ଆମ ଜିଲା ଖବର

ଚିନ୍ତାରେ ଯାତ୍ରୀ, ଅଞ୍ଚଳବାସୀ

ଖଇରା,୨୦।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ପ୍ରମୁଖ ସଡ଼କ ପଥ ସୋର-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟକ ଚିପ୍ସ ଓ ପଥର ବୋଝେଇ ଟ୍ରକ୍‌ ଚଳଚଳାକୁ ନେଇ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ିଛି। ଦିନତମାମ ବଡ଼ ବଡ଼…

ସୁଯୋଗ ମିଳିଲେ ପୁଣି ନିର୍ବାଚନ ଲଢ଼ିବି: ପ୍ରମିଳା ବିଶୋୟୀ

ବ୍ରହ୍ମପୁର,୨୦ା୧୧(ନରସିଂହ ସାହୁ): ସୁଯୋଗ ମିଳିଲେ ଆଗାମୀ ଲୋକ ସଭା ନିର୍ବାଚନ ଲଢ଼ିବି ବୋଲି ଆସିକା ବିଜେଡି ଏମ୍‌ପି ପ୍ରମିଳା ବିଶୋୟୀ କହିଛନ୍ତି। ଏଥିପାଇଁ ଦଳର ସଭାପତି ତଥା ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟିକେଟ ପାଇଁ ସେ ଆବେଦନ କରିଥିବା ଦର୍ଶାଇଛନ୍ତି। ରବିବାର…

ଆଜି ଆସିବେ ରାଷ୍ଟ୍ରପତି

ବାରିପଦା (ନୀଳାଦ୍ରି ବିହାରୀ ଦଣ୍ଡପାଟ)/ରାଇରଙ୍ଗପୁର(ମାନସ ମହାନ୍ତି), ୨୦।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିଜ ଜନ୍ମ ମାଟିକୁ ଦ୍ୱିତୀୟ ଥର ଆସୁଛନ୍ତି। ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତର ପ୍ରଥମ ଦିବସରେ ବାରିପଦା ଶହୀଦ ସ୍ମୃତି ଭବନରେ ସାନ୍ତାଳୀ ଲେଖକ ସମ୍ମିଳନୀ ଏବଂ…

ମହାନଦୀର ସୁବଳୟାରେ ହେବ ବ୍ୟାରେଜ

ନୟାଗଡ଼,୨୦।୧୧(ଲୋକନାଥ ମିଶ୍ର): କଟକ ଜିଲାର ସୁବଳୟା ଓ ନୟାଗଡ଼ ଜିଲା ଗଣିଆ ବ୍ଲକର ରାଉତପଡାକୁ ସଂଯୋଗ କରି ମହାନଦୀରେ ହେବ ରାଉତପଡା ବ୍ୟାରେଜ । ଏଥିପାଇଁ ୧୫୭୨ କୋଟି ଟଙ୍କା ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କୁ ନୟାଗଡ଼ ଜିଲା ଜଳସମ୍ପଦ ବିଭାଗ…

୨ ବର୍ଷ ଗଲାନି,କାନ୍ଥ ଫାଟି ଆଁ

ଯାଜପୁର,୨୦ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ପୂର୍ତ୍ତ ବିଭାଗରେ ବିନା ଟେଣ୍ଡରରେ ଶତାଧିକ ପ୍ରକଳ୍ପ ଅନୁଗତ ଠିକାଦାରମାନଙ୍କ ହାତକୁ ଟେକି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରି ଏହି ବିଭାଗ ଏଫ୍‌-ଟୁ ଆଳରେ ଅନେକ କୋଟି ଟଙ୍କା ହରିଲୁଟ କରିଥିବା ଅଭିଯୋଗ…

ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ କଂକ୍ରିଟ ଖଳା

କେନ୍ଦ୍ରାପଡ଼ା, ୨୦ା୧୧(ଜଗନ୍ନାଥ ଧଳ): କୃଷି ଅର୍ଥନୀତିରେ ପରିଚାଳିତ କେନ୍ଦ୍ରାପଡା ଜିଲାରେ କୃଷି ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଯୋଜନା ସହ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ ତୃଣମୂଳସ୍ତରର ଚାଷୀ ଉପକୃତ ହୋଇପାରୁନାହାନ୍ତି। ଆଳୁ, ସୂର୍ଯ୍ୟମୁଖୀ, ବାଦାମ ବିହନ ଯୋଗାଣ ଅନିୟମିତତା ପରେ ଏବେ…

ଆଜି ଆସିବ ନାକ୍‌ ଟିମ୍‌: ସଜେଇ ହୋଇଛି ରେଭେନ୍‌ଶା

କଟକ,୨୦ା୧୧(ସୁପ୍ରିୟା ପ୍ରିୟଦର୍ଶିନୀ): ସୁନ୍ଦର କଳାକୃତିରେ ଝଲସୁଛି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ୟାମ୍ପସ। ବିଭିନ୍ନ ଲାବ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାଚେରି ଏବଂ କାନ୍ଥଗୁଡିକରେ ଚିତ୍ରାଙ୍କନ କରାଯାଇଛି। ରକ୍ଷଣାବେକ୍ଷଣର ଅଭାବରୁ ଅବହେଳିତ ଅବସ୍ଥାରେ ଥିବା ରାଜ୍ୟର ପ୍ରଥମ କ୍ୟାମ୍ପସ କମ୍ୟୁନିଟି ରେଡିଓ ‘ରେଭେନ୍‌ଶା ରେଡ଼ିଓ…

ସ୍ବାମୀ ଦ୍ୱିତୀୟ ବିବାହ କରିଥିବା ନେଇ କରିଥିଲି ଅଭିଯୋଗ: ୫ ଦିନ ବିତିଲାଣି, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

ନନ୍ଦପୁର, ୧୯ା୧୧(ଶଙ୍କର ପୂଜାରୀ): ବିବାହର ୩ ବର୍ଷ ବିତିଯାଇଥିଲେ ମଧ୍ୟ ସ୍ବାମୀ ଗତ ଦଶହରା ଦିନ ଅନ୍ୟ ଜଣଙ୍କୁ ବିବାହ କଲେ। ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀଙ୍କ ସମ୍ମୁଖରେ ସ୍ବାମୀ ଅର୍ଜୁନ ମୁଦୁଲି, ଶାଶୁ, ଶଶୁର, ନଣନ୍ଦ ଓ ଦିଅର ମିଶି…

ଅସ୍ତଗାମୀ ସୂର୍ଯ୍ୟଙ୍କୁ ବ୍ରତଧାରୀଙ୍କ ଅର୍ଘ୍ୟ ଅର୍ପଣ

ସମ୍ବଲପୁର,୧୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ହର୍ଷ ଉଲ୍ଲାସର ସହିତ ପବିତ୍ର ଛଟ୍‌ପର୍ବ ପାଳନ କରାଯାଇଛି। ରବିବାର ସମ୍ବଲପୁର ସହରର ବିଭିନ୍ନ ନଦୀ ଘାଟ ସମେତ ବିଭିନ୍ନ ଜଳାଶୟରେ ଏନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ କଟରଧୁଆ, ମନ୍ଦଲିଆ,…

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଜମନକିରା,୧୯।୧୧(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସରଡ଼ା ଅଞ୍ଚଳର ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରାଯାଇଥିବା ରବିବାର ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଜମନକିରା ପୋଲିସ କୁଚିଣ୍ଡା ଥାନା ଜମନକିରା ବ୍ଲକ ଗୁଣ୍ଡୁରୁଚୂଆଁ ଗାଁର…

ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ

ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। କୁନ୍ଦେଇଜୁରୀ ଗ୍ରାମଠାରୁ ପ୍ରାୟ ଦୁଇ ଶହ ମିଟର ଦୂର ଖାସଡ଼ା ଜଙ୍ଗଲରେ…

ଇଟାଭାଟିରେ ୧୯ ଶ୍ରମିକ ବନ୍ଧକ: ଉଦ୍ଧାର ପାଇଁ କଲେ ଗୁହାରି

ପଦ୍ମପୁର,୧୯।୧୧(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଧୀନ ଗଉଡମାଲ ଗ୍ରାମର ୧୯ଜଣ ଶ୍ରମିକ ତେଲଙ୍ଗାନାର ଏକ ଇଟାଭାଟିରେ ବନ୍ଧକ ଅଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଶ୍ରମିକଙ୍କ ପରିବାର ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି। ସୂଚନା ଅନୁସାରେ, ଗଉଡମାଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?