୩ କି.ମି. ଦୂର ଝରଣାରୁ ଶିକ୍ଷକ ବୋହୁଛନ୍ତି ପାଣି

ଦାରିଙ୍ଗବାଡି,୪ା୨(ଅରୁଣ ସାହୁ )ଦାରିଙ୍ଗବାଡି ବ୍ଲକରେ ରହିଥିବା ବିଦ୍ୟାଳୟରେ ପିଇବାପାଣିର ସମସ୍ୟା ଦେଖାଦେଇଛି। ମଧ୍ୟାନ୍ନଭୋଜନ ପ୍ରସ୍ତୁତି ପାଇଁ ପାଣିକୁ ବାଇକ୍‌ରେ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ବୋହିବା ଘଟଣା ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଓ ଜିଲା ପ୍ରଶାସନକୁ ବିଦ୍ୟାଳୟ ପରିସରରେ ଏକ ନଳକୂପ ଖନନ କରିବାକୁ ପ୍ରଧାନ ଶିକ୍ଷକ ଅଜିତ କୁମାର ବେହେରାଦଳାଇ କାକୁତିମିନତି ହୋଇଥିବା ଘଟଣା ସାରା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସେ ଉଲ୍ଲେଖ କରିଛନ୍ତି ଯେ, ଦେଶ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କଲା। କିନ୍ତୁ ବୁଜୁଲି ବିଦ୍ୟାଳୟରେ ନଳକୂପଟିଏ ପ୍ରଶାସନ କରିପାରିଲା ନାହିଁ। ଆମେ ୩ କିମି ଦୂରରୁ ଝରଣା ପାଣି ବିଦ୍ୟାଳୟକୁ ବୋହୁଛୁ ବୋଲି କ୍ଷୋଭର ସହ ସେ ପ୍ରକାଶ କରିଛନ୍ତି। ଏଭଳି ନାହିଁ ନାହିଁରେ ବିଦ୍ୟାଳୟ ହେଉଛି ଉକ୍ତ ବ୍ଲକ ହାତୀମୁଣ୍ଡା ପଞ୍ଚାୟତ ଗଦାପୁର କ୍ଲଷ୍ଟରର  ବୁଜୁଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଖର୍ଚ୍ଚ କରୁଥିବା ବେଳେ ବୁଜୁଲି ବିଦ୍ୟାଳୟ ଖୋଲିବା ଦିନଠାରୁ ଅବହେଳିତ ହୋଇ ରହିଛି। ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଯାଏ ୯୧ ଜଣ ଛାତ୍ରୀଛାତ୍ର ଶିକ୍ଷଦାନ କରୁଥିବା ବେଳେ ସେମାନଙ୍କୁ ଶିକ୍ଷାଦାନ କରିବାକୁ ମାତ୍ର ୫ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍ତି ହେଲେ ଆଠଟି ଶ୍ରେଣୀକୁ ମାତ୍ର ଦୁଇଟି ଶ୍ରେଣୀକକ୍ଷ ରହିଛି । ଯାହାକି ପାଠ ପଢାଇବା ପାଇଁ ହଇରାଣ ହେଉଥିବା ପ୍ରଧାନ ଶିକ୍ଷକ ଅଜିତ କୁମାର ବେହେରାଦଳାଇ କହିଛନ୍ତି। ସେହିପରି ସବୁଠାରୁ ଦୁଃଖ ଓ କଷ୍ଟର ବିଷୟ ଉକ୍ତ ବିଦ୍ୟାଳୟରେ ନଳକୂପଟିଏ ନଥିବାରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ମଧ୍ୟାନ୍ନଭୋଜନ ରୋଷେଇ ପାଇଁ ଓ ପିଇବା ପାଣି ଲାଗି ପ୍ରାୟ ୩ କିମି ଦୂର ଏକ ଝରଣାରୁ ଅଶୁଦ୍ଧ ପାଣି  ବାଇକ୍‌ ଯୋଗେ ଶିକ୍ଷକମାନେ ଛୁଟିଦିନ ବ୍ୟତୀତ ପ୍ରତିଦିନ ବୋହି ଆଣିବାକୁ ପଡୁଛି ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଛନ୍ତି। ସେହିପରି ବୁଜୁଲି ବିଦ୍ୟାଳୟରେ ପାଇଖାନାଟିଏ ନାହିଁକି ସ୍ବଚ୍ଛ ପିଇବାପାଣିର ବ୍ୟବସ୍ଥା ନାହିଁ। ସେହି ବିଦ୍ୟାଳୟରେ ମୁଖ୍ୟଫାଟକ, ପାଚେରି, ଖେଳପଡିଆ ଭଳି ସମସ୍ୟା ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ଖରାପ ପ୍ରଭାବ ପକାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଦାରିଙ୍ଗବାଡି ବିଇଓ ରସାନନ୍ଦ କର କହିଛନ୍ତି ଯେ, ସେଠାରେ ନଳକୂପ ନଥିବାରୁ ତା’ ନିକଟରେ ଥିବା ବିଦ୍ୟାଳୟର ନଳକୂପରୁ ପାଣି ଅଣାଯାଉଥିଲା। ଏବେ ସେଠାକାର ସ୍ଥିତି କ’ଣ ଅଛି ସେ ତଦନ୍ତ ପରେ ଜାଣିପାରିବେ ବୋଲି କହିଛନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?