ଆମ ଜିଲା ଖବର

ପୋଖରୀରେ ବୁଡି ଚାଲିଗଲା ଜୀବନ

ଛତ୍ରପୁର,୯।୪(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସାନନୋଳିଆ ନୂଆଗାଁରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ଗାଁର ସିକିଟି ଗୁରେୟା(୫୩) ପାଣିରେ ବୁଡି ଯାଇଥିଲେ। କିଛି ସମୟ ପରେ ସିକିଟ ପାଣିରେ ଭାସୁଥିବା…

ମାଓବାଦୀ-ଯବାନ ଗୁଳି ବିନିମୟ

ପାଇକମାଳ,୯।୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଥାନା ନୃସିଂହନାଥ ନିକଟସ୍ଥ ଗନ୍ଧମାର୍ଦ୍ଦନ ପର୍ବତରେ ମଙ୍ଗଳବାର ଏକ ମାଓବାଦୀ କ୍ୟାମ୍ପ ଠାବ ହୋଇଛି । କୋମ୍ବିଂ ଅପରେଶନ ଚାଲିଥିବା ବେଳେ ମାଓବାଦୀ ଏବଂ ଯବାନ ମୁହାଁମୁହିଁ ହୋଇଥିଲେ। ଯବାନଙ୍କୁ ଦେଖି ମାଓବାଦୀମାନେ ପ୍ରଥମେ…

ଛକାଛକିରେ ଟିକେଟ ଆଶାୟୀ: ମହଙ୍ଗା ପଡ଼ିପାରେ ମହିଳାଙ୍କୁ ଉପେକ୍ଷା

ଯାଜପୁର,୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ଛକାଛକି ଚାଲିଛି। ବିଜେଡି ନ ହେଲେ ଭାଜପା ଏବଂ ଭାଜପା ନ ହେଲେ ବିଜେଡିକୁ ଡିଅଁା ମାରିବେ ବୋଲି ଆଶାୟୀଙ୍କ ସମର୍ଥକମାନେ କହି ବୁଲୁଛନ୍ତି। ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି…

ଛତ୍ରପୁର ଆସନ ସୁବାସଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବ୍ରହ୍ମପୁର,୯ା୪(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲା ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନୀ ହାୱା ସରଗରମ ହୋଇଛି। ଗତ ନିର୍ବାଚନ ପରେ ଏଠାର ରାଜନୀତି ସମୀକରଣ ସମ୍ପୂର୍ଣ୍ଣ ବଦଳିଛି। ଉକ୍ତ ବିଧାନସଭା କ୍ଷେତ୍ରରେ ଥିବା ୩ ସହରରେ ପୌରାଧ୍ୟକ୍ଷ ଆସନ ବିଜେଡି ବିରୋଧରେ ଯାଇଛି।…

ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ ରହିଛି। ଦଳ ଗଠନଠାରୁ ଏହା ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ…

ସହଜ ହୋଇ ନ ପାରେ ବିଜେଡି ବିଜୟ

ଜଗତ୍‌ସିଂହପୁର, ୯ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଲୋକ ସଭା ଆସନରେ ବିଜେଡିର ଦୃଢ଼ ସ୍ଥିତିକୁ ସ୍ପଷ୍ଟ କରିଛି ଗତ ୨ ନିର୍ବାଚନ ଫଳାଫଳ। କିନ୍ତୁ ଏଥର ସ୍ଥିତିରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ବିଜେଡିର ବିଜୟ ସହଜ ହେବନାହିଁ। ମୁଖ୍ୟ ବିରୋଧୀ ଭାଜପା କଡ଼ା…

ସରସ୍ବତୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ମା’ଙ୍କ ଦର୍ଶନକରି ଆର୍ଶୀବାଦ ନେଲେ ୫ଟି ଅଧ୍ୟକ୍ଷ

ପୁରୁଷୋତ୍ତମପୁର,୯।୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନସମାଗମ ହୋଇଛି। ରତ୍ନଗିରି ପାହାଡ ଚତୁଃପାର୍ଶ୍ୱ ଓ ସମଗ୍ର ତାରାତାରିଣୀ ଅଞ୍ଚଳ ଲୋକାରଣ୍ୟ ହୋଇପଡିଛି। ଏହି ପାଳିରେ ରାତ୍ର ୧.୩୦ରୁ ମନ୍ଦିର ଦ୍ୱାର…

ଭାଜପାକୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ଟାଣୁଆ ନେତା

ବଲାଙ୍ଗୀର, ୯।୪: ମଙ୍ଗଳବାର ଭାଜପାକୁ ଏକ ବଡ଼ ଝଟ୍‌କା ଲାଗିଛି। ବଲାଙ୍ଗୀର ଜିଲା ପୂର୍ବତନ ଭାଜପା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଦେଇଛନ୍ତି।

ଅଚଳ ହେଉଛି ଏକଟଙ୍କିଆ, ଦଶ ଟଙ୍କିଆ ମୁଦ୍ରା

ପାରଳାଖେମୁଣ୍ଡି, ୯ା୪(ଗିରିଧାରୀ ପରିଛା):ବଜାରରେ ଚାଲୁ ନାହିଁ ୧ ଟଙ୍କିଆ, ୧୦ ଟଙ୍କିଆ ମୁଦ୍ରା, ମୁଖ୍ୟତଃ ଗଜପତି ଜିଲାରେ ଏହିସବୁ ମୁଦ୍ରା ଅଚଳ ହୋଇପଡ଼ିଛି। ଯାହା ଦ୍ୱାରା ଖୁଚୁରା ବ୍ୟବସାୟରେ ଅନେକ ସମସ୍ୟା ଦେଖାଦେଇଛି। ସରକାର ଏହିସବୁ ମୁଦ୍ରା ପ୍ରଚଳନ ଜାରି ରଖିଥିବା…

ପାରଳା ବିଧାନସଭା ଆସନ ପାଇଁ ତ୍ରିମୁଖୀ ଲଢ଼େଇ

ପାରଳାଖେମୁଣ୍ଡି,୯/୪(ଗିରିଧାରୀ ପରିଛା):ଗଜପତି ଜିଲା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ମୁଖ୍ୟତଃ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏହି ନିର୍ବାଚନମଣ୍ଡଳୀ ଗୋଷାଣି ବ୍ଲକ, ଗୁମ୍ମା ବ୍ଲକ, କାଶୀନଗର ବ୍ଲକ, କାଶୀନଗର ଏନ୍‌ଏସି…

ଜାତୀୟ ଯୁବ ବାସ୍କେଟବଲ ପ୍ରତିଯୋଗିତାରେ ଭଦ୍ରକରୁ ଆୟୁଷ୍ମାନ

ଉଦ୍ରକ,୯।୪(ସନାତନ ରାଉତ)- ପୁଡ଼ୁଚେରୀ ରାଜୀବଗାନ୍ଧି ଷ୍ଚାଡ଼ିୟମରେ ଆରମ୍ଭ ହେବାକୁ ଯାଉଥିବା ୩୮ତମ ଜାତୀୟ ଯୁବ (୧୬ ବର୍ଷରୁ କମ) ବାସ୍କେଟବଲ ପ୍ରତିଯୋଗିତା ୯ ଏପ୍ରିଲରୁ ଆରମ୍ଭ ହୋଇ ୧୫ ଏପ୍ରିଲରେ ଶେଷ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଘୋଷଣା କରାଯାଇଥିବା ଓଡିଶାର…

ଆହତ ହରିଣକୁ ଉଦ୍ଧାର କଲା ବନବିଭାଗ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନ ବିଭାଗ ମଙ୍ଗଳବାର ସକାଳୁ ବରଗଡ଼ ସହର ଉପକଣ୍ଠ ଟେଙ୍ଗନାନାଲି ନିକଟରୁ ଆହତ ଅବସ୍ଥାରେ ଜଣେ ହରିଣକୁ ଉଦ୍ଧାର କରିଛି। ହରିଣର ଗୋଡରେ ଗଭୀର ଆଘାତ ଲାଗିଛି। ପାଣି ଅନ୍ବେଷଣରେ ଆସିଥିବାବେଳେ କୌଣସି ଗାଡି ଧକ୍କାରେ ହରିଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?