ନଦୀ ପାଉଛି ଡ୍ରେନେଜ୍‌ର ଆଖ୍ୟା

ଯାଜପୁର,୨୯।୧୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ସମସ୍ତ ନଦୀ ଡ୍ରେନେଜ୍‌ର ଆଖ୍ୟା ନ ପାଉ। ଅଧିକାଂଶ ନଦୀ ଜଳ ଗୁରୁତର ଭାବେ ପ୍ରଦୂଷିତ ହେଉଥିବାରୁ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ରାଜ୍ୟପାଳଙ୍କ ନିକଟରେ ଏଭଳି ଦାବି କରାଯାଇଛି। ଏହାସହ ସମସ୍ତ ଶୁଖିଲା ନଦୀକୁ ପୁନରୁଦ୍ଧାର କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି।
ଓଡ଼ିଶାର ପ୍ରାୟ ସମସ୍ତ ନଦୀ ଉପରେ ଘର କାମ, ଜୀବିକା ଏବଂ ଜଳ ପାଇଁ ନିର୍ଭରଶୀଳ। କିନ୍ତୁ ଏଥିପାଇଁ ନଦୀ ଜଳ ପ୍ରଦୂଷଣ ଏକ ପ୍ରମୁଖ ବିପଦ ହୋଇଛି। ପ୍ରବାହିତ ନଦୀ ଜଳରେ ସହରର ବର୍ଜ୍ୟଜଳ ସମେତ ଶିଳ୍ପ ଏବଂ ଖଣି ଆବର୍ଜନା ପକାଇବା ଯୋଗୁ ସେଗୁଡିକ ଡ୍ରେନେଜ୍‌ରେ ପରିଣତ ହୋଇଛି। ଏଥିଯୋଗୁ ମଣିଷ ଏବଂ ପ୍ରାଣୀ ଜଗତ ଅତିଷ୍ଠ ହୋଇ ପଡିଲେଣି। ତେଣୁ ନଦୀରେ ସମସ୍ତ ପ୍ରକାର ପ୍ରଦୂଷଣ ପଦାର୍ଥର ପ୍ରବେଶ ଯାଞ୍ଚ କରାଯିବା ଆବଶ୍ୟକ ହୋଇପଡିଛି। ଏହିପରି ସମସ୍ତ ପ୍ରଦୂଷକଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ଦଣ୍ଡିତ କରାଯିବା ସହ ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବାକୁ ସମିତି ପକ୍ଷରୁ ଦାବି କରାଯାଇଛି। ନଦୀରେ ପର୍ଯ୍ୟାପ୍ତ ଜଳ ପ୍ରବାହ ପ୍ରଦୂଷଣକୁ ସଫା ରଖିଥାଏ। କିନ୍ତୁ ବର୍ଷସାରା ନଦୀରେ ଜଳ ଉପଲବ୍ଧତାର ଠିକ୍‌ ମୂଲ୍ୟାଙ୍କନ ନ କରି ନଦୀ ଗର୍ଭରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ନଦୀଜଳର ନିରନ୍ତର ଏବଂ ସ୍ବଚ୍ଛ ପ୍ରବାହକୁ ବାଧା ଦେଉଛି । ଏହିପରି ଅବରୋଧ ଦ୍ୱାରା ନଦୀ ଜଳ ପ୍ରଦୂଷଣ ବୃଦ୍ଧି ପାଉଛି ଏବଂ ଅନେକ ଅଞ୍ଚଳରେ ନଦୀ ତଳମୁଣ୍ଡରେ ଶୁଖିଯାଉଛି। ଏହାସହ ବେଆଇନ ବାଲି ଉତ୍ତୋଳନ ଯୋଗୁ ନଦୀ କୂଳର ଘାସ, ଚେର ଆଦିର ପ୍ରାକୃତିକ ଅଭିବୃଦ୍ଧି ହୋଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭରଶୀଳ ଉଦ୍ଭିଦଗୁଡ଼ିକ ବିଲୁପ୍ତ ହେବାକୁ ଯାଉଛନ୍ତି । ତେଣୁ ସ୍ଥାୟୀ ବାଲି ଖନନ ଏବଂ ନଦୀ ଶଯ୍ୟାରୁ ବାହାରୁଥିବା ବାଲିର ପରିମାଣ ଉପରେ ନଜର ରଖିବା ପାଇଁ ନିୟମିତ ଅଡିଟ୍‌ ପାଇଁ ଏକ ନୀତିର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ବନ୍ୟା ପରିସ୍ଥିତିରେ କ୍ଷୟକ୍ଷତି ସମସ୍ୟାକୁ ପ୍ରାଥମିକତା ଉପରେ ସମାଧାନ କରିବା ଆବଶ୍ୟକ । ଏହି ସମସ୍ୟାର ସମାଧାନ ପାଇଁ ଆର୍ଥିକ ସହାୟତା ତଥା ଦକ୍ଷତା ବୃଦ୍ଧି ଯୋଜନା ଗୁରୁତ୍ୱପୂର୍ଣ୍ଣ। ଏଭଳି ଅନେକ ସମସ୍ୟାର ସମାଧାନ ପାଇଁ ଏକ ନଦୀ ନୀତି ଗଠନ କରିବାକୁ ଦାବି କରାଯାଇଛି। ଏଠାରେ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀଜଳକୁ ଉଦାହରଣ ଭାବେ ନିଆଯାଉଛି। ବିଶେଷକରି ରନତ୍ଗର୍ଭା ସୁକିନ୍ଦାର ଡମଶାଳା ନାଳା ଓ ଯୋଡା ଖଣି ଅଞ୍ଚଳର ସୋନା ନଦୀ ବ୍ରାହ୍ମଣୀ, ବୈତରଣୀ ନଦୀଜଳକୁ ବ୍ୟବହାର ଅନୁପଯୋଗ କରିବାରେ ଲାଗିଛନ୍ତି। ଏହି ଉପନଦୀଦ୍ୱୟ ନିକଟରେ ଗଢି ଉଠିଥିବା ବୃହତ୍‌ ଖଣି କମ୍ପାନୀ ଏଥିପାଇଁ ଦାୟୀ ବୋଲି କୁହାଯାଉଛି।
କଳିଙ୍ଗନଗର ଶିଳ୍ପାଞ୍ଚଳ ଏବଂ ସୁକିନ୍ଦା ଖଣି ଅଞ୍ଚଳର ସମସ୍ତ ବିଷାକ୍ତ ବର୍ଜ୍ୟବସ୍ତୁ ବ୍ରାହ୍ମଣୀ ନଦୀରେ ମିଶୁଛି। ଉପରମୁଣ୍ଡରେ ଅନୁଗୋଳ ଓ ରାଉରକେଲାର ବିଭିନ୍ନ ଶିଳ୍ପ ବର୍ଜ୍ୟବସ୍ତୁ ମିଶିବା ଫଳରେ ବ୍ରାହ୍ମଣୀ ପାଣି ଜହର ହେଉଛି। ଏହାର ପ୍ରତିବାଦରେ ଜନ ଆନ୍ଦୋଳନ ହେବା ସହିତ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ୨୮ା୮ା୨୦୧୫ରେ ହାଇକୋର୍ଟ ସେହି ଜନସ୍ବାର୍ଥ ମାମଲାର ବିଚାର କରି ଗଣ୍ଡନାଳର ଜଳ ପ୍ରଦୂଷଣକୁ ନେଇ ମୁଖ୍ୟ ଶାସନ ସଚିବ, ଶିଳ୍ପ , ଖଣି, ଜଳ ସମ୍ପଦ, ଜଙ୍ଗଲ ଓ ପରିବେଶ ସଚିବଙ୍କ ସମେତ ଏସ୍‌ପିସିବର ଅଧ୍ୟକ୍ଷ, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ଏବଂ ଝାରସୁଗୁଡ଼ା, ଯାଜପୁର, ତାଳଚେର ଓ କେନ୍ଦୁଝର ଜିଲାପାଳଙ୍କୁ ପକ୍ଷଭୁକ୍ତ କରିଥିଲେ। ବ୍ରାହ୍ମଣୀ ଓ ଏହାର ଶାଖାନଦୀଗୁଡ଼ିକର ଜଳ ପ୍ରଦୂଷଣ ମୁକ୍ତ କରିବାକୁ ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଥିଲେ। ଏହି କ୍ରମରେ ନଦୀଜଳ ପ୍ରଦୂଷଣକୁ ରୋକିବାକୁ ତାହାର ତଟବର୍ତ୍ତୀ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅନ୍‌ଲାଇନ ମନିଟରିଂ ସିଷ୍ଟମ ଲଗାଇବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି) ପକ୍ଷରୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହାକୁ କେହି ମାନି ନ ଥିଲେ। ନଦୀର କେଉଁ ଅଂଶରେ କିଏ ଅନ୍‌ଲାଇନ ମନିଟରିଂ ସିଷ୍ଟମ ଲଗାଇବ ସେ ନେଇ ଏଯାଏ ନିଷ୍ପତ୍ତି ହୋଇ ପାରିନାହିଁ।
ଅନ୍ୟପକ୍ଷେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ୨୦ା୯ା୨୦୧୮ ତାରିଖରେ ରିଭର ରେଜୁଭେନଶନ କମିଟି(ଆର୍‌ଆର୍‌ସି) ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି।କମିଟିରେ ପରିବେଶ ବିଭାଗ ନିର୍ଦ୍ଦେଶକ, ସହର ଉନ୍ନୟନ ନିର୍ଦ୍ଦେଶକ, ଶିଳ୍ପ ନିର୍ଦ୍ଦେଶକ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ସାମିଲ ହୋଇ ଏକ ଆକ୍ସନ ପ୍ଲାନ ତିଆରି କରିବେ। କିନ୍ତୁ ଏଯାଏ ଏନ୍‌ଜିଟି ନିର୍ଦ୍ଦେଶ ଉପରେ ଉପଯୁକ୍ତ ଭାବେ ଜଳ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରୁ ନ ଥିବାରୁ ରାଜ୍ୟର ଅଧିକାଂଶ ନଦୀ ଡ୍ରେନେଜର ଆଖ୍ୟା ପାଉଛି। ତେବେ ଓଡ଼ିଶା ନଦୀ ସୁରକ୍ଷା ସମିତିର ଅଭିଯୋଗ କ୍ରମେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ଅଧସ୍ତନ ସଚିବ ଭାଗୀରଥି ପାଢୀ ବିଭାଗୀୟ ଇଞ୍ଜିନିୟର-ଇନ୍‌-ଚିଫ୍‌ଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?