ଆମ ଜିଲା ଖବର

ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

ମୋରଡ଼ା,୨୫ା୮(ସ୍ମାରକ ମାଜୀ): ବିଭିନ୍ନ ଦାବି ନେଇ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରିଛି ଅଣ ରାଜନୈତିକ ସଂଗଠନ ଭଞ୍ଜସେନା l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଣ ଓ ଗୃହ ନିର୍ମାଣର…

କୁରଡୋକୋଟ ଜଳପ୍ରପାତର ଉନ୍ନତିକରଣ ନେଇ ଡିଏଫ୍‌ଓଙ୍କୁ ଭେଟିଲା ଜିଲା ନାଗରିକ କମିଟି

ଦେବଗଡ଼,୨୫ା୮(ଶଶାଙ୍କ ଶେଖର ଝାଙ୍କର): କୁରଡୋକୋଟ ଜଳ ପ୍ରପାତ ଦେବଗଡ଼ ଜିଲା ପାଇଁ ଭଗବାନଙ୍କ ଏକ ଆଶୀର୍ବାଦ। ଏଠାରୁ ଏସିଆର ଦ୍ୱିତୀୟ ହାଇଡ୍ରୋ ବିଦ୍ୟୁତ୍‌ ଉତ୍ପନ୍ନ ହେଉଥିଲା। ଉକ୍ତ ବିଦ୍ୟୁତ୍‌ ପ୍ରକଳ୍ପ ୨୦୧୬ରେ ଶତବାର୍ଷିକୀ ପାଳନ କରାଯାଇଥିଲା। ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ନିମନ୍ତେ…

ନାଳପାଣିରେ ଭାସି ମହିଳା ମୃତ

ପାଟଣା,୨୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ଗ୍ରାମ ନାଳରେ ଶୁକ୍ରବାର ଜଣେ ମହିଳା ଗାଧୋଇବାକୁ ଯାଇ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ଜଣକ ହେଲେ ମଲାରପଦା ଗ୍ରାମର ଶ୍ରୀକାନ୍ତ ସେଠୀଙ୍କ ସ୍ତ୍ରୀ ନଳିନୀ(୫୫)। ସୂଚନାନୁଯାୟୀ, ଶୁକ୍ରବାର…

ପାଠପଢ଼ାରେ ଅର୍ଥ ସାଜିଛି ବାଧକ

ଅମରପାଲି,୨୫ା୮(ପୀତାମ୍ବର ସାହୁ): ଦୃଢ ଇଚ୍ଛାଶକ୍ତି ଓ ଅଧ୍ୟବସାୟ କେବେ ବିଫଳ ଯାଏନାହିଁ। ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳତା ପାଇଛନ୍ତି ଜଣେ ଦୃଷ୍ଟିବାଧିତ ଯୁବକ। ସେ ହେଲେ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମ ପଞ୍ଚାୟତ ତେଲିପାଲି ଗ୍ରାମର କୁଶ…

ସିଭିଲ ଇଞ୍ଜିନିୟରରୁ ସଫଳ ଚାଷୀ

ଭବାନୀପାଟଣା,୨୫।୮(ଉତ୍ତମ କୁମାର ଦାଶ): ଦିନେ ସେ ପୁନେରେ ସିଭିଲି ଇଞ୍ଜିନିୟର ଭାବେ ଏକ ବେସରକାରୀ କମ୍ପାନୀରେ କାମ କରି ମୋଟା ଅଙ୍କର ଦରମା ପାଉଥିଲେ। ହେଲେ ଲକ୍‌ଡାଉନରେ ଘରକୁ ଚାଲି ଆସି ସମନ୍ବିତ ଚାଷ ପ୍ରଣାଳୀ ପ୍ରତି ଆକର୍ଷିତ ହୋଇଥିଲେ। ଫଳରେ…

ଔଷଧ ପାଇଁ କିଡ୍‌ନୀ ରୋଗୀଙ୍କ ଭିକ୍ଷାବୃତ୍ତି

ରାଉରକେଲା,୨୫।୮(ଦିନେଶ ମିଶ୍ର): ରାଉରକେଲା ଉଦିତନଗର ଚୌଧୁରୀ ପେଟ୍ରୋଲ ପମ୍ପ ନିକଟରେ ରହୁଛନ୍ତି ଅଙ୍କିତ କୁମାର(୨୩)। ସେ ଦୀର୍ଘବର୍ଷ ଧରି କିଡ୍‌ନୀ ରୋଗରେ ପୀଡିତ। ଅର୍ଥାଭାବ ଯୋଗୁ ସେ ଔଷଧ କିଣି ଖାଇପାରୁନାହାନ୍ତି। ଫଳରେ ସେ ୬ ମାସ ହେଲା ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି।…

ଗାଈଚରାଳିଙ୍କୁ ଗୁଳି କରି ହତ୍ୟା ଅଭିଯୋଗ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୫ା୮(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ପଞ୍ଚାୟତ ଖାରିଗୁଡ଼ାରେ ଜଣେ ଗାଈ ଚରାଳିଙ୍କୁ କେହି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଗୁରୁବାର ବିଳମ୍ବିତ ରାତିରେ ଥାନାରେ ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି…

ପରିବାରକୁ ନିଆଁ ପାଣି ବାସନ୍ଦ

ବେଗୁନିଆପଡ଼ା,୨୫ା୮(ସୁଶାନ୍ତ କୁମାର ପଟ୍ଟନାୟକ): ବେଗୁନିଆପଡ଼ା ଥାନା ଅନ୍ତର୍ଗତ ନୂଆଗଡ଼ ଗାଁରେ କଙ୍ଗାରୁ କୋର୍ଟ ବସି ଗୋଟିଏ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଗୁରୁବାର ଅଭିଯୋଗ ହୋଇଛି। ଉକ୍ତ ପରିବାରରେ ସମ୍ପତିକୁ କେନ୍ଦ୍ର କରି ବିବାଦ ଉପୁଜିଥିଲା। ଏହାର ସମାଧାନ ପାଇଁ ଗାଁରେ…

ସେପ୍ଟେମ୍ବର ୩ରେ ଓଜେଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ,୨୫ା୮(ସୁପ୍ରିୟା ପ୍ରିୟଦର୍ଶିନୀ):ଆସନ୍ତା ସେପ୍ଟେମ୍ବର ୩ରେ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌) ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ପକ୍ଷରୁ ପରୀକ୍ଷା ସୂଚୀ ଏବଂ ପରୀକ୍ଷା କେନ୍ଦ୍ର ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ…

ଗୌରବ ବଢ଼ାଇଲେ ଓଡ଼ିଆ ବୈଜ୍ଞାନିକ

ଭୁବନ/ତାଳଚେର/କେନ୍ଦୁଝର/ ପଟ୍ଟାମୁଣ୍ଡାଇ/ବ୍ରହ୍ମପୁର, ୨୫।୮(ବିପିନ ବିହାରୀ ସେଠୀ/ମନୋଜ ନନ୍ଦ/ନରେଶ ଚନ୍ଦ୍ର ପଟ୍ଟନାୟକ/କଳ୍ପତରୁ ନାୟକ/ ସ୍ମୃତିରଞ୍ଜନ ମହାଲିକ): ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରାୟନ-୩’ ମିଶନ ସଫଳ ହେବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନିଆ ଅଭିଯାନ ଆରମ୍ଭ କରିଛି ରୋଭର…

ଜଳୁନି ଷ୍ଟ୍ରିଟ ଲାଇଟ, ବଢ଼ୁଛି ଅସନ୍ତୋଷ

ବ୍ରହ୍ମପୁର,୨୫ା୮(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପକ୍ଷରୁ ବିଦ୍ୟୁତ ବିଲ ଦେୟ ହ୍ରାସ ଲକ୍ଷ୍ୟ ନେଇ ସହରର ପ୍ରତି ଅଞ୍ଚଳରେ ଏଲ୍‌ଇଡି ଷ୍ଟ୍ରିଟ ଲାଇଟ ଦ୍ୱାରା ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ୨୦୧୮ରେ ନିଗମ ପକ୍ଷରୁ ଏହି ବ୍ୟବସ୍ଥା ଆରମ୍ଭ…

ବର୍ଷା ଅଭାବରୁ ଜମି ଫାଟି ଆଁ, ଚାଷୀ ଚିନ୍ତାରେ

ପାରଳାଖେମୁଣ୍ଡି,୨୫ା୮(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓ ପାରଳା ଖାସ୍ପା ଅଞ୍ଚଳର ଚାଷୀ ଏବେ ଚିନ୍ତାରେ। ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିବା ସହ ଧାନ ଗଛ ସବୁ ନଷ୍ଟ ହେବାକୁ ଲାଗିଲାଣି। ଜିଲାରେ ଅଗଷ୍ଟ ମାସରେ ୫୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?