ଧାରଣାରେ ପାଚିକା, ରୋଷେଇ କଲେ ଶିକ୍ଷୟିତ୍ରୀ-ଶିକ୍ଷକ
ବାଲିଗୁଡ଼ା,୨୭ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍ଜି ଛକରେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛି ପାଚିକା ସଂଘ। ପାଚିକା ସଂଘର ଆନ୍ଦୋଳନ ଯୋଗୁ ସ୍କୁଲଗୁଡ଼ିକ ପ୍ରଭାବିତ ହୋଇଛି ପିଲାଙ୍କ ମଧ୍ୟାହ୍ନଭୋଜନ। ସ୍କୁଲ ପିଲାଙ୍କ ମଧ୍ୟାହ୍ନଭୋଜନ ବନ୍ଦ ହୋଇଗଲେ ପିଲା…
ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର
କୋରାପୁଟ,୨୭ା୯(ଅମିତାଭ ବେହେରା): କୋରାପୁଟିଆ ପାଳକ ସମ୍ମିଳନୀ ପକ୍ଷରୁ ମଣିପୁର ଓ ଭାରତୀୟ ଖ୍ରୀଷ୍ଟିଆନମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ଅବହେଳା ପ୍ରତିବାଦରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ରେଭିନ୍ୟୁ ପଡ଼ିଆଠାରୁ କଳାନିକେତନ ଛକ ଦେଇ ଜଗନ୍ନାଥ ମନ୍ଦିର…
ପୁଣି ଚମକିଲେ ଓଡ଼ିଆ ଝିଅ ମନସ୍ବିନୀ
ଗଞ୍ଜାମ,୨୭ା୯(ବିଦ୍ୟାଧର ସାହୁ): ମୁମ୍ବାଇର ଜାତୀୟ ୟାଚିଂ ସିନିୟର ସେଲିଂ ଚାମ୍ପିୟନଶିପ୍ରେ ଗଞ୍ଜାମର ଝିଅ ମନସ୍ବିନୀ ମହାରଣା ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମନସ୍ବିନୀ ଆର୍ଏକ୍ସ ମହିଳା ବର୍ଗରେ ଓଡ଼ିଶା ୟାଚିଂ ଆସୋସିଏଶନ ପକ୍ଷରୁ ଅଂଶଗ୍ରହଣ କରିଥିଲେ। କୋଚ୍ ସବୀର ବକ୍ସଙ୍କଠାରୁ ପ୍ରଶିକ୍ଷଣ…
ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍ୟୁସିଆଇର ବିକ୍ଷୋଭ
କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ପୂର୍ବରୁ କେନ୍ଦୁଝର ସହରର କରଞ୍ଜିଆ ବସ୍ଷ୍ଟାଣ୍ଡଠାରୁ ଚାଷୀମୂଲିଆ, ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧୀଛକ…
ମୌଳିକ ସୁବିଧାରୁ ବଞ୍ଚିତ ୧୮ ଗାଁର ଲୋକେ, ଜିଲାପାଳଙ୍କୁ ଭେଟି ଜଣାଇଲେ ସମସ୍ୟା
ଛତ୍ରପୁର,୨୭ା୯(ସନ୍ତୋଷ ପାଢ଼ୀ): ସ୍ବାଧୀନତାର ୭୫ ବର୍ଷ ପରେ ବି ଗଞ୍ଜାମ ଜିଲାର ୧୮ଟି ଆଦିବାସୀ ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବା ନେଇ ଗ୍ରାମବାସୀ ଲିଖିତ ଭାବେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ତହସିଲ ଅନ୍ତର୍ଗତର…
ପୁରୁଣା ଡ୍ରେନ୍ ଉପରେ ନୂଆ କାର୍ଯ୍ୟ ନେଇ ଅସନ୍ତୋଷ
ଦାରିଙ୍ଗବାଡ଼ି,୨୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରୁ ସିକାକେତା ପର୍ଯ୍ୟନ୍ତ ୧୫ କିମି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୨୨ ଜୁନ୍ରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା ବେଳେ ବିଳମ୍ବ ହେଉଛି। ଫଳରେ ଲାଇଫ୍ଲାଇନ୍ କୁହାଯାଉଥିବା ଏହି…
ଚନ୍ଦାହାଣ୍ଡି ଘାଟିରେ ବସ୍ ଓଲଟି ଜଣେ ମୃତ: ୧୭ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗୁରୁତର
ନବାରଙ୍ଗପୁର,୨୭।୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି – ଝରିଗାଁ ଘାଟି ରାସ୍ତାରେ ବସ୍ ଓଲଟି ଜଣେ କ୍ରୀଡା ଶିକ୍ଷକଙ୍କ ମତ୍ୟୁ ଘଟିଛି । ମୃତ କ୍ରୀଡା ଶିକ୍ଷକ ହେଉଛନ୍ତି ଉମରକୋଟ ସ୍ବାମୀ ବିବେକାନନ୍ଦ ହାଇସ୍କୁଲର ପ୍ରଭାସ କୁମାର ଜେନା । ଚନ୍ଦାହାଣ୍ଡିରେ…
ପୌରପରିଷଦ କାର୍ଯ୍ୟାଳୟ ଘେରାଉ
ରାୟଗଡା,୨୭।୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ପୌରପରିଷଦର ୨୪ଟି ୱାର୍ଡର ସମସ୍ୟା ନେଇ ଭାଜପା ପକ୍ଷରୁ ପୌରପରିଷଦ କାର୍ଯ୍ୟାଳୟ ଘେରାଉ ହୋଇଛି। ୬ଟି ଦାବି ନେଇ ଏହି ଘେରାଉ ହୋଇଛି। ଡ୍ରେନ ସଫା, ସେଥିରୁ ନିର୍ଗତ ପାଣିକୁ ନଦୀକୁ ନ ଛାଡ଼ି ଡାଇଭରଶନ କରିବା,…
୩ ମାସ ପରେ ଖୋଲିଲା ମଝି ଘରିଆଣୀ ମନ୍ଦିର ହୁଣ୍ଡି
ରାୟଗଡ଼ା,୨୭ା୯(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝି ଘରିଆଣୀଙ୍କ ଦାନ ହୁଣ୍ଡି ଦୀର୍ଘ ୩ ମାସ ପରେ ବୁଧବାର ଖୋଲିଛି। ତହସିଲଦାର କାର୍ଯ୍ୟାଳୟ ପକ୍ଷରୁ ସୁପରଭାଇଜରଙ୍କ ଉପସ୍ଥିତିରେ ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ବାକ୍ସ ଖୋଲିଛି। ଏଥିରେ ୫୮…
କାରାଗାର କର୍ମଚାରୀଙ୍କ ଅନଶନ: ଜଣେ ଗୁରୁତର
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ) : କାରାଗାର କର୍ମଚାରୀମାନଙ୍କ ଆମରଣ ଅନଶନ ବୁଧବାର ତୃତୀୟ ଦିନରେ ପହଞ୍ଚିଛି। ଗ୍ରେଡ ପେ’ ୧୯୦୦ରୁ ୨୦୦୦ଟଙ୍କା ଏବଂ ମୁଖ୍ୟ କାରାଗାର କର୍ମଚାରୀଙ୍କ ଗ୍ରେଡ ପେ’ ୨୦୦୦ଟଙ୍କାରୁ ୨୪୦୦ ଟଙ୍କାକୁ ବୃଦ୍ଧି କରିବା, ପୁରୁଣା ପଦୋନ୍ନତି ନିୟମ-୨୦୧୨କୁ ଲାଗୁ…
ବାପ ମା’ ଛେଉଣ୍ଡ ଛାତ୍ରଙ୍କୁ ଗ୍ରହଣ ସହ ଶିକ୍ଷା ପାଇଁ ପ୍ରତିଶ୍ରୁତି
ମାଲକାନଗିରି, ୨୭।୯(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ରୋଟାରି କ୍ଲବ ତରଫରୁ ମଙ୍ଗଳବାର ଏକ ବାପ ମା ଚେଉଣ୍ଡ ଛାତ୍ରଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ଉଚ୍ଚ ଶିକ୍ଷା ପାଇଁ ସମସ୍ତ ଦାୟିତ୍ୱ ନେବା ସହ ଭୁବନେଶ୍ୱର ସ୍ଥିତ କିସ୍ରେ ପାଠ ପଢାଇବା ପାଇଁ…
ପଟ୍ଟାମୁଣ୍ଡାଇ-ଇନ୍ଦୁପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା
ପଟ୍ଟାମୁଣ୍ଡାଇ,୨୭୯(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ମୁଖ୍ୟ ରାସ୍ତାଠାରୁ ଇନ୍ଦୁପୁର ଯାଇଥିବା ୧୭ କିମି ଗ୍ରାମ୍ୟ ଉନ୍ନୟନ ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। ସ୍ଥାନେ ସ୍ଥାନେ ଏହି ରାସ୍ତା ଫାଟି ଭାଙ୍ଗି ଯାଇଛି। ଏହି ରାସ୍ତା ଉପରେ ପଟ୍ଟାମୁଣ୍ଡାଇ ବ୍ଲକର ୧୩ଟି ପଞ୍ଚାୟତ…

