ବରିଷ୍ଠ କିରାଣିଙ୍କୁ ଧରିଲା ଭିଜିଲାନ୍ସ, ଟଙ୍କା ନେଉଥିବାବେଳେ ରେଡ୍‌ ହ୍ୟାଣ୍ଡେଡ ଗିରଫ

ରାଉରକେଲା,୨୯।୨: ଭିଜିଲାନ୍ସ ଜାଲରେ ଇଏସଆଇ ମେଡିକାଲ ଡିସପେନସରୀ ବରିଷ୍ଠ କିରାଣି ଅଭିରାମ ସାହୁ। ଜେଲ୍‌ ରୋଡ୍‌ କିରାଣି ଧରାପଡିଛନ୍ତି। ବିଲ୍‌ ପାସ୍‌ କରିବାକୁ ୧୦ହଜାର ଟଙ୍କା ନେବାବଳେ ରେଡ୍‌ ହ୍ୟାଣ୍ଡେଡ ଧରା ପଡିଛନ୍ତି କିରାଣୀ ଅଭିରାମ।
ସୂଚନାଥାଉ କି, ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ରେଡ୍‌ ହ୍ୟାଣ୍ଡେଡ ମାଡି ବସିଛି ଭିଜିଲାନ୍ସ ଟିମ। ତଦନ୍ତ ବେଳେ ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି। ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତ। ମିଳିଥିବା ସୂଚନା ମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନ୍ସିରେ ଚୁଲା ମେକାନିକ କାମ କରନ୍ତି। ଗତ ୨୦୨୦ ମଇ ମାସରେ ସେ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା।

ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରିପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣି ଅଭିରାମ ସାହୁଙ୍କୁ ଦେଖା କରିଥିଲେ। ଅଭିରାମଙ୍କ କହିବାନୁଯାୟୀ ସେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ହେଲେ ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

ପନିର ଅପମିଶ୍ରଣ ନେଇ କଟକରେ ରେଡ୍‌ ପରେ ଏବେ ପାହାଳ ପାଳି: ମିଠା କିଣୁଥିଲେ ଜାଣି ରଖନ୍ତୁ….

ଭୁବନେଶ୍ୱର,୨୫।୮: ପାର୍ବଣ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ଛେନା ଓ ପନିରର ଗୁଣବତ୍ତାକୁ ନେଇ ଚିନ୍ତା ବଢ଼ିଛି। ନକଲି ଓ ଅପମିଶ୍ରିତ ଛେନା-ପନିର ବିକ୍ରି ଅଭିଯୋଗକୁ ନେଇ BMC…

ସ୍ବାମୀଙ୍କ ଆଗରେ ଚାଲିଗଲା ସାବିତ୍ରୀଙ୍କ ଜୀବନ: ନାତୁଣୀ ଜନ୍ମଦିନ ସାରି ଫେରୁଥିବାବେଳେ ଘଟିଲା…

ତାଳଚେର,୨୫।୮(ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେର ଚାଇଁପାଳ ଓଭର ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ସ୍କୁଟିକୁ ଧକ୍କା ଦେଇଛି ଟ୍ରକ।…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri