ମାଂସ ପାଇଁ ୩ଦିନ ପଡ଼ିରହିଲା ମୃତଦେହ

ବାରିପଦା,୧୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଗାଁର ସମସ୍ତଙ୍କ ଭୋଜି ଭାତରେ ସାମିଲ ହେଉଥିଲେ। ହେଲେ ଜାତିଭାଇଙ୍କୁ ନିଜ ବାହାଘର ଭୋଜି ଦେଲେନି। ଏନେଇ ଗାଁ ଲୋକଙ୍କ ସହ ଲାଗି ରହିଥିଲା ତିକ୍ତତା। ଜାତିପ୍ରଥା ଓ ପରମ୍ପରା ଉଲ୍ଲଂଘନ କରିଥିବା ସମ୍ପୃକ୍ତ ଯୁବକଙ୍କ ମା’ଙ୍କ ମୃତ୍ୟୁ ପରେ ଜାତିଭାଇ କାନ୍ଧ ଦେଲେନି। ଫଳରେ ୩ ଦିନ ମୃତଦେହ ପଡ଼ି ରହି ପଚିବା ଆରମ୍ଭ କରିଥିଲା। ଗାଁ ମୁଖିଆଙ୍କ ହସ୍ତକ୍ଷେପ ପରେ ବାହାଘର ଭୋଜି ବାବଦରେ ୧୦ କେଜି ମେଣ୍ଢା ମାଂସ ଦେବାକୁ ରାଜି ହେବାରୁ ମୃତଦେହ ସତ୍କାର କରାଗଲା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଲକ ଅଧୀନ ଜୟବିଲା ଗ୍ରାମରେ।
ସୂଚନା ଅନୁଯାୟୀ, ଜିଲା ସଦର ମହକୁମାଠାରୁ ୮କି.ମି. ଦୂର ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଜୟବିଲା ଗ୍ରାମ। ଏହି ଗ୍ରାମର ଅଧିକାଂଶ ଲୋକ ଆଦିବାସୀ ମୁଣ୍ଡାରୀ ସମ୍ପ୍ରଦାୟର। ଶନିବାର ଅପରାହ୍ନ ୨ଟାରେ ଗଁାର ସମ୍ବାରୀ ସିଂ(୭୦)ଙ୍କ ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ଘଟିଥିଲା। ମାତ୍ର ଜାତିପ୍ରଥାକୁ ଅବମାନନା କରି ମୃତା ସମ୍ବାରୀଙ୍କ ପୁଅ ତାଙ୍କ ବାହାଘର ଭୋଜି ଦେଇ ନ ଥିବାରୁ ସାହିପଡ଼ିଶା କିମ୍ବା ଗ୍ରାମବାସୀ ମୃତଦେହ ସତ୍କାର କରିବାକୁ ଅମଙ୍ଗ ହୋଇଥିଲେ। ଫଳରେ ୩ ଦିନ କାଳ ଘର ଭିତରେ ମୃତଦେହ ପଡ଼ିରହି ପଚିବା ଆରମ୍ଭ କରିଥିଲା। ମା’ଙ୍କ ମୃତଦେହ ସତ୍କାର କରିବା ପାଇଁ ଦୁଇ ପୁଅ ଡାକ୍ତର ଓ ଚନ୍ଦନ ଚିନ୍ତାରେ ପଡ଼ିଥିଲେ। ଗଣମାଧ୍ୟମର ପ୍ରତିନିଧିମାନେ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଗାଁ ଲୋକେ ଏକାଠି ହୋଇ ସମାଧାନର ବାଟ କାଢ଼ିଥିଲେ। ଗାଁ ମୁଖିଆ ସାନ ଲକ୍ଷ୍ମଣ ସିଂଙ୍କ ଉପସ୍ଥିତିରେ ବିବାଦର ସମାଧାନ ହୋଇଥିଲା। ଗାଁ କମିଟିର ନିଷ୍ପତ୍ତି ଅନୁଯାୟୀ, ଜରିମାନା ସଦୃଶ ବାହାଘର ଭୋଜି ବାବଦରେ ୮ଦିନ ମଧ୍ୟରେ ୧୦କେ.ଜି. ମେଣ୍ଢା ମାଂସ ଦେବାକୁ ସମ୍ବାରୀଙ୍କ ବଡ଼ ପୁଅ ରାଜି ହେବାପରେ ସୋମବାର ଅପରାହ୍ନରେ ଗଁା ଲୋକେ ମୃତଦେହ ସତ୍କାର କରିଥିଲେ। ତେବେ ପ୍ରତିଶ୍ରୁତି ଅନୁଯାୟୀ, ଭୋଜି ପାଇଁ ମାଂସ ନ ଦେଲେ ଶୁଦ୍ଧି କ୍ରିୟାରେ କୌଣସି ଲୋକ ସାମିଲ ହେବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।
ଗଁା ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ମୁଣ୍ଡାରୀ ସମ୍ପ୍ରଦାୟର ଲୋକଙ୍କ ଜନ୍ମ, ମୃତ୍ୟୁଠାରୁ ଆରମ୍ଭ କରି ବିବାହ କାର୍ଯ୍ୟରେ ଗ୍ରାମବାସୀ ସମ୍ମିଳିତ ହୋଇଥାନ୍ତି। ଜାତିପ୍ରଥା ଅନୁଯାୟୀ ବିବାହ ସମୟରେ ପୁଅଘର ପକ୍ଷରୁ ପଣ(ଯୌତୁକ) ନିଆଯାଇ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଥାଏ। ଗାଁରେ ହେଉଥିବା ଭୋଜିରେ ସମ୍ବାରୀଙ୍କ ବଡ଼ପୁଅ ଡାକ୍ତର ସାମିଲ ହୋଇଥାନ୍ତି। ତେବେ ବିବାହ ସମୟରେ ଜାତିପ୍ରଥାକୁ ନେଇ ଚାଲିଥିବା ପରମ୍ପରା ସଦୃଶ ମେଣ୍ଢା କିମ୍ବା ଛେଳି ଦେବାକୁ ପଡ଼ିଥାଏ। ସେହି ମାଂସରେ ଭୋଜିଭାତ କରାଯାଇ ଗଁାର ସମସ୍ତେ ବିବାହକୁ ସ୍ବୀକୃତି ଦେଇଥାନ୍ତି। ମାତ୍ର ଡାକ୍ତର ଦୁଇଦୁଇ ଥର ବିବାହ କରିଥିଲେ ମଧ୍ୟ ଜାତିିପ୍ରଥା ଓ ପରମ୍ପରାକୁ ଅବମାନନା କରି ଆସୁଥିଲେ। ଏନେଇ ଗାଁ ଲୋକେ ତାଙ୍କୁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେ କାହା କଥା ଶୁଣୁ ନ ଥିଲେ। ଏନେଇ ଗଁାରେ ବୈଠକ ବସି ଜରିମାନା ବାବଦରେ ଏକ ମେଣ୍ଢା ଦେବାକୁ ତାଙ୍କୁ କୁହାଯାଇଥିଲା। ମାତ୍ର ଅଦ୍ୟାବଧି ସେ ମେଣ୍ଢା ଦେଇ ନ ଥିବାରୁ ଗଁା ଲୋକେ ତାଙ୍କ ମା’ଙ୍କ ମୃତଦେହ ସତ୍କାର କାର୍ଯ୍ୟକୁ ବିରୋଧ କରିଥିତ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri