Posted inପୁରୀ

ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ

ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍‌ ଫାର୍ମ ପରିସରରେ ଓଏଫ୍‌ଏସ୍‌ ଆଇଏଫ୍‌ଏସ୍‌ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜିକାଲି ବଜାରରେ ବିକ୍ରି ହେଉଥିବା ପରିବାରେ ଉତ୍କଟ ବିଷ ତଥା ରାସାୟନିକ ପ୍ରଲେପ ଦିଆଯିବା ଦ୍ୱାରା, ଏହା ସ୍ବାସ୍ଥ୍ୟ ଉପରେ ମାରାତ୍ମକ ପ୍ରଭାବ ପକାଉଛି। ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ଜୈବିକ ଉପାୟରେ କିପରି ଫସଲକୁ ରୋଗଦାଉରୁ ରକ୍ଷା କରିହେବ ସେ ସମ୍ପର୍କରେ ଏହି ପ୍ରଶିକ୍ଷଣ ଶିବିରରେ ଆଲୋଚନା ହୋଇଥିଲା। ଯେଉଁଥିରେ ଅବସରପ୍ରାପ୍ତ କୃଷି ଉପନିର୍ଦ୍ଦେଶକ ତଥା ବିଶିଷ୍ଟ କିଟତତ୍ତ୍ୱବିତ ଡ.ବିଜୟାନନ୍ଦ ମହାନ୍ତି କୃଷକମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରାକ୍ତନ କୃଷି ଅଧିକାରୀ ଗଗନ ବିହାରୀ ଧଳ ମୁଗ ଫସଲ ସହ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ଖାଦ୍ୟସାର ପରିଚାଳନା ଉପରେ ଆଲୋକପାତ କରିଥିଲେ। କର୍ନାଟକ ଆଗ୍ରୋ କେମିକାଲର ପ୍ରବୀର କୁମାର ପାଢ଼ୀ, ନିରାକାର ମିଶ୍ର, ରମେଶ ଚନ୍ଦ୍ର ସିଂ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ। ଉକ୍ତ ସଭାରେ ସଭାପତିତ୍ୱ କରି ଅବସରପ୍ରାପ୍ତ ଓମ୍‌ଫେଡ୍‌ ଅଧିକାରୀ ଅନ୍ନପୂର୍ଣ୍ଣା ଦାସ କୃଷିରେ ଜୈବ ପଦ୍ଧତିର ପ୍ରୟୋଗ ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଗାଧୋଇ ଶ୍ୱେତଗଙ୍ଗାକୁ ଯାଇଥିଲେ, ଗୋଡ଼ ଖସିଯିବାରୁ ବୁଡ଼ିଯାଇ ଚାଲିଗଲା ଯୁବକଙ୍କ ଜୀବନ

ପୁରୀ, ୮।୮(ଅଜିତ୍‌ କୁମାର ମହାନ୍ତି): ପୁରୀର ପଞ୍ଚ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ ପବିତ୍ର ତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁଷ୍କରିଣୀରେ…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri