୩୦ ବର୍ଷ ପରେ ମନେ ପଡ଼ିଲା ଗାଁ କଥା

ରାଜନଗର, ୯ା୧୦(ଭାସ୍କର ରାଉତରାୟ): ୩୦ ବର୍ଷ ତଳର ମର୍ମଭେଦୀ ଘଟଣାଟି ଏବେ ରାଜନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭାବ ଅନାଟନ ଭିତରେ ଥିବା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଜାମିନୀ ସେଠୀ ପେଟ ପୋଷିବା ପାଇଁ ଗାଁ ଛାଡି ଥିଲେ। ପହଁଛି ଥିଲେ ରାଜସ୍ଥାନରେ। ଦାଦନ ଭାବେ କାମ କରୁଥିଲେ। ସେଠାରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ, ସେବେଠୁଁ ନିଖୋଜ ହୋଇଯାଇଥିଲେ ଦାଦନ ଜାମିନୀ। ବର୍ଷ ବର୍ଷ ଧରି ଜାମିନୀଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ ପରିବାର ଲୋକେ। ଦୁର୍ଘଟଣାରେ ବଞ୍ଚିଛନ୍ତି ନାଁ ମରିଛନ୍ତି, ଆଶା ଆଶଙ୍କାରେ ଥିଲେ ପରିବାର। ଜାମିନୀଙ୍କ କୌଣସି ଖୋଜ ଖବର ନ ମିଳିବାରୁ ଆତ୍ମୀୟ ସ୍ବଜନ ଓ ପରିବାର ୮ ବର୍ଷ ତଳୁ ତାଙ୍କୁ ଶୁଦ୍ଧି ହୋଇ ସାରିଥିଲେ। ବିଧିର ବିଧାନ କିନ୍ତୁ ନିଆରା। ଜାମିନୀ ଏବେ ବି ବଞ୍ଚିଛନ୍ତି। ଦେଶର ଅନ୍ୟତମ ସ୍ବେଚ୍ଛାସେବୀ ଅନୁଷ୍ଠାନ ଥାନେର ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନ ସଂସ୍ଥା ଜାମିନୀଙ୍କୁ ନିଜ ପାଖରେ ରଖି ମହାରାଷ୍ଟ୍ରର ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ କରୁଥିଲେ। ସୁସ୍ଥ ହେବା ପରେ ଜାମିନୀ ନିଜ ଗାଁ ଠିକଣା ଦେଇଥିଲେ। ୩୦ ବର୍ଷ ତଳୁ ହଜି ଯାଇଥିବା ହତଭାଗ୍ୟ ଜାମିନୀ ଏବେ ଗାଁରେ ପାଦ ଥାପିଛନ୍ତି। ଜାମିନୀ ଫେରିବା ପରେ ଗାଁ ସାହି ପଡିଶାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ହେଲେ ପରିବାର ପାଇଁ ଆଉ ଏକ ବୋଝ ପାଲଟି ଯାଇଛନ୍ତି ଜାମିନୀ।
ସୂଚନା ମୁତାବକ, ଏହି ବ୍ଲକର ଢୋଲମରା ଗାଁର ପାଣ୍ଡବ ସେଠୀଙ୍କ ସାନପୁଅ ୨୫ ବର୍ଷିୟ ଜାମିନୀ ୩୦ବର୍ଷ ତଳେ ରାଜସ୍ଥାନକୁ ଦାଦନ ଖଟିବାକୁ ଯାଇଥିଲେ। ସେଠାରେ ଏକ ସଡକ ଦୁର୍ଘଟଣାର ଶିକାର ହେବାପରେ ନିଜ ଠିକଣା ହଜାଇ ଦେଇଥିଲେ। ରୋଜଗାରିଆ ପୁଅ ହଜିବା ଦୁଃଖରେ ବାପା ପାଣ୍ଡବ ଓ ମା’ ସୁବର୍ଣ୍ଣା ଝୁରିଝୁରି ଶେଷରେ ଆଖି ବୁଜି ଦେଇଥିଲେ। ଦୀର୍ଘ ୨୨ବର୍ଷ ଧରି ଖୋଜାଖୋଜି ପରେ ଜାମିନୀଙ୍କ କୌଣସି ଖୋଜ ଖବର ନ ମିଳିବାରୁ ପରିବାର ଲୋକେ ଓ ବନ୍ଧୁ ପରିଜନ ଶୁଦ୍ଧି ହୋଇପଡ଼ିଥିଲେ। ମାତ୍ର ରବିବାର ଅପରାହ୍ନ ହଠାତ୍‌ ଜାମିନୀ ଗାଁରେ ପାଦ ରଖିଥିଲେ। ଜାମିନୀଙ୍କୁ ଦେଖି ଗାଁର ଲୋକେ ଭାବ ବିହ୍ବଳ ହୋଇପଡିଥିଲେ। ଘରେ ପାଦ ରଖିବା ପରେ ବାପା, ମାଆଙ୍କୁ ନ ପାଇ ଭୋ ଭୋ ହୋଇ କାନ୍ଦିଥିଲେ। ପରେ ନିଜ ଭାଇ, ଭାଉଜ ଓ ପୁତୁରା ଝିଆରୀଙ୍କୁ ଦେଖି ଖୁସି ହୋଇଥିଲେ। ରବିବାର ମହାରାଷ୍ଟ୍ର ଥାନେର ଶ୍ରଦ୍ଧା ଥଇଥାନ ଫାଉଣ୍ଡେଶନର ୩ଜଣ ସଦସ୍ୟ ଜାମିନୀଙ୍କୁ ସାଙ୍ଗରେ ଆଣି ଢୋଲମରା ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ଜିମା ଦେବା ସହ ସେ ଚିକିତ୍ସିିତ ହେଉଥିବା ପ୍ରେସକ୍ରିପସନ ଓ ମେଡିସିନ ଦେଇ ଯାଇଛନ୍ତି। ସେମାନଙ୍କ ସୂଚନା ମୁତାବକ, ଜାମିନୀ ମହାରାଷ୍ଟ୍ର ଥାନେର ରିଜିଓନାଲ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସିତ ହେବା ସହ ଶ୍ରଦ୍ଧା ଫାଉଣ୍ଡେଶନରେ ରହୁଥିଲେ। ତାଙ୍କର ପରିବାର ଓ ଘର କଥା କିଛି ମନେ ନ ଥିଲା। ମାସକ ତଳେ ହଠାତ୍‌ ତାଙ୍କର ଗାଁ, ପରିବାର କଥା ମନେ ପଡ଼ିଥିଲା। ସେ ତାଙ୍କର ପରିଚୟ ଦେବା ସହ ଘରକୁ ଫେରିବାକୁ କହିଥିଲେ। ରବିବାର ଟ୍ରେନରେ ଆସି ଭୁବନେଶ୍ୱରରେ ଓହ୍ଲାଇବା ପରେ ଅଟୋ ଯୋଗେ ଗାଁରେ ଆସି ଅପରାହ୍ନରେ ପହଞ୍ଚି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ: ରାଷ୍ଟ୍ରପତି

କଟକ,୪।୮(କାର୍ତ୍ତିକ ସାହୁ): ଶିକ୍ଷା କେବଳ ଜ୍ଞାନ ଅର୍ଜନର ମାଧ୍ୟମ ନୁହେଁ ବରଂ ବ୍ୟକ୍ତିତ୍ୱ ଗଠନ, ସାମାଜିକ ପରିବର୍ତ୍ତନ ଏବଂ ରାଷ୍ଟ୍ରର ସମୃଦ୍ଧ ଭବିଷ୍ୟତ ନିର୍ମାଣର ଭିତ୍ତିପ୍ରସ୍ତର ବା…

ଭାରତୀୟ ଏଜେଣ୍ଟ ପାକିସ୍ତାନରେ ପ୍ରବେଶ କରି ୩୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ: ଲସ୍କର ଅପରେଟିଭର ଚାଞ୍ଚଲ୍ୟକର ଦାବି!

ଇସଲାମାବାଦ,୪।୮: ଲସ୍କର-ଏ-ତୋଏବା ସହିତ ଜଡିତ ଜଣେ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଏଜେଣ୍ଟମାନେ ପାକିସ୍ତାନରେ ଅନୁପ୍ରବେଶ କରି ୩୦ ରୁ…

ଭାଜପାକୁ ହରାଇ ବିପୁଳ ବିଜୟ ପରେ ବଡ଼ ଦାବି କଲେଣି ପ୍ରଶାନ୍ତ କିଶୋର, କହିଲେ…

ପାଟନା,୪।୮: ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହେବା ପରେ, ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ତାଙ୍କ ବିଜୟକୁ ରାଜ୍ୟ ରାଜନୀତିରେ ପରିବର୍ତ୍ତନର…

ଦୁଇ ଦିନରେ ପୋଲିସକୁ ଦ୍ୱିତୀୟ ସଫଳତା: ୭ ଲକ୍ଷ ଟଙ୍କା ଲୁଟ୍‌ ମାମଲାର ହେଲା ପର୍ଦ୍ଦାଫାଶ

ଗଜପତି,୩।୮(ଗିରିଧାରୀ ପରିଛା): ଗଜପତି ଜିଲାରେ ଟଙ୍କା ଲୁଟ୍‌ ଘଟଣାରେ ପୁଣି ଏକ ବଡ଼ ସଫଳତା ହାସଲ କରିଛି ଗାରାବନ୍ଧା ପୋଲିସ । ଦୁଇ ଦିନ ମଧ୍ୟରେ ଜିଲାରେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

‘୨୫ ଦିନ ଅନଶନ କରନ୍ତୁ, ତା’ପରେ ଇସ୍ତଫା ଦେବି’: ଗୃହମନ୍ତ୍ରୀଙ୍କ ବୟାନକୁ ନେଇ ଭାଜପା ନିଆଁ

ନୂଆଦିଲ୍ଲୀ,୩।୮: ଭାରତୀୟ ଜନତା ପାର୍ଟି (BJP) କର୍ନାଟକ ଗୃହମନ୍ତ୍ରୀ ପ୍ରିୟଙ୍କ ଖାର୍ଗେଙ୍କର ଏକ ବୟାନକୁ ଶେୟାର କରି ତାଙ୍କୁ ଟାର୍ଗେଟ କରିଛି। ଭିଡିଓରେ ପ୍ରିୟଙ୍କ ଖାର୍ଗେ କହୁଥିବାର…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି ବଳାତ୍କାର ଅଭିଯୋଗ, ୪ ମାସ ପରେ ଯୁବକଙ୍କୁ ପୋଲିସ ଧରି…

ଦିଗପହଣ୍ଡି,୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ୯ମ ଶ୍ରେଣୀରେ ପଢୁଥିବା ଜଣେ ୧୫ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri