ରପ୍‌ଆଉଟ୍‌ ରହିଛନ୍ତି। ଏହିକ୍ରମରେ ୧୦ମ ଶ୍ରେଣୀ ପରେ ସର୍ବାଧିକ ୨୩.୩୨ ପ୍ରତିଶତ ଅର୍ଥାତ ୬୫୭୯ ଛାତ୍ରୀଛାତ୍ର ଡ୍ରପ୍‌ଆଉଟ୍‌ ହୋଇଛନ୍ତି।
ରିପୋର୍ଟ ଅନୁଯାୟୀ, ୨୦୨୧-୨୨ରେ ୧୦ମ ଶ୍ରେଣୀରେ ୨୮,୨୦୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦୨୨-୨୩ରେ ଯୁକ୍ତ୨ ପ୍ରଥମ ବର୍ଷ ଅର୍ଥାତ୍‌ ଏକାଦଶ ଶ୍ରେଣୀରେ ୨୧,୬୨୫ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ୩ୟ ଶ୍ରେଣୀରୁ ଡ୍ରପ୍‌ଆଉଟ୍‌ ଆରମ୍ଭ ହେବାପରେ ପିଲାମାନେ ପରିବାରର ରୋଜଗାର ପନ୍ଥାରେ ନିୟୋଜିତ ହୋଇଯାଉଛନ୍ତି। ଅନେକେ ଦେଶୀ ମଦଦୋକାନ, ଚାଷକାର୍ଯ୍ୟ, ହୋଟେଲ, ଗ୍ୟାରେଜ ଇତ୍ୟାଦି ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କେଉଁ କାରଣରୁ ଏହି ଛାତ୍ରୀଛାତ୍ରମାନେ ଡ୍ରପ୍‌ଆଉଟ୍‌ ରହିଛନ୍ତି ତାହାର କାରଣଗୁଡ଼ିକ ଖୋଜି ବାହାର କରି ପ୍ରତିକାର ବ୍ୟବସ୍ଥା କରା ନ ଗଲେ ପିଲାମାନଙ୍କୁ ଆନୁଷ୍ଠାନିକ ଶିକ୍ଷା ପରିସରକୁ ଆଣିବା ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ ବୋଲି ମତପ୍ରକାଶ ପାଇଛି।
ୟୁଡିଆଇଏସ୍‌ଇ ପ୍ଲସ ରିପୋର୍ଟ ଅନୁଯାୟୀ, ୧୦ମ ଶ୍ରେଣୀ ପରେ ଜିଲାର ଶିଳ୍ପ ସମୃଦ୍ଧ ଦାନଗଦି ବ୍ଲକରେ ସର୍ବାଧିକ ୧୫୬୩ ପିଲା ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଏହାପରେ ଧର୍ମଶାଳାରେ ୧୧୯୭, ଖଣି ଅଞ୍ଚଳ ସୁକିନ୍ଦାରେ ୮୬୫ ପିଲା ପରବର୍ତ୍ତୀ ଶିକ୍ଷା ପ୍ରତି ଆଗ୍ରହ ଦେଖାଇ ନାହାନ୍ତି। ଅନ୍ୟପକ୍ଷେ ଜିଲାର ୧୦ ବ୍ଲକରେ ୩ୟ ଶ୍ରେଣୀ ପରେ ୫୬୭, ୪ର୍ଥ ଶ୍ରେଣୀ ପରେ ୪୪୩, ୫ମ ଶ୍ରେଣୀ ପରେ ୭୭୨, ୬ଷ୍ଠ ଶ୍ରେଣୀ ପରେ ୭୧୫, ୭ମ ଶ୍ରେଣୀ ପରେ ୯୯୧, ୮ମ ଶ୍ରେଣୀ ପରେ ୧୩୭୧, ୯ମ ଶ୍ରେଣୀ ପରେ ୨୨୦୭ ଛାତ୍ରୀଛାତ୍ର ଡ୍ରପ୍‌ଆଉଟ୍‌ ହୋଇଛନ୍ତି। ଏହି ପରିସଂଖ୍ୟାନ ରିପୋର୍ଟରେ ଦର୍ଶାଯାଇଥିବାବେଳେ ବାସ୍ତବରେ ଏହାର ବହୁଗୁଣ ଅଧିକ ପିଲା ନାମ ଲେଖାଇଥିଲେ ସୁଦ୍ଧା ସ୍କୁଲକୁ ନ ଯାଇ ବିଭିନ୍ନ ସ୍ଥାନରେ ଶିଶୁଶ୍ରମିକ ଭାବେ ନିୟୋଜିତ ଥିବା ଦେଖିବାକୁ ମିଳୁଛି। ଦାରିଦ୍ର୍ୟ ଏବଂ ପିଲାଙ୍କ ପାଠପଢା ପ୍ରତି ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଆଗ୍ରହ ଜନ୍ମାଇବା ଦିଗରେ ସମଗ୍ର ଶିକ୍ଷାର ବିଫଳତା ଡ୍ରପ୍‌ଆଉଟ୍‌ର ପ୍ରମୁଖ କାରଣ ବୋଲି କୁହାଯାଉଛି। ସେହିପରି ଗ୍ରାମାଞ୍ଚଳ ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ, ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କୁ ନିୟୋଜନ, ଜଣେ ମାତ୍ର ଶିକ୍ଷକ ଥିବା ସ୍କୁଲ ବାରମ୍ବାର ବନ୍ଦ ରହିବା, ସ୍କୁଲକୁ ଉପଯୁକ୍ତ ଗମନାଗମନ ଅଭାବ ମଧ୍ୟ ଡ୍ରପ୍‌ଆଉଟ୍‌ର ଅନ୍ୟ କାରଣ ହୋଇପାରେ।
ଜିଲାର ୨୪୯ ହାଇସ୍କୁଲର ରୂପାନ୍ତରୀକରଣ କରାଯାଇ ୧୬୮ କୋଟି ୬୪ ଲକ୍ଷ ୪୪ ହଜାର ୪୩୦ ଟଙ୍କା ଖର୍ଚ୍ଚ ହୋଇଛି। ଏହାବାଦ୍‌ ଦ୍ୱିତୀୟ ପର୍ଯ୍ୟାୟରେ ୯୭ଟି ହାଇସ୍କୁଲରେ ରୂପାନ୍ତରୀକରଣ କାର୍ଯ୍ୟ ଚାଲିଛି। ତଥାପି ହାଇସ୍କୁଲଗୁଡ଼ିକରେ ଡ୍ରପ୍‌ଆଉଟ୍‌ ହେବା ଶିକ୍ଷା ବିଭାଗର ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ମତପ୍ରକାଶ ପାଇଛି। ଏହାବାଦ ଫେକ୍‌ ଏନରୋଲମେଣ୍ଟ ବା ଛାତ୍ରୀଛାତ୍ର ନ ଥାଇ କେବଳ କାଗଜପତ୍ରରେ ସେମାନଙ୍କ ନାମ ଲେଖାଇ ମଧ୍ୟାହ୍ନ ଭୋଜନ ସାମଗ୍ରୀ ହଡ଼ପ ପାଇଁ ଏଭଳି କରାଯାଉଥିବା କେତେଜଣ ସନ୍ଦେହ କରୁଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି ବ୍ଲକ ଶିକ୍ଷାଧିକାରୀମାନଙ୍କୁ ୟୁଡିଆଇଏସ୍‌ଇ ପ୍ଲସ ରିପୋର୍ଟକୁ ଗୁରୁତ୍ୱ ଦେବାକୁ କହିବା ସହ ପୋର୍ଟାଲରେ ଯେପରି ନକଲି ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦାଖଲ ନ ଥିବ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଡ୍ରପ୍‌ଆଉଟ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?