ମୁଦୁରାଙ୍ଗରେ ୨ ଗାଈଙ୍କ ମୃତ୍ୟୁ, ୩୦ ଅସୁସ୍ଥ

ନୟାଗଡ଼/ନୂଆଗାଁ,୪।୨(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମୁଦୁରାଙ୍ଗରେ ଏକ ଗୋ ଫାର୍ମରେ ୨ ଗୋରୁଙ୍କ ମୃତ୍ୟୁ ଓ ୩୦ ଗାଈ ଅସୁସ୍ଥ ହେବା ପରେ ଗୋଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି। ପ୍ରାଣୀ ବିଭାଗ ଡାକ୍ତରମାନେ ସମୂହ ଛୁଟିରେ ଯାଇ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଗୋରୁ ସେବା ନ ପାଇ ପ୍ରାଣ ହରାଉଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ସ୍ଥାନୀୟ ପ୍ରାଣୀଧନ ନିରୀକ୍ଷକ(ଏଲ୍‌ଆଇ) ଅସୁସ୍ଥ ଗୋରୁଙ୍କୁ ଚିକିତ୍ସା ଦେଇଥିଲେ ହେଁ ୨ ଟି ଗୋରୁ ମୃତ୍ୟୁ ପରେ ଚାଷୀଙ୍କ ଅସନ୍ତୋଷ ଓ ଉଦ୍‌ବେଗ ବଢ଼ିଛି। ଏଲ୍‌ଆଇ ଅସୁସ୍ଥ ଗୋରୁଙ୍କ ରୋଗ ଜାଣି ପାରୁ ନ ଥିବାରୁ ଗୋଟିଏ ପରେ ଗୋଟିଏ ଗୋରୁ ପ୍ରାଣ ହରାଇ ଚାଲିଛନ୍ତି। ଏଭଳିସ୍ଥଳେ ନୟାଗଡ଼ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ(ସିଡିଭିଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୋଚାଷୀ ମୃତ ଗାଈକୁ ଗାଡ଼ିରେ ରଖି ଶନିବାର ଅପରାହ୍ନରୁ ଧାରଣା ଦେଇଥିଲେ। ଅସୁସ୍ଥ ଗୋରୁଙ୍କୁ ଦେଖିବାକୁ ସିଡିଭିଓ ଯିବା ପରେ ଚାଷୀ ଧାରଣାରୁ ଉଠି ମୃତ ଗାଈକୁ ନେଇ ଗଁାକୁ ଫେରିଛି।
ମୁଦୁରାଙ୍ଗ ଗଁାର ଇସାକ୍‌ ଖଁା ଏକ ଗାଈ ଫାର୍ମ କରିଛନ୍ତି। ତାଙ୍କର ଗୋ ଫାର୍ମରେ ଗିର ଗାଈ ୧ଟି, ସାଇୱାଲ ୨ଟି, ୭ଟି ହଲେଷ୍ଟନ, ୩୦ ଜର୍ସି ଏପରି ୪୦ ଗାଈ ଅଛନ୍ତି। ଗତ ୩୧ ତାରିଖରେ ତାଙ୍କର ଏକ ଜର୍ସି ଗାଈର ମୃତ୍ୟୁ ହୋଇଛି। ସେହିପରି ଶନିବାର ଆଉ ଏକ ଜର୍ସି ଗାଈ ମରିଛି। ୨ ଗାଈଙ୍କ ମୃତ୍ୟୁ ପରେ ୩୮ ଗାଈରୁ ୩୦ ଗାଈ ଅସୁସ୍ଥ ହୋଇ ପଡିଛନ୍ତି। ୨ ଗାଈଙ୍କ ମୃତ୍ୟୁ ଓ ୩୦ ଗାଈ ଅସୁସ୍ଥ ହେବା ପରେ ଇସାକ୍‌ ଖଁା ଭୟଭୀତ ହୋଇ ପଡ଼ିଛନ୍ତି। ଗାଈମାନଙ୍କୁ ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ ମୁଦୁରାଙ୍ଗ ଗଁାର ଗୋ ଚାଷୀ ଇସାକ୍‌ ଖଁା କୁହନ୍ତି, ଜଣେ ମୁସଲମାନ ହେଲେ ବି ଗାଈ ପାଳନ କରି ଖୁସି