ଆମ ଜିଲା ଖବର

ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଶୀକେଷ ନାଏକ ବିଜେଡି ଛାଡ଼ିଥିବା କହିଛନ୍ତି। ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ସୁପ୍ରିମୋଙ୍କୁ ପୋଷ୍ଟାଲ ଯୋଗେ ରେଜେଷ୍ଟ୍ରି କରି…

ଜଙ୍ଗଲରୁ ମୃତଦେହ ମିଳିବା ଘଟଣା: ତ୍ରିକୋଣୀୟ ପ୍ରେମରୁ ହତ୍ୟା, ୫ ଗିରଫ

ଫୁଲବାଣୀ,୨୫ା୬(ରାକେଶ ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ କିଆ ମୁଣ୍ଡାଗାଁ ଜଙ୍ଗଲରୁ ଗତ ୧୩ ତାରିଖରେ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଭିନ୍ନମୋଡ଼ ନେଇଛି। ରବିବାର ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ।…

ଗର୍ଭବତୀଙ୍କ ଆତ୍ମହତ୍ୟା, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କର୍ଲାମୁଣ୍ଡା,୨୫ା୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତର ତେଲିସରାବାହିଲି ଗ୍ରାମରେ ରବିବାର ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାଯାଇଛି। ତେବେ ମୃତକାଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ, ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୋଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି…

ମାଛ ଧରିବା ପାଇଁ ପଡ଼ିଥିଲା ଜାଲ : ମିଳିଲା କୁମ୍ଭୀର

  ପଦ୍ମପୁର,୨୫।୬(କାଳୀପଦରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନ ଅଗପୁର ଗ୍ରାମର କଣ୍ଟା ନଦୀରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ। କୁମ୍ଭୀରଟି…

ଚାଷଜମିରୁ ବାହାରିଲା ପୁରାତନ ଯୁଗର ପ୍ରସ୍ତର କଳାକୃତି

ମ.ରାମପୁର,୨୫ା୬(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁରର ରଜାମୁଣ୍ଡା ଗ୍ରାମରେ ବରୁଣ ସାହୁ ନିଜ ଚାଷ ଜମିରେ ହଳ କରୁଥିବା ବେଳେ ଚାଷଜମିରୁ ଏକ କଳାକୃତି ଖୋଦିତ ବିରଳ ପୁରାତନ ପଥର ମିଳିଛି। ଏ ଖବର ପ୍ରଚାର ହେବା ପରେ ଲୋକଙ୍କ…

କଳାହାଣ୍ଡିରେ ଛତିଶଗଡ ଏସଟିଏଫ ଟିମ୍‌ର ଚଢ଼ାଉ: ୬ ଦେଶୀ ବନ୍ଧୁକ ଜବତ

ଭବାନୀପାଟଣା,୨୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପୁଣି ଛତିଶଗଡ଼ ଏସଟିଏଫ୍‌ ପକ୍ଷରୁ ଚଢ଼ାଉ ହୋଇଛି। ଚଢ଼ାଉରେ ୬ ଦେଶୀ ବନ୍ଧୁକ, ଧନୁତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ହୋଇଛି। ଏହି ଘଟଣାରେ ଜଣେ ଶିକାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଜିଲାର…

ପୋତି ହୋଇପଡ଼ିଛି ଦଶମୌଜା କେନାଲ

ତିହିଡ଼,୨୫।୬(ସଞ୍ଜିତ ବଳ)ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ଦଶମୌଜା କେନାଲ। ଧାନଚାଷ ସମୟରେ ଏବଂ ବନ୍ୟା ପରିସ୍ଥିତିରେ ସହାୟକ ହୋଇଥାଏ। ମାତ୍ର ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ପୋତି…

ରାସ୍ତା ଖୋଳିଲେ ଖଣି କମ୍ପାନୀ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ଯୋଡ଼ା,୨୫।୬(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା -ବାମେବାରି ରାସ୍ତାର ବାଂଶପାଣିଠାରେ ଥିବା ରେଳ ଓଭରବ୍ରିଜ ରାସ୍ତାରେ ଦୁଇ ଫୁଟ୍‌ରୁ ଊଦ୍ଧର୍‌ବ ଉଚ୍ଚରେ ପାଣି ଜମିଛି। ରାସ୍ତାରେ ହୋଇଥିବା ବଡ଼ ଗାଢ଼ରେ ଅସରାଏ ବର୍ଷାରେ ପାଣି ଜମି ଯାତାୟାତ ଠପ୍‌ ହୋଇଯାଉଛି। ଶୁକ୍ରବାର ଓ…

ଅର୍ଥ ଉପାର୍ଜନ ଲାଗି ବିପଦରେ ଶିଶୁ

ପାରଳାଖେମୁଣ୍ଡି,୨୫।୬(ପାରଳାଖେମୁଣ୍ଡି):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ବିଭିନ୍ନ ଜାକଜକମ ସାମଗ୍ରୀ ଠାରୁ ଆରମ୍ଭ କରି ମୀନାବଜାର, ବିଭିନ୍ନ ଦୋକାନମାନ ଖୋଲାଯାଇଛି। ସେହିପରି ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ ଲୋକେ ନାନା ଉପାୟରେ ଅର୍ଥ ଉପାର୍ଜନ…

ରାଜନୈତିକ ହିଂସା: ବର୍ଷକରେ ଗଲାଣି ୮ ଜୀବନ

ବ୍ରହ୍ମପୁର,୨୫।୬(ସୁବାସ ଚନ୍ଦ୍ର ପାଢ଼ୀ)ପଞ୍ଚାୟତ ଓ ପୌର ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ଗଞ୍ଜାମ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସା, ରକ୍ତପାତ, ସୁପାରି କିଲିଂ ଭଳି ଘଟଣା ଥମୁନାହିଁ। ହାତ ମୁଠାରେ ଶାସନ କ୍ଷମତା ରଖିବା ଓ ପରାଜୟର ପ୍ରତିଶୋଧ ନେବା ପାଇଁ ରାଜନେତା…

ସେବାରେ ସାଉଁଟୁଛନ୍ତି ସନ୍ତୁଷ୍ଟି

ଢେଙ୍କାନାଳ,୨୫।୬(ରତନ ନାୟାର)ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସଦାଶିବପୁର ପଞ୍ଚାୟତର ସରପଞ୍ଚ ଧରିତ୍ରୀ ମଲ୍ଲିକଙ୍କ କାର୍ଯ୍ୟକୁଶଳତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏକଦା ଆଇନ ବ୍ୟବସାୟରେ ଭାଗ୍ୟ ପରଖିବାକୁ ମନସ୍ଥ କରିଥିବା ଏହି ଉଚ୍ଚଶିକ୍ଷିତା ମହିଳା ସମୟକ୍ରମେ ରାଜନୀତିରେ ପାଦ ଥାପିଛନ୍ତି। ଦାୟିତ୍ୱ…

ପିଡିଏସ୍‌ ଚାଉଳ ବଣ୍ଟନ ସମୟରେ ଉତ୍ତେଜନା

ଅମରପାଲ,୨୫।୬(ପୀତାମ୍ବର ସାହୁ)ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଗ୍ରାମ ପଞ୍ଚାୟତରେ ଶନିବାର ପିଡିଏସ ଚାଉଳ ବଣ୍ଟନ ସମୟରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ପିଡିଏସ ଚାଉଳ ସରିଯାଇଥିବା କହି ବଣ୍ଟନ ବନ୍ଦ କରିବାରୁ ପଞ୍ଚାୟତ ପରିସରରେ ଦେଖାଦେଇଥିଲା ଉତ୍ତେଜନା। ଖବରପାଇ ସୁବଳୟା ପୋଲିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri