ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ: ପାଣ୍ଡିଆନ

ଭୁବନେଶ୍ୱର (ଅନିଲ ଦାସ)/ କେନ୍ଦ୍ରପଡ଼ା (ଜଗନ୍ନାଥ ଧଳ),୧୯ା୧୨: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇ ହେବ। କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ। ରାଜ୍ୟର ବିକାଶ ବିରୋଧୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଏମିତି ତେରଛା ବାଣ ମାରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋମବାର ଶ୍ରୀବଳଦେବଜୀଉ ମନ୍ଦିର ନିକଟରେ ସାଧାରଣ ସଭାକୁ ଉଦ୍‌ବୋଧନ ଦେଇ ପାଣ୍ଡିଆନ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ିଛି। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ଆନ୍ତର୍ଜାତିକ ସମ୍ମାନ ମିଳିବା ରୂପାନ୍ତରଣର ଉଦାହରଣ ବୋଲି ସେ କହିଛନ୍ତି। ତେବେ ଏଭଳି ରୂପାନ୍ତରଣ କିଛି ଲୋକଙ୍କୁ ଦେଖାଯାଉନାହିଁ। ଘରେ ଯେମିତି କିଛି ଛୁଆ ଶୋଇବାର ଅଭିନୟ କରିଥାଆନ୍ତି ଆଉ ଯେତେ ଉଠାଇଲେ ଉଠନ୍ତି ନାହିଁ, ଏମାନେ ମଧ୍ୟ ସେମିତି ଉଠି ନ ଥାନ୍ତି। ସେମାନଙ୍କୁ ସେମିତି ଶୋଇବାକୁ ଦିଆଯାଉ। ସାଧାରଣ ଲୋକଙ୍କ ମଙ୍ଗଳ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅହରହ ପ୍ରୟାସ କରୁଛନ୍ତି ସେଥିପାଇଁ ସହଯୋଗ କରିବା ଦରକାର ବୋଲି ପାଣ୍ଡିଆନ କହିଛନ୍ତି।
କେନ୍ଦ୍ରାପଡ଼ା ଜିଲା ବିଜୁବାବୁଙ୍କ କର୍ମଭୂମି ଥିଲା। ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାକୁ ବହୁତ ଭଲ ପାଆନ୍ତି। ଜିଲାର କେମିତି ଉନ୍ନତି ହେବ ସେନେଇ ମୁଖ୍ୟମନ୍ତ୍ରୀ ଚେଷ୍ଟା କରୁଛନ୍ତି। କେନ୍ଦ୍ରାପଡ଼ାରେ ବିଶ୍ୱର ସବୁଠୁ ବଡ଼ ପୁଞ୍ଜିନିବେଶ ହେବାକୁ ଯାଉଛି। ଆର୍ସେଲର ମିତ୍ତଲ ଓ ନିପ୍ପନ ଭଳି ସଂସ୍ଥା କାରଖାନା ପ୍ରତିଷ୍ଠା କରିବା ପରେ ଜିଲାର ରୂପରେଖ ବଦଳିଯିବ। ୨୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ। ଜିଲାର ସବୁ ସ୍କୁଲ ଓ କଲେଜ ଆସନ୍ତା ୨ ମାସ ସୁଦ୍ଧା ରୂପାନ୍ତରଣ ସରିବ ବୋଲି ପାଣ୍ଡିଆନ କହିଛନ୍ତି। ୨୦୦୭ରୁ ଖାଦ୍ୟ ସୁରକ୍ଷା ଓ ଦାରିଦ୍ର୍ୟ ଦୂରୀକରଣ ଦିଗରେ ରାଜ୍ୟ ସରକାର କିଭଳି ଅହରହ ଉଦ୍ୟମ କରୁଛନ୍ତି ସେ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। କୃଷି ଉତ୍ପାଦନ ଓ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ପ୍ରତ୍ୟେକ ସମୟରେ ନୂଆ ନୂଆ ଯୋଜନା ହାତକୁ ନେଇଛନ୍ତି। ଏବେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ହେବା ସହ ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି। କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ସମଗ୍ର ବିଶ୍ୱ ତା’ର ସାକ୍ଷୀ ବୋଲି ପାଣ୍ଡିଆନ କହିଛନ୍ତି। ଗୋଟିଏ ସମୟରେ ଦେବାଳିଆ ସ୍ଥିତିରେ ଥିବା ରାଜ୍ୟ ସରକାର ଏବେ କିଭଳି ବଳକା ରାଜ୍ୟ ଭାବେ ନିଜକୁ ସମଗ୍ର ଦେଶରେ ପରିଚିତ କରାଇ ପ୍ରଶଂସା ସାଉଣ୍ଟିଛନ୍ତି ତାହା ସମସ୍ତେ ଜାଣନ୍ତି। ବିଦେଶରୁ ପୁଞ୍ଜି ଆଣିବା, ସିଧାସଳଖ ପାଇପ ଯୋଗେ ପାନୀୟ ଜଳ ଯୋଗାଣ, ବିଏସ୍‌କଓ୍ବୋଇ ଭଳି ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପଦକ୍ଷେପ, ସ୍କୁଲ ଓ କଲେଜ ରୂପାନ୍ତରଣ, ଐତିହ୍ୟସ୍ଥଳୀ ଓ ମନ୍ଦିରର ରୂପାନ୍ତରଣ ହେଉଛି ନୂଆ ଓଡ଼ିଶା ଗଠନ ଦିଗରେ ଗୋଟିଏ ଗୋଟିଏ ପଦକ୍ଷେପ ବୋଲି ପାଣ୍ଡିଆନ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୋମବାର କେନ୍ଦ୍ରାପଡ଼ା ଗସ୍ତ ବେଳେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଚାଷୀ, ମିଶନ ଶକ୍ତି ଗ୍ରୁପ୍‌ ସଦସ୍ୟା ଓ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ସ୍ଥାନରେ ସାଧାରଣ ସଭାକୁ ସମ୍ବୋଧିତ କରି ରାଜ୍ୟ ବିକାଶର ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରିଛନ୍ତି।
ରାଜନଗରର ଦକ୍ଷିଣଡ଼ିହାଠାରୁ କେରଡ଼ାଗଡ଼ ମଧ୍ୟରେ ବ୍ରାହ୍ମଣୀ ନଦୀ ଉପରେ ଚାଲିଥିବା ପୋଲ ନିର୍ମାଣ କାମର ସମୀକ୍ଷା କରିଛନ୍ତି। ୫୯ କୋଟି ୮୭ ଲକ୍ଷ ବ୍ୟୟରେ ନିର୍ମାଣାଧୀନ ଏହି କାମ ପାଇଁ ଗତବର୍ଷ ଏପ୍ରିଲରେ ପାଣ୍ଡିଆନ ସମ୍ପୃକ୍ତ ଅଞ୍ଚଳ ଗସ୍ତ କରିବା ବେଳେ ସ୍ଥାନୀୟ ଲୋକମାନେ ଦାବି କରିଥିଲେ। ଲୋକଙ୍କ ଦାବିର ୬୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କେରଡ଼ାଗଡ଼ଠାରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ୩ କୋଟି ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିବା ୫-ଟି ଅଧ୍ୟକ୍ଷ ଘୋଷଣା କରିଥିଲେ। ଗତ ଏପ୍ରିଲରେ ପାଣ୍ଡିଆନ କେରଡ଼ାଗଡ଼ ମନ୍ଦିର ଗସ୍ତ ବେଳେ ପୂଜକ ଓ ଭକ୍ତଙ୍କ ସହିତ ସ୍ଥାନୀୟ ଲୋକମାନେ ଏହି ମନ୍ଦିରର ଉନ୍ନତି ନିମନ୍ତେ ତାଙ୍କୁ ଅନୁରୋଧ କରିଥିଲେ।
କେରଡ଼ାଗଡ଼ ପରେ ପାଣ୍ଡିଆନ ଗୋପାଳପୁର ଛକ, ମଦନପୁର ଛକ, ପଟ୍ଟାମୁଣ୍ଡାଇ ଆଇବି ଛକ, ଗୋଗୁଆ, ତିନିମୁହାଣୀ ଓ ଇଚ୍ଛାପୁରଠାରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଶେଷରେ କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କୁ ଦର୍ଶନ କରିବା ସହ ପୂଜକ ଓ ଶ୍ରଦ୍ଧାଳୁଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିଥିଲେ। ଏହି ଗସ୍ତ ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଗସ୍ତ ସମୟରେ ସାତଭାୟା ପାଇଁ ୨୨ କୋଟି ୫୦ ଲକ୍ଷ, ବାୟାବାବା ମଠ ପାଇଁ ୪ କୋଟି ୯୫ ଲକ୍ଷ, କେରଡ଼ାଗଡ଼ ଜଗନ୍ନାଥ ମନ୍ଦିର ପାଇଁ ୩ କୋଟି ୩ ଲକ୍ଷ, ପଞ୍ଚୁବରାହୀ ମନ୍ଦିର ପାଇଁ ୪ କୋଟି ୯୫ ଲକ୍ଷ, ପଟ୍ଟାମୁଣ୍ଡାଇ ହାୟର ସେକେଣ୍ଡାରୀ ସ୍କୁଲ ଓ କଲେଜ ପାଇଁ ୨ କୋଟି ୨୫ ଲକ୍ଷ, ରାଜନଗରରେ ଥିବା ଶ୍ରୀଜଗନ୍ନାଥ ହାୟର ସେକେଣ୍ଡାରୀ ସ୍କୁଲ ପାଇଁ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ପାଣ୍ଡିଆନ ସୂଚନା ଦେଇଥିଲେ। କେନ୍ଦ୍ରାପଡ଼ା ଜିଲାରେ ଫେବୃୟାରୀ ସୁଦ୍ଧା ଲକ୍ଷ୍ମୀ ବସ୍‌ ଗଡ଼ିବ ବୋଲି ସେ ସୂଚନା ଦେଇଥିଲେ। ପାଣ୍ଡିଆନଙ୍କ ଏହି ଗସ୍ତ ବେଳେ ଜିଲାର ବିଭିନ୍ନ ଜନପ୍ରତିନିଧି, ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?