ମହିଳା ଯାତ୍ରୀଙ୍କୁ ୫ ଲକ୍ଷ ଟଙ୍କା ମୂଲ୍ୟର ମୂଲ୍ୟବାନ ଅଳଙ୍କାର ଫେରସ୍ତ କଲେ ଅଟୋ ଡ୍ରାଇଭର

ନୂଆଦିଲ୍ଲୀ,୩।୨: ମାନବିକତା ଏବଂ ବିଶାଳ ହୃଦୟ ଦେଖାଇଲେ ଅଟୋ-ରିକ୍ସା ଡ୍ରାଇଭର। ଭଦ୍ରକରେ ଗାଡିରେ ଜଣେ ମହିଳା ଯାତ୍ରୀ ଭୁଲି ଯାଇଥିବା ମୂଲ୍ୟବାନ ଅଳଙ୍କାର ଫେରସ୍ତ କରି ଅଟୋ ଡ୍ରାଇଭର ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟିଛନ୍ତି।

ଭଦ୍ରକର ଇନାୟତ ଖାନ ଏକ ଅଟୋ ରିକ୍ସା ଚଳାଇ ନିଜର ଜୀବିକା ନିର୍ବାହ କରନ୍ତି। ତେବେ ଫେବୃଆରୀ ୧ ତାରିଖ ଦିନ ଜଣେ ମହିଳା ଇନାୟତଙ୍କ ଅଟୋରେ ଜମଝାଡ଼ି ଯାଇଥିଲେ। ତେବେ ମହିଳା ଜଣକ ଗନ୍ତବ୍ୟ ସ୍ଥଳରେ ଗାଡିରୁ ଓହ୍ଲାଇବା ପରେ ବ୍ୟାଗ ନେବାକୁ ଭୁଲି ଯାଇଥିଲେ। ଚରମ୍ପାକୁ ଫେରିବା ପରେ ଇନାୟତ ଅଟୋରେ ଥିବା ବ୍ୟାଗଟି ଦେଖିଥିଲେ। ତା’ପରେ ସେ ବ୍ୟାଗ ଫେରାଇବା ପାଇଁ ମହିଳାଙ୍କୁ ଖୋଜିବା ପାଇଁ ଜମଝାଡ଼ି ଏବଂ ତାଲାନଗର ଯାଇ ଅନେକ ଖୋଜା ଖୋଜି ପରେ ମଧ୍ୟ ସେ ମହିଳାଙ୍କୁ ପାଇ ନଥିଲେ।

ଶେଷରେ ଇନାୟତ ବ୍ୟାଗକୁ ଭଦ୍ରକ ପୋଲିସ ଷ୍ଟେସନରେ ଜମା କରିଥିଲେ। ବ୍ୟାଗରେ ମୂଲ୍ୟବାନ ସୁନା ଅଳଙ୍କାର ଏବଂ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟାନ୍ୟ ସାମଗ୍ରୀ ଥିଲା। ବହୁମୂଲ୍ୟ ସାମଗ୍ରୀ ଦେଖି ପୋଲିସ କର୍ମଚାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ହେବାପରେ ସୁଭସ୍ମିତା ଲେଙ୍କା ନାମକ ମହିଳା ପୋଲିସ ଷ୍ଟେସନକୁ ଆସି ଏହା ତାଙ୍କ ବ୍ୟାଗ ଦାବି କରିଥିଲେ। ହଜି ଯାଇଥିବା ବ୍ୟାଗ ପାଇ ମହିଳା ଜଣକ ଖୁସିରେ ଇନାୟତଙ୍କ ଉପରେ ପ୍ରଶଂସା ଅଜାଡ଼ି ପକଇଥହିଲେ।

ଇନାୟତ କହିଛନ୍ତି, “ମୁଁ ତାଲାନଗରରେ ମହିଳା ଜଣକ ମୋ ଗାଡ଼ିରେ ଚଢ଼ିଥିଲେ ଏବଂ ସେ ଜମଝାଡ଼ି ଓହ୍ଲାଇଥିଲେ। ଯେତେବେଳେ ମୁଁ ଚରମ୍ପାକୁ ଆସିଲି, ସେତେବେଳେ ଅଟୋରେ ଏକ ବ୍ୟାଗ ଥିବା ମୁଁ ଦେଖିଥିଲି। ଏହାପରେ ମୁଁ ସଙ୍ଗେ ସଙ୍ଗେ ସେହି ସ୍ଥାନକୁ ଫେରିଗଲି। ଯେଉଁଠି ମହିଳା ଜଣକ ତାଙ୍କ ପିଲାମାନଙ୍କ ସହିତ ଓହ୍ଲାଇଥିଲେ। ତେବେ ସେହି ବ୍ୟାଗ ଭିତରେ କଣ ଅଛି ମୁଁ କେବେ ଦେଖିନାହିଁ। “

ସୁଭାସ୍ମିତା ଲେଙ୍କା କହିଛନ୍ତି, “ଅଟୋ ରିକ୍ସା ତଳକୁ ଓହ୍ଲାଇବାବେଳେ ମୁଁ ମୋର ବ୍ୟାଗ ନେବାକୁ ଭୁଲି ଯାଇଥିଲି। ମୁଁ ଏକ ବାହାଘରରେ ଯୋଗଦେବାକୁ ବହୁତ ଵ୍ୟସ୍ତରେ ଥିଲି। କିଛି ମିନିଟ୍ ପରେ ମୁଁ ଜାଣିବାକୁ ପାଇଥିଲି ଯେ ବ୍ୟାଗଟି ଗାଡିରେ ଛାଡି ଦେଇଛି। ଗାଡିଟିକୁ ଟ୍ରାକ୍ କରିବାକୁ ମୁଁ କିଛି ଲୋକଙ୍କୁ ଅନୁରୋଧ କରିଥିଲି, କିନ୍ତୁ କିଛି ଲାଭ ହୋଇ ନଥିଲା। ତେବେ ଅଟୋ ଡ୍ରାଇଭର ଜଣେ ଭଗବାନତୁଲ୍ୟ ବ୍ୟକ୍ତି। ଯେଉଁଠି ପାଇଁ ସେ ସେ ମୋ ବ୍ୟାଗକୁ ଫେରାଇ ଦେଇଥିଲେ।

ଏହିଘଟଣା ବିଷୟରେ ଭଦ୍ରକ ସହର ଡିଏସପି ଅନସୁମାନ ଦ୍ୱିବେଦୀ କହିଛନ୍ତି, “ମହିଳା ଜଣକ ଅଜାଣତରେ ଅଟୋରେ ମୂଲ୍ୟବାନ ସାମଗ୍ରୀ ନେଇ ନିଜ ବ୍ୟାଗ ଛାଡି ଯାଇଥିଲେ। ଡ୍ରାଇଭର ଇନାୟତ ମୂଲ୍ୟବାନ ସାମଗ୍ରୀକୁ ମହିଳାଙ୍କ ନିକଟକୁ ଫେରାଇ ନିଜର ସଚ୍ଚୋଟତା ପ୍ରଦର୍ଶନ କରିଛନ୍ତି। ଅନ୍ୟମାନଙ୍କ ପାଇଁ ସଚ୍ଚୋଟତାର ଏହା ହେଉଛି ସବୁଠାରୁ ବଡ ଉଦାହରଣ। ସମସ୍ତେ ଇନାୟତଙ୍କ ସଚ୍ଚୋଟତା ଅନୁସରଣ କରିବା ଉଚିତ୍।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri