ସୁଡ଼ଙ୍ଗ ଭିତର ଅନୁଭୂତି ବଖାଣିଲେ ଓଡ଼ିଆ ଶ୍ରମିକ: କହିଲେ ‘ମୁଢ଼ି ବଞ୍ଚାଇଥିଲା ୧୦ ଦିନ’

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଙ୍ଗିରିପୋଷି(ସଞ୍ଜୟ ଅଗ୍ରଓ୍ବାଲ),୩୦ା୧୧: ଓଡ଼ିଆ ଶ୍ରମିକ ଧୀରେନ ନାଏକ ଓ ଅନ୍ୟ ୪ ଓଡ଼ିଆଙ୍କ ସମେତ ମୋଟ ୪୧ ଶ୍ରମିକ ସୁଡ଼ଙ୍ଗ ଭିତରୁ ବାହାରକୁ ବାହାରିବା ପରେ ପୁନର୍ଜନ୍ମ ପାଇଥିବା ଅନୁଭବ କରିଛନ୍ତି। ବାହାରର ଆଲୋକ ଦେଖିବା ପରେ ଈଶ୍ୱରଙ୍କୁ ଧୀରେନ ଧନ୍ୟବାଦ ଜଣାଇଛନ୍ତି। ଧୀରେନ କହିଛନ୍ତି ଯେ, ସେ ଅନ୍ୟ ଶ୍ରମିକମାନଙ୍କ ସହ ନଭେମ୍ବର ୧୧ ତାରିଖ ରାତି ୮ଟାରେ ଡ୍ୟୁଟିକୁ ଯାଇଥିଲେ। ସୁଡ଼ଙ୍ଗର ୨ କି.ମି. ଦୂରରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ତହିଁ ପରଦିନ ଦୀପାବଳି ଥିବାରୁ ଶୀଘ୍ର କାମ ସାରି ସକାଳେ ଫେରିବାବେଳେ ବାଟ ବନ୍ଦ ହୋଇଯାଇଥିଲା।

ସୁଡ଼ଙ୍ଗ ଭୁଶୁୁଡ଼ି ପଡ଼ିବା ଦେଖି ଅନ୍ଧାର ଭିତରେ ସେମାନେ ଜୀବନ ବଞ୍ଚାଇବାର ରାହା ଖୋଜିଥିଲେ। ଫୋନରେ ଯୋଗାଯୋଗ ସମ୍ଭବ ନ ଥିଲା। ୧୮ଘଣ୍ଟା ଧରି ପର୍ଯ୍ୟାପ୍ତ ଅମ୍ଳଜାନ ପାଇପାରି ନ ଥିଲେ। ତେବେ ଦୁର୍ଘଟଣା ପରେ ସୁଡ଼ଙ୍ଗ ଭିତରେ ପାଣି ଲାଇନ୍‌ କଟି ନ ଥିଲା । ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ ଭିତରକୁ ଯାଇଥିବା ପାଣି ପାଇପ୍‌ କାଟି ପ୍ରଥମେ ଚିତ୍କାର କରି ବାହାରକୁ ମେସେଜ ପଠାଇଥିଲେ। ଉକ୍ତ ପାଇପ୍‌ ଯୋଗେ ମୋଟର ଚଳାଇ ପାଣି ଛାଡ଼ିବା ପରେ ବାହାର ଲୋକଙ୍କ ସହ ଯୋଗାଯୋଗ ସମ୍ଭବ ହୋଇଥିଲା। ୧୮ଘଣ୍ଟା ପରେ ପାଣି ପାଇପ୍‌ ମାଧ୍ୟମରେ ଅମ୍ଳଜାନ ଓ ଖାଦ୍ୟ ପାଇଥିଲେ। ପ୍ରଥମେ ମୁଢ଼ିି, କାଜୁ ଓ କିସ୍‌ମିସ୍‌ ପାଇଥିଲେ। ପ୍ରଥମ ୧୦ଦିନ କେବଳ ମୁଢ଼ିରେ ଜୀବନ ବଞ୍ଚାଇଥିଲେ। ପରେ ଏକ ୬ ଇଞ୍ଚର ପାଇପ୍‌ ଯୋଗେ ଭାତ, ରୁଟି, ତରକାରି ପାଇଥିଲେ। ସେମାନେ ସମସ୍ତେ ଏକାଠି ଥିବାରୁ କାହାରି ମନୋବଳ ଭାଙ୍ଗି ନ ଥିଲା। ଉଦ୍ଧାର କାର୍ଯ୍ୟ ଚାଲିଥିବା ଶୁଣି ସେମାନେ ଆଶ୍ୱସ୍ତ ହୋଇଥିଲେ। ଦୀର୍ଘ ୫ବର୍ଷ ହେଲା ସେଠାରେ ଆମେ କାମ କରି ଆସୁଛୁ ବୋଲି ଧୀରେନ କହିଛନ୍ତି। ଉଦ୍ଧାର ପରେ ଧୀରେନଙ୍କ ସହ କଥା ହୋଇ ପରିବାର ଲୋକେ ଖୁସି ବ୍ୟକ୍ତ କରିଥିବାବେଳେ ଈଶ୍ୱରଙ୍କ କୃପାରୁ ଭଲରେ ଭଲରେ ଫେରିଆସିଥିବା କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ସହଯୋଗ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଯୋଗୀବନ୍ଧ ଗ୍ରାମର ବିଶ୍ୱେଶ୍ୱର ନାଏକ କୁହନ୍ତି, ସୁଡ଼ଙ୍ଗ ଭିତରେ ଆମେ ଭଲରେ ଥିଲୁ। ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛୁ। ଖୁବ୍‌ ଶୀଘ୍ର ଓଡ଼ିଶା ଫେରିବୁ ବୋଲି ସେ ତାଙ୍କ ସ୍ତ୍ରୀ ସୁକାନ୍ତିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଗା ପ୍ରକଳ୍ପର ମେନ୍ ପାଇପ୍ ଫାଟିଲା, ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ଗ୍ରାମକୁ ପାନୀୟ ଜଳ ଯୋଗାଣ ଠପ୍

ଭେଡ଼େନ, ୬ ଜୁନ୍ (ହୃଷିକେଶ ଖମାରୀ): ସମଗ୍ର ଅଞ୍ଚଳରେ ତାପମାତ୍ରା ଥମିବାର ନାଁ ନେଉ ନଥିବା ବେଳେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏଭଳି…

କୂଅ ସଫା କରିବା ବେଳେ ବ୍ଲିଚିଂ ଗ୍ୟାସରେ ଶ୍ରମିକ ଅଣନିଶ୍ୱାସୀ, ଅଗ୍ନିଶମ ବାହିନୀ ଦ୍ୱାରା…

ଭଞ୍ଜନଗର, ୬ ଜୁନ୍ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଏକ ସାହିରେ କୂଅ ସଫା କରିବା ସମୟରେ ଜଣେ ଶ୍ରମିକ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ…

ହିଟ୍‌ ଓ୍ବେଭ୍‌ ସହ କାଳବୈଶାଖୀ, ୧୦ ଯାଏ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୬ା୬ (ବନ୍ଦନା ସେଠୀ) – ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଥିବାବେଳେ ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି। ଆସନ୍ତା ୧୦ ତାରିଖ…

ଶୁଳିଆ ପାହାଡ଼ରେ ରୋପଣ ହେଲା ୪ ହଜାର ବାଉଁଶ ଚାରା: ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ…

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପୋଡ଼ାମାରି ଗ୍ରାମ ସ୍ଥିତ ଚନ୍ଦ୍ରଗିରି ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ରେଞ୍ଜର ରୂପକ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ…

ଥୁଆମୂଳ ରାମପୁରରେ ପରିବର୍ତ୍ତନ କ୍ଲାସେସ୍ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ: ସଫେଇ ଅଭିଯାନ ସହ ଛାତ୍ରଛାତ୍ରୀ ପୁରସ୍କୃତ

ଥୁଆମୂଳ ରାମପୁର, ୦୬ ଜୁନ୍ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରଠାରେ ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ପରିବର୍ତ୍ତନ କ୍ଲାସେସ୍’ ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ସମାରୋହ…

RI ଚାକିରି ଆଶା ଦେଖାଇ ଲୁଟିଥିଲେ ୫.୫ ଲକ୍ଷ ଟଙ୍କା; ହୀରାକୁଦରୁ ଅଭିଯୁକ୍ତଙ୍କୁ ବାନ୍ଧିଲା କେନ୍ଦୁଝର ପୋଲିସ

କେନ୍ଦୁଝର,୬।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାରୀ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିବା ମାମଲାରେ କେନ୍ଦୁଝର ଟାଉନ ପୋଲିସକୁ ଏକ ବଡ଼…

ପେଟ୍ରୋଲ ପମ୍ପ ଛାଡ଼ନ୍ତୁ, ଘର ଆଗରେ ଲଗାନ୍ତୁ EV ଚାର୍ଜିଂ ଷ୍ଟେଶନ; କେଇଦିନରେ ବଦଳିଯିବ ଆପଣଙ୍କ ଭାଗ୍ୟ!

ନୂଆଦିଲ୍ଲୀ,୬।୫: ଦିନ ଥିଲା ଯେତେବେଳେ ପେଟ୍ରୋଲ ପମ୍ପର ମାଲିକ ହେବା ପ୍ରତ୍ୟେକ ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ସ୍ବପ୍ନ ଥିଲା। କିନ୍ତୁ ବଦଳୁଥିବା ସମୟ ସହିତ ଏହି…

ମା ଙ୍କୁ ଆକ୍ରମଣ ପରେ ଝିଅଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୬|୬(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ଗ୍ରାମର ଜଣେ ବିବାହିତା ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ  ଗ୍ରାମର ଏ.ଶଙ୍କର ପାତ୍ର ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri