ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ, ହତାଶ ହୋଇ ଫେରିଗଲେ ଲୁଟେରା

ବଡ଼ବିଲ,୧୮ା୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ସବ୍‌ଡିଭିଜନ୍‌ ଅଫିସରଙ୍କ କାର୍ଯ୍ୟାଳୟରୁ ମାତ୍ର ୧ଶହ ମିଟର ଦୂର ଏଲଆଇସି ବିଲ୍ଡିଂର ତଳ ମହଲାରେ ଥିବା ୟୁକୋ ବ୍ୟାଙ୍କ ବଡ଼ବିଲ ଶାଖାରୁ ଲୁଟ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଷ୍ଟ୍ରଙ୍ଗ ରୁମ୍‌ କାଟିବାରେ ବିଫଳ ହେବାରୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ପୋଲିସ ସାଇଣ୍ଟିଫିକ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସବୁଦିନ ଭଳି ଶନିବାର ଅପରାହ୍ନରେ ବ୍ୟାଙ୍କ ବନ୍ଦ କରି ସୋମବାର ସକାଳେ ୟୁକୋ ବ୍ୟାଙ୍କ, ବଡବିଲ ଶାଖା ଖୋଲିଥିଲା। ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କର ସମସ୍ତ ଜିନିଷପତ୍ର ଇତସ୍ଥତ ହୋଇପଡ଼ିଥିବା କର୍ମଚାରୀ ଦେଖିଥିଲେ। ପରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଥିଲା। ତୁରନ୍ତ ଏ ନେଇ ବଡବିଲ ପୋଲିସକୁ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପ ଶୁଭଙ୍କର ଜେନା ଅବଗତ କରିଥିଲେ। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ବ୍ୟାଙ୍କର ଭୋଲ୍ଡ (ଷ୍ଟ୍ରଙ୍ଗ ରୁମ) ସମ୍ମୁଖରେ ଗ୍ୟାସ ସାହାଯ୍ୟରେ ଲୁହା କାଟିବା ନିମନ୍ତେ ବ୍ୟବହାର କରାଯାଉଥିବା ପାଇପ, ଏକ ଲୁହା କରତ ଓ ଏକ ସ୍କୃ-ଡ୍ରାଇଭରକୁ ଜବତ କରିଥିଲା।

କେନ୍ଦୁଝର ଜିଲା ମୁଖ୍ୟାଳୟସ୍ଥିତ ସାଇଣ୍ଟିଫିକ ଟିମ ତଦନ୍ତରେ ପୋଲିସର ସହାୟତା କରୁଛି। ତେବେ ବ୍ୟାଙ୍କର ଶାଖା ପରିଚାଳକ ସନ୍ଦିପଙ୍କ କହିବା ଅନୁଯାୟୀ, ସିସି କ୍ୟାମେରା ଗୁଡ଼ିକର ତାର ବିଚ୍ଛିନ୍ନ ସମୟକୁ ଆଧାର କରି ଗତ ଶନିବାର ରାତି ୧୨ ଟାରୁ ଗୋଟାଏ ମଧ୍ୟରେ ଲୁଟ ଉଦ୍ୟମ ହୋଇଥିବା ଜଣାପଡିଛି। ଦୁର୍ବୃତ୍ତ ବ୍ୟାଙ୍କ ପଛପାଖରେ ଥିବା ଝରକା କାଚ ଭାଙ୍ଗିବା ସହ ଗ୍ରିଲ କାଟି ଭିତରେ ପ୍ରବେଶ କରିଥିଲେ। ପ୍ରଥମେ ସିସି କ୍ୟାମେରା ସଂଯୋଗ ତାର ଓ ଆଲାର୍ମ ସିଷ୍ଟମକୁ କାଟି ବିଚ୍ଛିନ୍ନ କରିଦେଇଥିଲେ।

ଗ୍ୟାସ କଟର ସାହାୟତାରେ ଷ୍ଟ୍ରଙ୍ଗ ରୁମ କାଟିବାକୁ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ପାଇପ୍‌, ଏକ ଲୁହା କଟା କରତ, ଏକ ବଡ ସ୍କୃ-ଡ୍ରାଇଭର ଛାଡିଯାଇ ପଳାୟନ କରିଥିବା ଜଣାପଡ଼ିଛି। ସୂଚନା ଥାଉକିଳ ୨୦୧୯ରେ ମଧ୍ୟ ଉକ୍ତ ବ୍ୟାଙ୍କରୁ ଅନୁରୂପ ଭାବେ ଲୁଟ ଉଦ୍ୟମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri