ଯୋଗଦେଲେ କଟକର ନୂଆ ଜିଲାପାଳ, ସମସ୍ତଙ୍କ ସହଯୋଗ ଲୋଡ଼ିଲେ

କଟକ,୬ା୪(କାର୍ତ୍ତିକ ସାହୁ): କଟକର ନୂଆ ଜିଲାପାଳ ଭାବେ ୨୦୧୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅରିନ୍ଦମ ଡାକୁଆ ଶନିବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ନୂତନ ଜିଲାପାଳଙ୍କୁ ସ୍ବାଗତ କରିବା ସହ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଜିଲାପାଳଙ୍କ ସଦ୍‌ଭାବନା ଗୃହରେ ଆୟୋଜିତ ବୈଠକରେ ନୂତନ ଜିଲାପାଳ ଡାକୁଆ ଚଳିତ ଲୋକ ସଭା ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ଏଥିସହ ଜିଲାରେ ବିକାଶମୂଳକ ତଥା ଜନକଲ୍ୟାଣକର କାର୍ଯ୍ୟର ଧାରାକୁ ଆଗେଇ ନେବା ପାଇଁ ସେ ଆହ୍ବାନ ଦେଇଥିଲେ। ଜନସାଧାରଣଙ୍କ ନିକଟରେ ସରକାରଙ୍କ ସେବା ପହଞ୍ଚାଇବା ପ୍ରଶାସନର ପ୍ରାଥମିକତା। ଆଧୁନିକ ଜ୍ଞାନକୌଶଳ ସହ ତାଳ ଦେଇ ନିଜକୁ ଅଧୁନାତନ କରିବା ଏବଂ ତ୍ୱରିତ ବେଗରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବାକୁ ନୂତନ ଜିଲାପାଳ ଡାକୁଆ ପରାମର୍ଶ ଦେଇଥିଲେ।
ଅତିରିକ୍ତ ଜିଲାପାଳ ରାଜସ୍ବ ଉମାକାନ୍ତ ରାଜ, ଅତିରିକ୍ତ ଜିଲାପାଳ ସାଧାରଣ ଶିବ ଟପୋ, ଅତିରିକ୍ତ ଜିଲାପାଳ ପ୍ରଶାସନ ଡ. ଦିବ୍ୟଲୋଚନ ମହାନ୍ତ, ଉପଜିଲାପାଳ କଟକ ସଦର ଜ୍ୟୋତିଶଙ୍କର ରାୟ, ଉପଜିଲାପାଳ ବାଙ୍କୀ ଦେବୀ ପ୍ରସାଦ ମହାନ୍ତି, ଉପଜିଲାପାଳ ଆଠଗଡ଼ ପ୍ରଶାନ୍ତ କୁମାର ତରାଇ, ଅତିରିକ୍ତ ଉପଜିଲାପାଳ କଟକ ସଦର ଦେବାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦାୟୀ ଜିଲାପାଳ ବିନୀତ ଭରଦ୍ୱାଜ ଜିଲାରେ ସ୍ବଳ୍ପ ସମୟର ଅବଧି ମଧ୍ୟରେ ସମସ୍ତଙ୍କର ସହଯୋଗ ମିଳିଥିବାରୁ ଧନ୍ୟବାଦ ଜଣାଇଥିଲେ। ନୂତନ ଜିଲାପାଳଙ୍କ କାର୍ଯ୍ୟଭାର ଗ୍ରହଣ ଅବସରରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଷ୍ଟାଫ୍‌ କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା, ଜିଲାର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନୂତନ ଜିଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ

ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।...

ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ...

ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ...

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ, ୨ ଜୁଆଡିଙ୍କ ପାଖରୁ ଜବତ ହେଲା…

ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ...

ବିଦ୍ୟୁତ ଆଘାତରେ ଆସି ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ, ନିଯୁକ୍ତି ଦାବିରେ ମୃତଦେହ ରଖି ରାସ୍ତାରୋକୋ

ବ୍ରହ୍ମପୁର, ୧୭/୩(ସୁବାସ ଚନ୍ଦ୍ର ପାଢ଼ୀ): ବିଦ୍ୟୁତ ତାର ଆଘାତରେ ଜଣେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମ କୁମ୍ଭାର...

ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା...

୩ ବର୍ଷର ଶିଶୁର ଅସାଧାରଣ ପ୍ରତିଭା:ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଦେବ୍ୟାଂଶ

ପାଟଣା,୧୭୩(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଶ୍ରୀ ବିଦ୍ୟା ବାଟିକାରେ ଅଧ୍ୟୟନ କରୁଥିବା ତୁରୁମୁଙ୍ଗା ଗ୍ରାମର ଦେବେଶ ସାହୁ ଏବଂ ରୋଜାଲିନ ବେହେରାଙ୍କ ୩...

କାଠ ବୋଝେଇ ମହିନ୍ଦ୍ରା ଜବତ

ପଦ୍ମପୁର,୧୭୩ (ପ୍ରଦୀପ୍ତ ଦାଶ)-ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା ମହିନ୍ଦ୍ରା ମ୍ୟାକ୍ସ ପିକପ (ଓଆର ୦୩...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri