ଜାଲ୍‌ ସାର୍ଟିଫିକେଟରେ ଚାକିରି: ବହିଷ୍କୃତ ହେଲେ ୫ ଶିକ୍ଷକ

ପୁରୀ,୧୯ା୧୨(ଅଜିତ୍‌ ମହାନ୍ତି): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗରେ ପୁରୀ ଜିଲାର ୫ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷା ଅଧିକାରୀ ବହିଷ୍କୃତ କରିଛନ୍ତି। ନିଲମ୍ବିତ ହୋଇଥିବା ୫ଶିକ୍ଷକଙ୍କ ମଧ୍ୟରୁ ଜଣେ କଣାସ ବ୍ଲକର ହୋଇଥିବା ବେଳେ ଅନ୍ୟ ୪ଜଣ କୃଷ୍ଣପ୍ରସାଦ ଅଞ୍ଚଳର ବୋଲି ସୂଚନା ମିଳିଛି। ଏନେଇ ଜିଲା ଶିକ୍ଷାଧିକାରୀ ବିଶ୍ୱଜିତ୍‌ ଘୋଷ ସୂଚନା ଦେଇ କହିଛନ୍ତି, ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଦୀର୍ଘଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ତେଣୁ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦନ୍ତ କରାଯାଇଥିଲା। ବିଭିନ୍ନ ଯାଞ୍ଚ କରିବା ସହ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ଯାଇ ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ୫ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରମାଣପତ୍ର ଜାଲ୍‌ ଥିବା ଜଣାପଡିଥିଲା। ଫଳରେ ସମ୍ପୃକ୍ତ ୫ଜଣଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ବହିଷ୍କୃତ ହୋଇଥିବା ୫ଜଣ ଶିକ୍ଷକ ହେଲେ କଣାସ ବ୍ଲକ ଜମାଲଗୋଡା ୟୁପି ସ୍କୁଲର ରବିନ୍ଦ୍ର କୁମାର ପଲେଇ। କୃଷ୍ଣପ୍ରସାଦ ବ୍ଳକ୍‌ ଖିରିସାହି ପିୟୁପିଏସ୍‌ ସ୍କୁଲର ସତ୍ୟସୁନ୍ଦର ବିଶ୍ୱାଳ, ବିରିପଦର ପ୍ରାଇମେରି ସ୍କୁଲର ସୁରେଶ ଚନ୍ଦ୍ର ପଲେଇ, ଓରା ପ୍ରାଇମେରି ସ୍କୁଲର ସୌଦାମିନୀ ପ୍ରଧାନ ଏବଂ ଚାରିଛକ ୟୁଜିଓପି ସ୍କୁଲର ନନ୍ଦ କିଶୋର ସେଠୀ। ପୂର୍ବରୁ ଏଭଳି ଅଭିଯୋଗରେ ୪ଜଣ ବହିଷ୍କୃତ ହୋଇଥିଲେ। ଗତ ଦେଢ଼ବର୍ଷ ଭିତରେ ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି କରିବା ଅଭିଯୋଗରେ ଜିଲା ଶିକ୍ଷାଧିକାରୀ ୯ଜଣଙ୍କୁ ବହିଷ୍କୃତ କରିଥିବା ଘୋଷ କହିଛନ୍ତି। ଅପରପକ୍ଷରେ ଅନ୍ୟ କେତେଜଣ ଶିକ୍ଷକଙ୍କ ନାମରେ ଅଭିଯୋଗ ଆସିଛି। ତାହାର ତଦନ୍ତ କରାଯାଉଛି। ଯଦି ତଦନ୍ତରେ କିଏ ଅଭିଯୁକ୍ତ ଥିବା ଜଣାପଡେ ତେବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri