ସହରରେ ପଶିଲା ହାତୀ, ଲୋକେ ଆତଙ୍କିତ
ବାରିପଦା,୧୮ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦା ସହରରେ ହାତୀ ପ୍ରବେଶକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି। ଗୁରୁବାର ଭୋର୍ ସମୟରେ ଏକ ହାତୀ ଏମ୍କେସି ହାଇସ୍କୁଲ ପାଚେରି ଭାଙ୍ଗି ସ୍କୁଲ ପରିସରରେ ପ୍ରବେଶ କରିଥିଲା। ସ୍କୁଲ ମଧ୍ୟରେ ବୁଲିବାରୁ ହଷ୍ଟେଲ…
ପୁଅର ମାନସିକ ସାରି ଫେରିବା ବାଟରେ ଗଛକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଚାଲିଗଲା ଦେଢ଼ବର୍ଷର ଶିଶୁ ପୁତ୍ରର ଜୀବନ
ପାଟଣା ,୧୮।୧(ବୀର କିଶୋର ଦାଶ)ଦେଢବର୍ଷର ଶିଶୁପୁତ୍ରର ମାନସିକ ସାରି ଫେରୁଥିଲେ। ଫେରିବାବେଳେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୁରୁଣିଆ ରାସ୍ତାରେ। ପୁଅର ମାନସିକ ପୂରଣ ସାରି ଘଟଗାଁ ମା…
ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ କସନା ପାହାଡ଼
ଭବାନୀପାଟଣା,୧୮।୧(ଉତ୍ତମ କୁମାର ଦାଶ): କିମ୍ବଦନ୍ତୀ ଓ ରହସ୍ୟ ଭରା ପାହାଡ କସନା ଡଙ୍ଗର। କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ମହକୁମାଠାରୁ ପ୍ରାୟ ୨୬ କି.ମି. ଦୂରରେ ଥିବା କସନା ପାହାଡର ଦୃଶ୍ୟ ପର୍ଯ୍ୟଟକଙ୍କ ମନମୋହିଥାଏ। ସ୍ବପ୍ନାଦେଶ ଅନୁଯାୟୀ ବିଭିନ୍ନ ଦେବଦେବୀ ଏଠାରେ…
ସ୍ମାର୍ଟସିଟିରେ ବଢୁଛି ଅନ୍ଲାଇନ୍ ଜୁଆଖେଳ, ୧ଟଙ୍କା ଲଗାଇଲେ ତିନିଗୁଣ ଟଙ୍କା ଜିତିବାର ପ୍ରଲୋଭନ
ରାଉରକେଲା,୧୮।୧(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସ୍ମାର୍ଟସିଟି ସହରରେ ଅନ୍ଲାଇନ ଆପ୍ଲିକେଶନ ମାଧ୍ୟମରେ ଜୁଆଖେଳ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲରେ ଏହି ଜୁଆ ଖେଳୁଛନ୍ତି। ବିଭିନ୍ନ ଅନ୍ଲାଇନ ଆପ୍ଲିକେଶନରେ ୧ଟଙ୍କା ଲଗାଇଲେ ତିନିଗୁଣ…
ବଟି ପାଇଁ ୧୯ ବସ୍କୁ ୫ଘଣ୍ଟା ଅଟକାଇଲେ
ନିରାକାରପୁର,୧୮।୧(ମାନସଚନ୍ଦ୍ର ପଟ୍ଟନାୟକ)ଖୋର୍ଦ୍ଧା ଜିଲା ବଡ଼ ପୋଖରିଆ ଛକ ୧୬ ନଂ. ଜାତୀୟ ରାଜପଥଠାରେ ବୁଧବାର ସକାଳ ସାଢେ ୫ଟାରୁ ୯ଟା ପର୍ଯ୍ୟନ୍ତ ଏକ ଯାତ୍ରୀବାହୀ ବସ୍କୁ କିଛି ବ୍ୟକ୍ତି ବଟି ଆଦାୟ ପାଇଁ ଅଟକାଇଥିଲେ। ଫଳରେ ବ୍ରହ୍ମପୁରଠାରୁ ଭୁବନେଶ୍ୱର ଓ କଟକ…
ରାୟଗଡ଼ା ଜିଲାରେ ଥମୁନି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ୨ ଗର୍ଭବତୀ
ରାୟଗଡ଼ା,୧୮।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା । ରାୟଗଡ଼ା ଜିଲା ଗଠନ ହେବାର ୩୨ବର୍ଷ ବିତିଗଲାଣି, ହେଲେ ଆଜି ବି ବହୁ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ବିଶେଷକରି ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକ…
ଗୁଡ଼ି ସୂତା ଲାଗି କଟିଲା ୭ବର୍ଷର ଶିଶୁର ବେକ
ବାଲେଶ୍ୱର, ୧୮।୧(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ନହରପାଟଣା ଛକରେ ଗୁଡ଼ି ସୂତା ଲାଗି ଏକ ୭ବର୍ଷର ଶିଶୁର ବେକ କଟିଯାଇଛି। ଶିଶୁଟି ତାଙ୍କ ବାପାଙ୍କ ସହିତ ବାଇକ୍ରେ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ…
ଅର୍ପଣ ରଥରୁ ସଂଗ୍ରହ ଚାଉଳ, ଗୁଆ ଗଲାନି ପୁରୀ; ଭକ୍ତମାନଙ୍କ ଅସନ୍ତୋଷ
ନବରଙ୍ଗପୁର,୧୮।୧ (ସଦାଶିବ ପ୍ରହରାଜ): ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳ । ଅର୍ପଣ ରଥରୁ ସଂଗ୍ରହ ହୋଇଥିବା ଚାଉଳ, ଗୁଆ, ଟଙ୍କା ଓ ନଡ଼ିଆ ପୁରୀକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସମର୍ପଣ ହେବ ବୋଲି କୁହାଯାଇଥିଲା। ନବରଙ୍ଗପୁର ଜିଲାରେ ସଂଗ୍ରହ ହୋଇଥିବା…
ଅମୃତ ବାରିରେ ଦେବାଶୀର୍ବାଦ
ଭୁବନେଶ୍ୱର,୧୮।୧(ଅନିଲ ଦାସ)ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମିଳିଛି ମହାପ୍ରଭୁଙ୍କ ଆଶୀର୍ବାଦ। ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍ ପୂର୍ବରୁ ପୁରୀ ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଝରିଛି ଅମୃତ ବାରି। ଟୋପାଟୋପା ବର୍ଷା ଭକ୍ତ, ଶ୍ରଦ୍ଧାଳୁ, ପୂଜକ, ସେବାୟତଙ୍କୁ ଦେଇଛି ଅପ୍ରମିତ…
‘ସାମୁଦ୍ରିକ ଥାନାରେ ଖାଲି ପଦବୀ ସଂକ୍ରାନ୍ତରେ ଜଣାଅ’
କଟକ,୧୮ା୧ (କାର୍ତ୍ତିକ ସାହୁ)ସାମୁଦ୍ରିକ ଥାନାରେ ଖାଲି ପଡ଼ିଥିବା ପଦବୀ ସଂକ୍ରାନ୍ତୀୟ ତଥ୍ୟ ଏବଂ ସେଗୁଡ଼ିକର ପୂରଣ ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ସଂକ୍ରାନ୍ତରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍…
ଅଜଣା ମୃତଦେହର ଶେଷ ଠିକଣା ଗୋକର୍ଣ୍ଣେଶ୍ୱର ଶ୍ମଶାନ
ବ୍ରହ୍ମପୁର,ତା୧୮ା୧(ସୁବାସ ଚନ୍ଦ୍ର ପାଢ଼ୀ)ପ୍ରତ୍ୟେକ ମଣିଷଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତିମ ଠିକଣା ହେଉଛି ଶ୍ମଶାନ ଘାଟ ବା ସମାଧି ସ୍ଥଳ। କିନ୍ତୁ ଏମିତି କେତେ ଲୋକଙ୍କ ମୃତଦେହକୁ ବ୍ରହ୍ମପୁର ସହରର ଏକ ନିର୍ଦ୍ଦିଷ୍ଟ ଶ୍ମଶାନରେ ହିଁ ସତ୍କାର କରାଯାଉଛି। ଯେଉଁମାନଙ୍କ ଠିକଣା…
ପାତିସୁନାପୁରକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ାଯାଉ
ବ୍ରହ୍ମପୁର,୧୮ା୧(ନରସିଂହ ସାହୁ)ଗଞ୍ଜାମ ଜିଲା ଉପକୂଳ ତଥା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମତ୍ସ୍ୟଜୀବୀ ବହୁଳ ସୁନାପୁର ଓ ପାତିସୁନାପୁର ନିକଟସ୍ଥ ବଙ୍ଗୋପସାଗରରେ ଅଞ୍ଚଳରେ ପ୍ରବାହିତ ବାହୁଦା ନଦୀ ମିଶୁଛି । ଏହି ମୁହାଣର ଦୃଶ୍ୟ ଦେଖାଣାହାରୀଙ୍କୁ ମନମୋହୁଛି। ଶୀତଦିନେ ବିରଳ ପ୍ରଜାତିର…

