Posted inପୁରୀ

ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ

ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍‌ ଫାର୍ମ ପରିସରରେ ଓଏଫ୍‌ଏସ୍‌ ଆଇଏଫ୍‌ଏସ୍‌ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ବଜାରରେ ବିକ୍ରି ହେଉଥିବା ପରିବାରେ ଉତ୍କଟ ବିଷ ତଥା ରାସାୟନିକ ପ୍ରଲେପ ଦିଆଯିବା ଦ୍ୱାରା, ଏହା ସ୍ବାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଜୈବିକ ଉପାୟରେ କିପରି ଫସଲକୁ ରୋଗଦାଉରୁ ରକ୍ଷା କରିହେବ ସେ ସମ୍ପର୍କରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ତଥା ବିଶିଷ୍ଟ କିଟତତ୍ତ୍ୱବିତ ଡ.ବିଜୟାନନ୍ଦ ମହାନ୍ତି କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ କୃଷି ଅଧିକାରୀ ଗଗନ ବିହାରୀ ଧଳ ମୁଗ ଫସଲ ସହ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ଖାଦ୍ୟସାର ପରିଚାଳନା ଉପରେ ଆଲୋକପାତ କରିଥିଲେ। କର୍ନାଟକ ଆଗ୍ରୋ କେମିକାଲର ପ୍ରବୀର କୁମାର ପାଢ଼ୀ, ନିରାକାର ମିଶ୍ର, ରମେଶ ଚନ୍ଦ୍ର ସିଂ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ସଭାରେ ସଭାପତିତ୍ୱ କରି ଅବସରପ୍ରାପ୍ତ ଓମ୍‌ଫେଡ୍‌ ଅଧିକାରୀ ଅନ୍ନପୂର୍ଣ୍ଣା ଦାସ କୃଷିରେ ଜୈବ ପଦ୍ଧତିର ପ୍ରୟୋଗ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

ନାମାଙ୍କନ ବେଳେ ୨ ନେତା ଓ ସମର୍ଥକ ହାତାହାତି

ପୁରୀ,୬।୫: ପୁରୀ ଉପଜିଲ୍ଲାପାଳଙ୍କ ଅଫିସରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ଓ ଟିକେଟ କଟିଥିବା ସୁଜିତ୍ ମହାପାତ୍ର ହାତାହାତି ହୋଇଛନ୍ତି।...

କଂଗ୍ରେସ ପ୍ରାର୍ଥୀଙ୍କ ଉପରକୁ ଆକ୍ରମଣ: ମୁଣ୍ଡ ଫଟେଇଦେଲେ ଦୁର୍ବୃତ୍ତ

ପୁରୀ,୫।୫: ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ରବିବାର ଅପରାହ୍ନରେ ଆକ୍ରମଣ ହୋଇଛି। ସେ ବସ୍‌ଷ୍ଟାଣ୍ଡରେ ବୁଲୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri