Odisha Elections 2024

ଆମ ଜିଲା ଖବର

ପଦୋନ୍ନତିକୁ ହଁ, ବଦଳିକୁ ନା

କଟକ ଅଫିସ,୨୮।୬: କଟକ କମିଶନରେଟ ପୋଲିସର ପଦୋନ୍ନତି ଓ ବଦଳିରେ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି। କମିଶନରେଟ ପୋଲିସରେ କାର୍ଯ୍ୟରତ ଅଧିକାରୀଙ୍କ କଟକ ପ୍ରୀତି ଛାଡୁ ନାହିଁ। ଇତିମଧ୍ୟରେ କେତେଜଣ ଥାନା ଅଧିକାରୀଙ୍କ ଅଦଳବଦଳ ପ୍ରକ୍ରିୟା ସରିଥିବାବେଳେ ଆଉ କେତେଜଣ ପଦୋନ୍ନତି...

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ

ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ ଅଧିନିୟମ ୨୦୧୬ର ଧାରା-୨ର ଉପଧାରା(୨) ଅନୁଯାୟୀ ଅଧିସୂଚନା ଜାରି ହୋଇଥିଲା। ଓଡ଼ିଶା ସରକାରଙ୍କ...

ଶୀତଳଭଣ୍ଡାରରେ କୋଟପା ଆଇନ

ବେଗୁନିଆ,୨୮।୬(ଡି.ଏନ୍‌.ଏ.): ତମାଖୁ ବିକ୍ରି ଓ ସେବନ ରୋକିବା ପାଇଁ ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ନିବାରଣ ଆଇନ(କୋଟପା) ରହିଛି। ଜନ ସଚେତନତା ଅଭାବ ସାଙ୍ଗକୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ ହେଉ ନ ଥିବାରୁ ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

ସ୍ଥାନ ପାଇବ ଓଡ଼ିଆ ଯୁବକଙ୍କ କଳାକୃତି

ରାଜକନିକା,୨୮ା୬(ଡି.ଏନ୍‌.ଏ.): ଡେରାଡୁନ୍‌ ମଶୌରୀର ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଭାରତୀୟ ଯବାନଙ୍କ ବୀରତ୍ୱର ଝଲକ ସ୍ବରୂପ ମୂର୍ତ୍ତି ସ୍ଥାନ ପାଇବ। ଏହି ମୂର୍ତ୍ତି ନିର୍ମାଣ କରୁଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ ନହୁଣି ପଞ୍ଚାୟତସ୍ଥିତ ନୂଆଗାଁରେ ତ୍ରିଲୋଚନ ବେହେରା (୩୭)।...

ଜଳୁଛି ପେଟ, ଅନ୍‌ଲାଇନ ପାଠକୁ ପଚାରେ କିଏ

ମହାକାଳପଡ଼ା,୨୮ା୬(ଡି.ଏନ୍‌.ଏ.): କରୋନା ମାଡ଼ରେ ବିଦ୍ୟାଳୟ ବନ୍ଦ ଯୋଗୁ ପିଲାମାନେ ପାଠପଢା ଭୁଲି ଗଲେଣି। ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ଶିକ୍ଷାକୁ ରୀତିମତ ମୁଖ୍ୟ ଶ୍ରୋତକୁ ଆଣିବାକୁ ନୂଆ ଯୋଜନା ବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଏହାକୁ କାର୍ଯ୍ୟକାରୀ କରିଛନ୍ତି।...

ଜିଲା ଶିକ୍ଷା ବିଭାଗର ଖାମଖିଆଲ କାର୍ଯ୍ୟ, ରାଜକୋଷରୁ ଚାଲିଗଲା ୧୩ ଲକ୍ଷ

ସୁନ୍ଦରଗଡ଼,୨୭।୬: ସୁନ୍ଦରଗଡ଼ ଜିଲା ଜିଲା ଶିକ୍ଷା ବିଭାଗର ଖାମଖିଆଲ ଯୋଗୁ ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଚାଲିଯାଇଥିଲା ୪୮ ଲକ୍ଷ ଟଙ୍କା। ଟାଉନ ଥାନା ପୋଲିସ ଘଟଣାରେ ସମ୍ପୃକ୍ତ ରବିବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ...

ସୁସ୍ଥ ହୋଇ କାମ କଲେଣି ଡେଲ୍‌ଟା ପ୍ଲସ୍‌ ସଂକ୍ରମିତ

ଦେବଗଡ଼,୨୭ା୬: ଦେବଗଡ଼ ଜିଲାରୁ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ଡେଲ୍‌ଟା ପ୍ଲସ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମର ମିଲୁ ରାଜହଂସ ଡେଲ୍‌ଟା ପ୍ଲସରେ ସଂକ୍ରମିତ ହୋଇଥିଲେ। ଶନିବାର ତାଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର...

ଝିଅ ଜନ୍ମ ହେବାରୁ ନିର୍ଯାତନା ପରେ ହତ୍ୟା

ଗୋପାଳପୁର,୨୭ା୬: ମହିଳାଙ୍କୁ ଯୌତୁକ ଜନିତ ହତ୍ୟା ଅଭିଯୋଗରେ ଗୋପାଳପୁର ପୋଲିସ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଗୋଳାବନ୍ଧ ସ୍ଥିତ ଆର୍ମି ଏଡ଼ି କଲେଜର ନାଏକ ଭାବେ କାର୍ଯ୍ୟ କରୁଥିବା ଆନନ୍ଦ ସିଂ (୩୦)।...

ଗଛ ମୂଳେ ଆଶ୍ରୟ ନେବା ହେଲା କାଳ

ଆନନ୍ଦପୁର/ଘସିପୁରା,୨୭। ୬: ରବିବାର ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଧୀନ...

ଭାଜପାରେ ଯୋଗଦେଲେ ୫୦ରୁ ଊର୍ଦ୍ଧ୍ୱ ସିପିଆଇ ନେତା କର୍ମୀ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନମଣ୍ଡଳୀ ଚିକଲଖଣ୍ଡି ପଞ୍ଚାୟତରେ ରବିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ଚିକଲଖଣ୍ଡି ପଞ୍ଚାୟତର ନାଏବ ସରପଞ୍ଚ ନାରାୟଣ ରେଡ୍ଡୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ସିପିଆଇ କର୍ମୀମାନେ ଶଙ୍କର ରାଓ...

ଗଞ୍ଜାମ ଜିଲାରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା : ଆଜି ୨ ମୃତ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଥମିବାରେ ନାଁ ନେଉନାହିଁ। ପୁଣି ଜିଲାରେ ଆଉ ୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାର ଦ୍ୱିତୀୟ ଲହରରେ ଗଞ୍ଜାମ ଜିଲାରେ ୭୯ ଜଣଙ୍କ ଜୀବନ ଗଲାଣି।...

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା ଅଫିସ,୨୭ା୬(ବ୍ୟୁରୋ): ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜ  ନାଏକଙ୍କୁ ରବିବାର ତାଙ୍କ ଗ୍ରାମର ରମିତ ଧୁରୁଆ (୧୯) ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ହତ୍ୟାକାରୀ ରମିତଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ପୂର୍ବତନ କୁଳପତି ନାଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri