ଆମ ଜିଲା ଖବର

ପଦ୍ମଶ୍ରୀ ଅନ୍ତର୍ଯାମୀ ମିଶ୍ର ହେବେ ଦିବ୍ୟାଲୋକ ସନ୍ଧାନେ ସମ୍ମାନିତ

କଟକ,୨୫।୧୨: ବିଶିଷ୍ଟ ଭାଷାବିତ୍‌ ତଥା ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମୀ ମିଶ୍ରଙ୍କୁ ଦିବ୍ୟାଲୋକ ସନ୍ଧାନେ ସମ୍ମାନ-୨୦୨୪ ପ୍ରଦାନ କରାଯିବ। ଏନେଇ ଲୋକପ୍ରିୟ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେର ମୁଖ୍ୟ ସମ୍ପାଦକ ଡ. ଶରତ କୁମାର ରଥ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଜାନୁୟାରୀ…

ଟ୍ରେନ୍‌ ଧକ୍କାରେ କଟିଲା ଯୁବକଙ୍କ ଗୋଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଧକ୍କାରେ ସୋମବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ଗୋଡ଼ କଟିଯାଇଛି। ଯୁବକଙ୍କ ନାମ ରାଜେନ୍ଦ୍ର ବିହାରୀ (୩୨) ହୋଇଥିବା ବଳେ ସେ ଜୁନାଗଡ଼ ଥାନା ଅନ୍ତର୍ଗତ…

ସାନଭାଇଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ବଡ଼

ଭବାନୀପାଟଣା,୨୫ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ବଡ଼ ଭାଇ ସାନଭାଇଙ୍କୁ ହତ୍ୟା କରିଛନ୍ତି। ଭବାନୀପାଟଣା ସହର ବିବିସିପଡ଼ାର ବଡ଼ ଭାଇ ମହେନ୍ଦ୍ର ବାଗ ଓ ସାନଭାଇ ଗଣେଶ ବାଗଙ୍କ…

ହାତୀ ଉପଦ୍ରବ: ଘର ଭାଙ୍ଗିଲେ, ଧାନଚାଉଳ ଖାଇଲେ

ପାଟଣା,୨୫ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୩ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଏହି ହାତୀପଲ ରବିବାର ରାତିରେ ସାହାରପଡ଼ା ସେକ୍ସନରୁ ବୈତରଣୀ ନଦୀ ପାର ହୋଇ ପାଟଣା ସେକ୍ସନରେ ଘର ଭାଙ୍ଗିବା ସହ ଘର ଭିତରୁ…

ଶିକାରୀଙ୍କ ଲୋଲୁପ ଦୃଷ୍ଟିରେ ଭିତରକନିକା

କେନ୍ଦ୍ରାପଡ଼ା,୨୫ା୧୨ (ଜଗନ୍ନାଥ ଧଳ): ଏବେ ପିକ୍‌ନିକ୍‌ ଋତୁ ଆରମ୍ଭ ହୋଇଛି। ଏଥିସହ ଆଗକୁ ବଡ଼ଦିନ ଓ ନୂଆ ବର୍ଷ ଭୋଜି ପାଇଁ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଜାତୀୟ ଉଦ୍ୟାନ ଭିତରକନିା ଉପରେ ରହିଛି। ବନ୍ୟ ପଶୁ ବାର୍‌ହା, ହରିଣ, ଦେଶୀ ଓ…

ଟିକସ ଆଦାୟ କରୁଛି, ରକ୍ଷଣାବେକ୍ଷଣ କରୁନି ଆର୍‌ଏମ୍‌ସି

କୁନ୍ଦୁରା,୨୫ା୧୨ (ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଳକ ସଦର ମହକୁମାରେ ବୁଧବାର ବସୁଥିବା ସାପ୍ତାହିକ ହାଟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ହାଟ ମଧ୍ୟରେ ଥିବା ପିଣ୍ଡି ଏବଂ ପୁରୁଣା ଆଶ୍ରୟସ୍ଥଳୀଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏଠାରେ ବିପଜ୍ଜନକ ଅବସ୍ଥାରେ…

ଶୀତଳଭଣ୍ଡାରରେ ଗୁଡ୍‌ ସମରିଟାନ ପଲିସି

ନୟାଗଡ଼ ଅଫିସ,୨୫।୧୨(ଲୋକନାଥ ମିଶ୍ର): ଆଖି ଆଗରେ ଦୁର୍ଘଟଣା ଘଟୁଥିବାବେଳେ ଥାନା ଓ କୋର୍ଟର ଭୟ ଥିବାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାକୁ ଆଗ୍ରହ ଥିଲେ ବି ସହଯୋଗ ମିଳୁନି। ପୁଣି ଗୁଡ୍‌ ସମରିଟାନ ପଲିସିର ସଚେତନତା ନ ଥିବାରୁ ଦୁର୍ଘଟଣାଗସ୍ତ ବ୍ୟକ୍ତିଙ୍କୁ…

ପର୍ଯ୍ୟଟକଙ୍କ ନୂଆ ଠିକଣା ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌

ଭୋଗରାଇ, ୨୫ା୧୨(ପ୍ରଦୀପ ଦାସ): ବଙ୍ଗୋପସାଗର କୂଳରେ ଅବସ୍ଥିତ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର-ଖଡ଼ିବିଲ ଇକୋ ଟୁରିଜମ୍‌ ଏବେ ପର୍ଯ୍ୟଟକଙ୍କ ଲାଗି ନୂଆ ଠିକଣା ପାଲଟିଛି। ସୁବର୍ଣ୍ଣରେଖା ସମୁଦ୍ର ମୁହାଣ ପୂର୍ବସୀମାନ୍ତ ତାଳସାରୀ ପର୍ଯ୍ୟନ୍ତ ୮ କି. ମି. ଲମ୍ବ ଓ…

କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ନବକିଶୋର ପାଇଲେଣି ୧୦୬ ପୁରସ୍କାର

କଟକ,୨୫ା୧୨ (କାର୍ତ୍ତିକ ସାହୁ): ପୋଲିସ ଚାକିରିରୁ ୨୦୧୯ରେ ଅବସର ନେବା ପରେ ନବକିଶୋର ଦାସଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣର ନିଶା ଜୋର ଘାରିଥିଲା। ଚାକିରିରେ ଥାଇ ୨୦୧୮ରେ ନିର୍ମାଣ କରିଥିବା ଆଉ ଏକ ସତ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ତାଙ୍କୁ ଜଣେ ସଫଳ…

ଜେଜେ ମା’ଙ୍କ ଭରସାରେ ନାତୁଣୀନାତି

ଖପ୍ରାଖୋଲ, ୨୫ା୧୨(ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଝାଲବାହାଲ ଗାଁର ସୁକୁନି ବରିହା(୬୩) ଓ ତାଙ୍କ ସ୍ବାମୀ ଗୋପାଳ ବରିହା(୭୦)। ପରିଣତ ବୟସରେ ଏବେ ସେମାନଙ୍କ ଉପରେ ପଡିଛି ଲାଳନପାଳନର ଭାର। ପୁଅ ପୀତବାସ(୨୫), ବୋହୂ ଗୋଲାପି(୨୩)…

ଭିତରକନିକା ବୁଲିଲେ ୨୫୧୯ ପର୍ଯ୍ୟଟକ

ରାଜନଗର, ୨୫ା୧୨ (ଭାସ୍କର ରାଉତରାୟ): ଏବେ ପର୍ଯ୍ୟଟନ ଋତୁ ଚାଲିଛି। ଦେଶ ବିଦେଶର ପର୍ଯ୍ୟଟକମାନେ ଭିତରକନିକା ଜାତୀୟ ଉଦ୍ୟାନ ପରିଭ୍ରମଣରେ ଆସୁଛନ୍ତି। ରବିବାର ଛୁଟିଦିନ ଥିବାରୁ ଭିତରକନିକାର ବିଭବକୁ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୬୧ଟି…

ଖାଉଟିଙ୍କୁ ଠକୁଛି ସ୍ମାର୍ଟ ପଏଣ୍ଟ

ମାଲକାନଗିରି,୨୫ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦରରେ ଥିବା ସ୍ମାର୍ଟ ପଏଣ୍ଟ ଦୋକାନ ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଠକୁଥିବା ଅଭିଯୋଗ ଆଣିଲେ ଜଣେ ଗ୍ରାହକ। ସୂଚନା ଅନୁଯାୟୀ, ଜିଲା ସଦର ମହକୁମା ସୁକୁମା ବାଇପାସ୍‌ ଛକ ନିକଟରେ ରିଲିଆନ୍ସ ସ୍ମାର୍ଟ ପଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?