ପ୍ରେମ ସମ୍ପର୍କକୁ ନେଇ ଜିଆରଏସ୍‌ଙ୍କୁ ହତ୍ୟା

ଖୋର୍ଦ୍ଧା,୧୯ା୧୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ନବୀନବାଗ ସ୍ଥିତ ଏକ ଘରୋଇ ସଂସ୍ଥା ଘରୁ ରବିବାର ପୋଲିସ ଜଣେ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌) ଝୁଲନ୍ତା ମୃତଦେହ ଜବତ କରିଥିଲା। ମୃତକ ହେଲେ ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ଅଁଳାଯୋଡି ଗ୍ରାମର ସୌମ୍ୟରଞ୍ଜନ ମାହାନା। ଅନ୍ୟପଟେ ପ୍ରେମ ସମ୍ପର୍କକୁ କେନ୍ଦ୍ରକରି ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି ବୋଲି ବାପା ସୁରେଶ ମାହାନା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପୋଲିସ ଦଫା ୩୦୨, ୧୦୨(ବି)ରେ ଏକ ହତ୍ୟା ମାମଲା(ନଂ.୭୯୯/୨୩) ରୁଜୁ କରିଛି। ସୋମବାର ସାଇଣ୍ଟିଫିକ ଟିମ୍‌ ସହ ପୋଲିସ ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ ସ୍କୁଟି, ମୋବାଇଲ ଫୋନ, ଘର ଚାବି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ସୁରେଶ ଦେଇଥିବା ଏତଲାରେ ଜଣେ ଯୁବତୀଙ୍କ ସହ ଅନ୍ୟ ୩ଜଣଙ୍କ ନାମ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତଦନ୍ତ ପରେ ସ୍ପଷ୍ଟ ହେବ।
ଅଭିଯୋଗ ମୁତାବକ, କଣାସ ବ୍ଲକ ଅଞ୍ଚଳରେ ସୌମ୍ୟରଞ୍ଜନ ଜିଆର୍‌ଏସ୍‌ ଭାବେ କାର୍ଯ୍ୟ କରୁଥିଲେ। ସେ କୌଣସି କାରଣ ପାଇଁ ଖୋର୍ଦ୍ଧା ନବୀନାବାଗ ସ୍ଥିତ ଏକ ଘରୋଇ ସଂସ୍ଥାକୁ ନିୟମିତ ବ୍ୟବଧାନରେ ଆସୁଥିଲେ। ରବିବାର ସକାଳ ୯ଟାରେ ଜଣେ ଯୁବକ ସୌମ୍ୟରଞ୍ଜନଙ୍କୁ ଫୋନ କରି ଭୋଜି ପାଇଁ ଉକ୍ତ ସଂସ୍ଥାକୁ ଡାକିଥିଲେ। ଏହା ପରେ ସୌମ୍ୟରଞ୍ଜନ ସେଠାରେ ପହଞ୍ଚିଥିଲେ। ତେବେ ସୌମ୍ୟରଞ୍ଜନ ଉକ୍ତ ସଂସ୍ଥାର ଗୃହରେ ଆତ୍ମହତ୍ୟା କରିଥିବା ନେଇ ଖବରପାଇ ସନ୍ଧ୍ୟାରେ ପରିବାରଲୋକ ପହଞ୍ଚିଥିଲେ। ଏକ ଖୋଲା କୋଠରୀରେ ସିଲିଂ ଫ୍ୟାନରୁ ଏକ ଟେବୁଲ କ୍ଲଥରେ ସୌମ୍ୟରଞ୍ଜନଙ୍କ ବେକ ବନ୍ଧା ହୋଇଥିବା ପରିବାରଲୋକ ଦେଖିବାକୁ ପାଇଥିଲେ। ଯୋଜନାବଦ୍ଧ ଭାବେ ଏକାଧିକ ବ୍ୟକ୍ତି ମିଳିମିଶି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛନ୍ତି ବୋଲି ସୁରେଶ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିବା ସହ ଏଥିରେ ଜଣେ ଯୁବତୀ ଓ ଦୁଇଜଣ ଯୁବକଙ୍କ ନାମ ଅଭିଯୋଗଫର୍ଦ୍ଦରେ ଦର୍ଶାଇଛନ୍ତି। ଏନେଇ ମୃତକଙ୍କ ମାମୁ ସବ୍ୟସାଚୀ ମଙ୍ଗରାଜ କହିଛନ୍ତି, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ହତ୍ୟା କରିବା ପରେ ଫ୍ୟାନରେ ଝୁଲାଇ ଆତ୍ମହତ୍ୟାର ରୂପ ଦିଆଯାଇଛି। ଏଥିରେ ଏକାଧିକଙ୍କ ହାତ ରହିଛି। ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ। ମୃତକଙ୍କ ଭଉଣୀ କହିଛନ୍ତି, ଗତ କିଛି ବର୍ଷ ହେବ ଜଣେ ଯୁବତୀଙ୍କ ସହ ଭାଇଙ୍କ ସମ୍ପର୍କ ଥିଲା। ତେବେ କୌଣସି କାରଣରୁ ସେମାନଙ୍କର ସମ୍ପର୍କ ଛିନ୍ନ ହୋଇଥିଲା। ଯୁବତୀ ଜଣଙ୍କ ସହଯୋଗୀଙ୍କୁ ଲଗାଇ ହତ୍ୟା କରିଛନ୍ତି। ସେହିପରି ମୃତକଙ୍କ ଭାଇ ରତିକାନ୍ତ କହିଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri