ବିନା ଅନୁମତିରେ ଜଙ୍ଗଲ ଜମିରୁ ମୋରମ ଚାଲାଣ

ସୁକିନ୍ଦା,୧୦।୧୦(ସତ୍ୟଜିତ ଦାଶ): ସୁକିନ୍ଦା ବ୍ଲକ ଅନ୍ତର୍ଗତ ପିମ୍ପୁଡିଆ ଗ୍ରାମ ପଞ୍ଚାୟତ ଦେହୁରୀ ସାହି ନିକଟସ୍ଥ ଜଙ୍ଗଲ ଜମିରୁ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ମୋରମ ଚାଲାଣ ଚାଲିଛି । ସ୍ଥାନୀୟ ଅଞ୍ଚଳର ଟାଣୁଆ ନେତା ସୁକାନ୍ତ ନାୟକଙ୍କ ଜରିଆରେ ଏହି ଲୁଟ୍‌ ଚାଲିଛି। ତାଙ୍କୁ ପରୋକ୍ଷରେ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟ ସମର୍ଥନ କରୁଛନ୍ତି ବୋଲି ବର୍ତ୍ତମାନର ସରପଞ୍ଚ ତପନ ନାୟକ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ପିମ୍ପୁଡିଆ ଗ୍ରାମରେ ଜଙ୍ଗଲ ବିଭାଗ ଦ୍ୱାରା ଏକ ବଗିଚା ନିର୍ମାଣ କରାଯାଉଛି। ଉକ୍ତ ବଗିଚା ନିର୍ମାଣରେ ବ୍ୟବହାର ନିମନ୍ତେ ମାତ୍ର ୩ ରୁ ୪ ଟ୍ରିପ୍‌ ମୋରମ ଆବଶ୍ୟକତା ଥିଲା । ଏହି ବଗିଚା ନିର୍ମାଣ କାମକୁ ସୁକାନ୍ତ ନାୟକ ବିନା କାଗଜପତ୍ରରେ ବନାଞ୍ଚଳ ଅଧିକାରୀ ରାଉତରାୟଙ୍କ ସମର୍ଥନରେ କରୁଥିଲେ । ଅନ୍ୟପକ୍ଷେ ଉକ୍ତ ପଞ୍ଚାୟତର ଆମ୍ବପାଳ ଗ୍ରାମରେ ନିର୍ମାଣାଧୀନ ଏକ କେନାଲ କାମ ମଧ୍ୟ ସୁକାନ୍ତ କରୁଥିଲେ । ଉକ୍ତ କେନାଲ କାମ ପାଇଁ ୩ ଶହରୁ ଊର୍ଦ୍ଧ୍ୱ ଟ୍ରାକ୍ଟର ମୋରମର ଆବଶ୍ୟକତା ରହିଥିଲା। ସେଥିପାଇଁ ସେ ଦେହୁରୀ ସାହିସ୍ଥିତ ଜଙ୍ଗଲ ଜମିରୁ ମୋରମ ଉଠାଇ କାମରେ ଲଗାଇଥିଲେ । ଯାହାର ସରକାରୀ ରାଜସ୍ବ ଆନୁମାନିକ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହା ଦେଖିବା ପରେ ସରପଞ୍ଚ ନାୟକ ସୁକିନ୍ଦା ବନାଞ୍ଚଳ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବୁଝିବା କହି ବନାଞ୍ଚଳ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହାପରେ ସରପଞ୍ଚ ବାଧ୍ୟ ହୋଇ ଚୁପ ରହିଥିଲେ । ତେବେ ସରକାରୀ ନିୟମ ଅନୁଯାୟୀ ଯଦି କେହି ଜଙ୍ଗଲ ଜମିରୁ ଲଘୁ ଖଣିଜ ଉତ୍ତୋଳନ କରିଥାଆନ୍ତି, ତେବେ ତାଙ୍କୁ ଜଙ୍ଗଲ ଜମି ଆଇନ ୧୯୯୦ ଅନୁଯାୟୀ ବନଖଣ୍ଡ ଅଧିକାରୀଙ୍କ ଅନୁମୋଦନର ଆବଶ୍ୟକତା ପଡିଥାଏ। କିନ୍ତୁ କୌଣସି ଅନୁମତି ବିନା ଜଙ୍ଗଲ ବିଭାଗର ବଗିଚା ଏବଂ ଜିଲା ଖଣିଜ ପାଣ୍ଠି ଅଧୀନ କରାଯାଉଥିବା କେନାଲ ନିମନ୍ତେ ମୋରମ ଚାଲାଣ କରାଯାଇଥିଲା । ଏହି ଘଟଣା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ରାଉତରାୟଙ୍କୁ ପଚାରିବାରେ ସେ କହିଥିଲେ, ମୋରମ ଚାଲାଣ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି । ମୁଁ ତଦନ୍ତ କରିବା ପରେ ଯାହା କିଛି କହି ପାରିବି । ସେହିପରି ସୁକାନ୍ତ ନାୟକଙ୍କୁ ପଚାରିବାରେ ସେ ଉକ୍ତ କାର୍ଯ୍ୟକୁ କରୁ ନ ଥିବା କହିଥିଲେ । କିନ୍ତୁ ପିମ୍ପୁଡିଆ ସରପଞ୍ଚ ନାୟକଙ୍କ କହିବା ଅନୁଯାୟୀ ବିନା ଟେଣ୍ଡରରେ ସରକାରୀ ଅଧିକାରୀମାନଙ୍କ ସହଯୋଗରେ ସୁକାନ୍ତ ଅନେକ କାମ କରିଚାଲିଛନ୍ତି  । ସମସ୍ତ କାମ ପାଇଁ ସେ ବିଭିନ୍ନ ସମୟରେ ଲଘୁ ଖଣିଜ ଉତ୍ତୋଳନ କରି କାମରେ ଲଗାଉଛନ୍ତି । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ମୋରମ ବ୍ୟବସାୟୀମାନେ ଭୟରେ କୌଣସି ବେଆଇନ କାମ କରିପାରିବେ ନାହିଁ। ଏ ସମ୍ପର୍କରେ ସୁକିନ୍ଦା ତହସିଲଦାର ଦମୟନ୍ତୀ ସାହୁଙ୍କୁ ପଚାରିବାରେ ସେ କହିଛନ୍ତି, ମୋର ଜାଣତରେ ଏଭଳି ହୋଇନାହିଁ । ତେଣୁ ଏ ସମ୍ପର୍କରେ ମୁଁ ବନାଞ୍ଚଳ ଅଧିକାରୀ ରାଉତରାୟଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବି। ଏ ନେଇ ଠିକାଦାର ସୁକାନ୍ତ ନାୟକ କହିଛନ୍ତି, ସେ କାମ ମୋ ନାମରେ ନାହିଁ। ବିଭାଗୀୟ ଅଧିକାରୀ ହିଁ ତା’ର ଜବାବ ଦେବେ । ଏହା ପରେ ବି ମୋରମ ଚାଲାଣ ଚାଲିଛି । ଏହାକୁ ନେଇ ସ୍ଥାନୀୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?