ପାଏ। ଗୋରୁମାନଙ୍କ ସେବା ପାଇଁ ୪ଜଣଙ୍କୁ ନିୟୋଜିତ କରିଥିଲେ ହେଁ ନିଜେ ସେମାନଙ୍କର ସବୁ କିଛି ଦେଖାଶୁଣା କରେ। ମୋର ଗାଈଗୁଡ଼ିକ ଅସୁସ୍ଥ ହେବା ପରେ ସେବା ପାଉନାହିଁ। ପ୍ରାଣୀଧନ ଚିକିତ୍ସକମାନେ ଧାରଣାରେ ଥିବାରୁ ଜଣେ ଏଲ୍‌ଆଇ ଆସି ଯେଉଁ ଚିକିତ୍ସା କଲେ ସେଥିରୁ ଲାଭ କିଛି ହେଲାନି। ମୋ ଗାଈର ରୋଗ କ’ଣ ହୋଇଛି ଏଲଆଇ ଜାଣି ପାରିଲେ ନାହିଁ। ରୋଗ କ’ଣ ଜାଣି ନ ପାରିବାରୁ ଦୁଇଟି ଯାକ ଗୋରୁ ଚିକିତ୍ସା ନ ପାଇ ପ୍ରାଣ ହରାଇଲେ। ମୃତ ଦୁଇଟି ଯାକ ଗୋରୁ ଜସିର୍ର୍। ପ୍ରଥମ ଗାଈଟି ୧୭ ଲିଟର କ୍ଷୀର ଦେଉଥିବାବେଳେ ୨ୟ ଗାଈଟି ୧୫ ଲିଟର କ୍ଷୀର ଦେଉଥିଲା। ଅସୁସ୍ଥ ୩୦ ଗାଈଙ୍କର ଏବେ କ୍ଷୀର କମି ଯାଇଛି। ପ୍ରତ୍ୟେହ ୧୮୦ ଲିଟର ସ୍ଥାନରେ ଏବେ ୬୦ ଲିଟର କ୍ଷୀର ପାଉଛି। ୨ ଗାଈ ମୃତ୍ୟୁ ଓ ୩୦ ଅସୁସ୍ଥ ନେଇ ସିଡିଭିଓଙ୍କୁ ଅବଗତ କରାଇଲି। ହେଲେ ସେ କିଛି ବ୍ୟବସ୍ଥା କଲେ ନାହିଁ। ପ୍ରାଣୀ ଚିକିତ୍ସକ ଆନ୍ଦୋଳନରେ ଅଛି ଚୁପ ହୋଇଗଲେ ମୁଁ କିପରି ମୋ ଗାଈଙ୍କୁ ବଞ୍ଚାଇବି। ଏଣୁ ମୃତ ମୃତ ଗାଈକୁ ନେଇ ସିଡିଭିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି ଶନିବାର ଧାରଣା ଦେଇଥିଲି। ଶେଷର ସିଡିଭିଓ ଅସୁସ୍ଥ ଗୋରୁଙ୍କୁ ଦେଖିବାକୁ ଯିବାକୁ କହିବାରୁ ଧାରଣାରୁ ଉଠି ଘରକୁ ଫେରିଛି। ସିଡିଭିଓ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ପଚାରିବାରେ ଚିକିତ୍ସା ଅବହେଳାରୁ ଗୋରୁ ମୃତ୍ୟୁ ଅଭିଯୋଗ ଠିକ ନୁହେଁ। ୨ ଗାଈଙ୍କ ମୃତ୍ୟୁ ହୋଇଛି। ଏହାର କାରଣ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିବ। ଅନ୍ୟପକ୍ଷେ ନିଜେ ଅସୁସ୍ଥ ଗୋରୁଙ୍କୁ ଦେଖିବାକୁ ଯାଉଛି। ଏଲ୍‌ଆଇଙ୍କ ସୂଚନା ଅନୁସାରେ ଗୋରୁମାନେ ଅଧିକ ପରିମାଣର ଖାଦ୍ୟ ଖାଇବା ଓ ଠିକ୍‌ ଭାବେ ଜୀଣ୍ଣ ନ ହେବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ଔଷଧ ଦେଲା ପରେ ସୁସ୍ଥ ହେଉଛନ୍ତି। ତେବେ ଯେଉଁ ଚାଷୀଙ୍କର ୨ ଗାଈ ପ୍ରାଣ ହରାଇଲେଣି ତାଙ୍କୁ ଭୟ ଘାରିବା ସ୍ବାଭାବିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?