ପ୍ରେମ ସମ୍ପର୍କକୁ ନେଇ ଜିଆରଏସ୍‌ଙ୍କୁ ହତ୍ୟା

ଖୋର୍ଦ୍ଧା,୧୯ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନବାଗ ସ୍ଥିତ ଏକ ଘରୋଇ ସଂସ୍ଥା ଘରୁ ରବିବାର ପୋଲିସ ଜଣେ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଝୁଲନ୍ତା ମୃତଦେହ ଜବତ କରିଥିଲା। ମୃତକ ହେଲେ ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି ଗ୍ରାମର ସୌମ୍ୟରଞ୍ଜନ ମାହାନା। ଅନ୍ୟପଟେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି ବୋଲି ବାପା ସୁରେଶ ମାହାନା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଲିସ ଦଫା ୩୦୨, ୧୦୨(ବି)ରେ ଏକ ହତ୍ୟା ମାମଲା(ନଂ.୭୯୯/୨୩) ରୁଜୁ କରିଛି। ସୋମବାର ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ସ୍କୁଟି, ମୋବାଇଲ ଫୋନ, ଘର ଚାବି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୁରେଶ ଦେଇଥିବା ଏତଲାରେ ଜଣେ ଯୁବତୀଙ୍କ ସହ ଅନ୍ୟ ୩ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତଦନ୍ତ ପରେ ସ୍ପଷ୍ଟ ହେବ।
ଅଭିଯୋଗ ମୁତାବକ, କଣାସ ବ୍ଲକ ଅଞ୍ଚଳରେ ସୌମ୍ୟରଞ୍ଜନ ଜିଆର୍‌ଏସ୍‌ ଭାବେ କାର୍ଯ୍ୟ କରୁଥିଲେ। ସେ କୌଣସି କାରଣ ପାଇଁ ଖୋର୍ଦ୍ଧା ନବୀନାବାଗ ସ୍ଥିତ ଏକ ଘରୋଇ ସଂସ୍ଥାକୁ ନିୟମିତ ବ୍ୟବଧାନରେ ଆସୁଥିଲେ। ରବିବାର ସକାଳ ୯ଟାରେ ଜଣେ ଯୁବକ ସୌମ୍ୟରଞ୍ଜନଙ୍କୁ ଫୋନ କରି ଭୋଜି ପାଇଁ ଉକ୍ତ ସଂସ୍ଥାକୁ ଡାକିଥିଲେ। ଏହା ପରେ ସୌମ୍ୟରଞ୍ଜନ ସେଠାରେ ପହଞ୍ଚିଥିଲେ। ତେବେ ସୌମ୍ୟରଞ୍ଜନ ଉକ୍ତ ସଂସ୍ଥାର ଗୃହରେ ଆତ୍ମହତ୍ୟା କରିଥିବା ନେଇ ଖବରପାଇ ସନ୍ଧ୍ୟାରେ ପରିବାରଲୋକ ପହଞ୍ଚିଥିଲେ। ଏକ ଖୋଲା କୋଠରୀରେ ସିଲିଂ ଫ୍ୟାନରୁ ଏକ ଟେବୁଲ କ୍ଲଥରେ ସୌମ୍ୟରଞ୍ଜନଙ୍କ ବେକ ବନ୍ଧା ହୋଇଥିବା ପରିବାରଲୋକ ଦେଖିବାକୁ ପାଇଥିଲେ। ଯୋଜନାବଦ୍ଧ ଭାବେ ଏକାଧିକ ବ୍ୟକ୍ତି ମିଳିମିଶି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସୁରେଶ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଏଥିରେ ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କ ନାମ ଅଭିଯୋଗଫର୍ଦ୍ଦରେ ଦର୍ଶାଇଛନ୍ତି। ଏନେଇ ମୃତକଙ୍କ ମାମୁ ସବ୍ୟସାଚୀ ମଙ୍ଗରାଜ କହିଛନ୍ତି, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ହତ୍ୟା କରିବା ପରେ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ଏଥିରେ ଏକାଧିକଙ୍କ ହାତ ରହିଛି। ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ମୃତକଙ୍କ ଭଉଣୀ କହିଛନ୍ତି, ଗତ କିଛି ବର୍ଷ ହେବ ଜଣେ ଯୁବତୀଙ୍କ ସହ ଭାଇଙ୍କ ସମ୍ପର୍କ ଥିଲା। ତେବେ କୌଣସି କାରଣରୁ ସେମାନଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ଯୁବତୀ ଜଣଙ୍କ ସହଯୋଗୀଙ୍କୁ ଲଗାଇ ହତ୍ୟା କରିଛନ୍ତି। ସେହିପରି ମୃତକଙ୍କ ଭାଇ ରତିକାନ୍ତ କହିଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?