ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ. ବୁଥ୍‌ରେ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ। ଏନେଇ ମଙ୍ଗଳବାର ରାତିରେ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଛକାପଞ୍ଝା ଦେଖିବାକୁ ମିଳିଛି। ଉଭୟ ଦଳର ନେତାମାନେ ଦଳୀୟ ପ୍ରାର୍ଥିନୀଙ୍କୁ ଜିତାଇବା ପାଇଁ ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ଏପରିକି କିଛି ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଛି । ବଡ କଥା ହେଲା ଏହି ୱାର୍ଡରେ ବିଜେଡିର ଦାସ ଭାଇନାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ବିଗତ ଦିନକୁ ନଜର ପକାଇଲେ ଦାସ ଭାଇନାଙ୍କ ନେତୃତ୍ୱରେ ବିଜେଡି ପ୍ରାର୍ଥୀମାନେ ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଜିତି ଆସିଛନ୍ତି। ଗତ ନିର୍ବାଚନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ସୁଦ୍ଧା ବିଜେଡି ପ୍ରାର୍ଥୀ ୧୦ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଥିଲେ। ଏଥର ମଧ୍ୟ ୨ ଦଳୀୟ ପ୍ରାର୍ଥିନୀଙ୍କ ମଧ୍ୟରେ କଡ୍ଡା ଟକ୍କର ହେବା ବାରି ହେଉଛି । ବିଜେଡି ପ୍ରାର୍ଥିନୀଙ୍କ ସପକ୍ଷରେ ଏହି ଦଳର ୨ ଗୋଷ୍ଠୀ ପ୍ରଚାର କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରୁ ଏ ପର୍ଯ୍ୟନ୍ତ ବର୍ତ୍ତମାନର ସରକାରୀ ମୁଖ୍ୟ ସଚେତକ ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଏବଂ ଦଳ ପୂର୍ବତନ ଜିଲା ସଭାପତି ତଥା କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଗୋଷ୍ଠୀ ମଧ୍ୟରେ ଶକ୍ତି ପରୀକ୍ଷା ଚାଲିଛି। ୨ ନେତା ସମାନ୍ତରାଳ ସଙ୍ଗଠନ ଜାରି ରଖିଛନ୍ତି । କିନ୍ତୁ ଏହି ୱାର୍ଡ ଉପନିର୍ବାଚନରେ ଉଭୟ ନେତା ଏକସଙ୍ଗେ ନ ହେଲେ ମଧ୍ୟ ପୃଥକ୍‌ ଭାବେ ବିଜେଡି ପ୍ରାର୍ଥିନୀଙ୍କ ପାଇଁ ପ୍ରଚାର କରିଛନ୍ତି । ଫଳରେ ନୂଆ ସମୀକରଣ ସୃଷ୍ଟି କରିଛି । ଅନ୍ୟପଟେ ଗତ ସାଧାରଣ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ହାରିଯିବା ପରେ ସେ ନିର୍ବାଚନ ମଣ୍ଡଳୀ ସହ ସମ୍ପର୍କ କମାଇ ଦେଇଥିଲେ। ଏହା ଭିତରେ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣ ଦର୍ଶାଇ ଚିରଞ୍ଜୀବଙ୍କୁ କଂଗ୍ରେସ ନିଲମ୍ବନ କରିଛି। କିନ୍ତୁ ଏହି ଉପନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥିନୀଙ୍କ ପାଇଁ ଥରେ ନୁହେଁ ଦୁଇ ଥର ପ୍ରଚାର ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହା କଂଗ୍ରେସ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଛି। କଂଗ୍ରେସ ଜିଲା ସଭାପତି ନଟବର ବାରିକ, ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କ ସମେତ ଏକାଧିକ ଦଳୀୟ ନେତା ଏହି ୱାର୍ଡ ଉପରେ ନଜର କେନ୍ଦ୍ରୀଭୁତ କରିଛନ୍ତି ।
ମୋଟାମୋଟି ଭାବେ ଉଭୟ ବିଜେଡି ଓ କଂଗ୍ରେସ ନେତାମାନେ ସେମାନଙ୍କ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ କୌଶଳ ଆପଣାଇଥିଲେ ସୁଦ୍ଧା ଦାସ ଭାଇନାଙ୍କ ଭୂମିକା ସର୍ବାଗ୍ରେ ବୋଲି ଚର୍ଚ୍ଚା ହେଉଛି । କାରଣ ବିଜେଡିର ଯେଉଁ ନେତା ଆସନ୍ତୁ ନା କାହିଁକି ତାଙ୍କ ବିନା ଇସାରାରେ ୱାର୍ଡରେ କିଛି ହୁଏନାହିଁ ବୋଲି ଆପାତତଃ ୱାର୍ଡବାସୀ କୁହାକୁହି ହେଉଛନ୍ତି। ହେଲେ ଏଥର ପୌରାଧ୍ୟକ୍ଷା ହୋଇଥିବା ଅର୍ଚ୍ଚନାଙ୍କ କୂଟନୀତିକୁ ମଧ୍ୟ ହାଲକା ଭାବେ ନିଆଯାଇ ନ ପାରେ। କାରଣ ଗତ ପୌର ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥିନୀ ଥିଲେ। ତାଙ୍କୁ ହରାଇବା ପାଇଁ ବିଜେଡି ପୂରା ଦମ୍‌ ଲଗାଇ ଦେଇଥିଲା । କିନ୍ତୁ କିଛି ଲାଭ ମିଳି ନ ଥିଲା । କଂଗ୍ରେସ କାଉନ୍‌ସିଲର ୧୦ ଖଣ୍ଡ ଭୋଟ ପାଇଥିଲେ ସୁଦ୍ଧା ଏହି ୱାର୍ଡରୁ ଅର୍ଚ୍ଚନା ୩୦ ଖଣ୍ଡ ଅଧିକ ଭୋଟ ପାଇବା ସବୁ ଅଙ୍କ ଭୁଲ୍‌ ପ୍ରମାଣିତ କରି ଦେଇଥିଲା। ଦଳୀୟ ନେତାଙ୍କ ସହଯୋଗ ସାଙ୍ଗକୁ ତାଙ୍କ ସ୍ବାମୀଙ୍କ ଗୋଟି ଚାଳନା ଯୋଗୁ ଏହା ସମ୍ଭବ ହୋଇ ପାରିଥିଲା। ତେବେ ୬ନଂ. ୱାର୍ଡ ଉପନିର୍ବାଚନରେ ନିଲମ୍ବିତ କଂଗ୍ରେସ ନେତା ଚିରଞ୍ଜୀବ, ଜିଲା କଂଗ୍ରେସ ସଭାପତି ନଟବର ଓ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ରଣନୀତି ଦାସ ଭାଇନାଙ୍କ କୂଟନୀତିକୁ ପ୍ରତିହତ କରିପାରୁଛି କି ନାହିଁ ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri