ଘୁମୁସର ବନଖଣ୍ଡରେ ୮୧ ହାତୀ

ଭଞ୍ଜନଗର/ଆସିକା,୨୪।୫(ବାବୁଲା ପ୍ରଧାନ/ ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମସର ଦକ୍ଷିଣ ବନଖଣ୍ଡରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ହାତୀ ଗଣନା ଶୁକ୍ରବାର ଶେଷ ହୋଇଛି। ଘୁମୁସର ଉତ୍ତର ବନଖଣ୍ଡରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରେଞ୍ଜରେ ୬୨ଟି ହାତୀ ଦେଖିବାକୁ ମିଳିଛି। ସେହିଭଳି ଘୁମୁସର ଦକ୍ଷିଣ ବନଖଣ୍ଡରେ ୧୯ଟି ହାତୀ ଦେଖିବାକୁ ମିଳିଛି।

କିଛିବର୍ଷ ହେବ ପଡ଼ୋଶୀ ବନଖଣ୍ଡ ଅପେକ୍ଷା ଏହି ଦୁଇ ବନଖଣ୍ଡ ହାତୀମାନଙ୍କ ସୁରକ୍ଷିତ ବାସସ୍ଥଳୀ ପାଲଟିଥିବା ଜଣାପଡ଼ିଛି। ତେଣୁ ଏହି ବନଖଣ୍ଡକୁ ଆସୁଥିବା ହାତୀମାନେ ପଡ଼ୋଶୀ ବନଖଣ୍ଡକୁ ଗଲେ ମଧ୍ୟ ପୁଣି ଏହି ବନଖଣ୍ଡକୁ କିଛି ଘଣ୍ଟା ପରେ ଫେରିଆସୁଥିବା ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ମିଳିଥିବା ଖବର ଅନୁସାରେ ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ରେଞ୍ଜରେ ୨୫ଟି ହାତୀ ଥିବା ବେଳେ ତାରସିଂ ରେଞ୍ଜରେ ୫ ଏବଂ ଜଗନ୍ନାଥପ୍ରସାଦ ରେଞ୍ଜରେ ୩୨ଟି ହାତୀ ଥିବା ଜଣାପଡ଼ିଛି।

ସେହିଭଳି ଦକ୍ଷିଣ ଘୁମୁସର ବନଖଣ୍ଡ ଆସିକା ରେଞ୍ଜର ଷଢ଼ଙ୍ଗୀପଲ୍ଲୀ ଜଙ୍ଗଲରେ ୫ ଏବଂ ସୋରଡ଼ା ରେଞ୍ଜର ପଣ୍ଡାଖୋଲ ଜଙ୍ଗଲରେ ୧୪ଟି ହାତୀ ଥିବା ଜଣାପଡ଼ିଛି। ହାତୀ ଗଣନା ସମୟରେ ଛୁଆ, ମାଈ, ମାଖନା ଏବଂ ଦନ୍ତା ହାତୀ ଉପରେ ଗଣନା ହୋଇଥାଏ। ଏହି ଦୁଇ ବନଖଣ୍ଡରେ ଗଣନା ସମୟରେ ମାଖନା ହାତୀ ଥିବା କେଣସି ସୂଚନା ନାହିଁ। ବନଖଣ୍ଡସ୍ତରୀୟ ରିପୋର୍ଟକୁ ଆରସିସିଏଫ୍‌ସ୍ତରରେ ସମସ୍ତ ବନଖଣ୍ଡକୁ ମିଶାଇ ଗଣନା କରାଯିବ। ଏହାପରେ ସମସ୍ତ ଆରସିସିଏଫ୍‌ଙ୍କ ରିପୋର୍ଟକୁ ଭିତ୍ତିକରି ରାଜ୍ୟସ୍ତରରେ କେତେ ହାତୀ ଅଛନ୍ତି ଚୁଡ଼ାନ୍ତ ହେବ। ଏନେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ପୂର୍ବରୁ ଯେଉଁ ୧୯ଟି ହାତୀ ଥିଲା ଗଣନା ସମୟରେ ହିଁ ସେତିକି ହାତୀକୁ ଠାବ କରାଯାଇଛି। ସେହିଭଳି ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି କହିଛନ୍ତି ଯେ, ଏହି ବନଖଣ୍ଡରେ ହାତୀମାନେ ସୁରକ୍ଷିତ ରହିଲା ଭଳି ଜଙ୍ଗଲ ଅଛି। ତେଣୁ ପୂର୍ବ ଅପେକ୍ଷା ହାତୀ ସଂଖ୍ୟା ବୃଦ୍ଧିପାଇଛି।

ସୂଚନାଯୋଗ୍ୟ ଯେ, ୨୦୧୭ରେ ଗଞ୍ଜାମ ଜିଲା ବ୍ରହ୍ମପୁର ବନଖଣ୍ଡରେ ୧୧, ଘୁମୁସର ଉତର ବନଖଣ୍ଡରେ ୧୭ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡରେ ୨୫ଟି ହାତୀ ଥିଲେ। ବର୍ତ୍ତମାନ ହାତୀ ସଂଖ୍ୟା ବହୁତ ବଢ଼ିଯାଇଛି। ତେଣୁ ଏହି ବନଖଣ୍ଡକୁ ଅନ୍ୟ ବନଖଣ୍ଡରୁ ହାତୀ ଆସିଥାଇପାରନ୍ତି। ରାଜ୍ୟରେ ବାର୍ଷିକ ହାରାହାରି ୭୫ରୁ ଊର୍ଦ୍ଧ୍ୱ ହାତୀ ବିଭିନ୍ନ କାରଣ ଯୋଗୁ ମୃତ୍ୟୁବରଣ କରୁଛନ୍ତି। ୨୦୧୭ ପରଠୁ ଇତିମଧ୍ୟରେ ଅନେକ ହାତୀ ଛୁଆ ଜନ୍ମ ହୋଇଛନ୍ତି।

ତେଣୁ ରାଜ୍ୟରେ ହାତୀ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଅନ୍ୟପଟେ ଏହି ଦୁଇ ବନଖଣ୍ଡରେ ହାତୀମାନେ କିଭଳି ସୁରକ୍ଷିତ ରହିପାରିବେ ସେଥିପାଇଁ ଦୁଇ ବନଖଣ୍ଡ ପକ୍ଷରୁ ବିଭିନ୍ନ ସମୟରେ ମିଳିତ ଭାବେ ପଦକ୍ଷେପ ନିଆଯାଉଛି। ସେହିପରି ଆସିକା ବନାଞ୍ଚଳରେ ଗତ ୩ଦିନ ଧରି ହାତୀ ଗଣନା କରାଯାଇଛି। ବୁଧବାର ଏହି ବନାଞ୍ଚଳର ଷଡଙ୍ଗିପଲ୍ଲୀ ସେକ୍ସନ ଅନ୍ତର୍ଗତ ବାଦପୁର ବିଟରେ ୫ଟି ହାତୀ ରହିଥିବା ଗଣନାକାରୀ ବନ ବିଭାଗ କର୍ମଚାରୀଙ୍କ ଦୃଷ୍ଟିକୁ ଆସିଥିଲା ା ସେଥିମଧ୍ୟରେ ୪ଟି ମାଈ ଓ ଗୋଟିଏ ଦନ୍ତା ହାତୀ ରହିଛି। ଶୁକ୍ରବାର ଗଣନା ବେଳେ ଏହି ହାତୀ ଆଉ ଦେଖାଯାଇ ନ ଥିବା ବେଳେ ଏହା ପୋଡାମାରି ସଂଲଗ୍ନ ଲଖାରୀ ଜଙ୍ଗଲକୁ ଚାଲିଯାଇଥିବା ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ପଣ୍ଡା ସୂଚନା ଦେଇଛନ୍ତି ା ଆସିକା ବନାଞ୍ଚଳରେ ହାତୀ ନ ଥିଲା ବେଳେ ବିଭିନ୍ନ ସମୟରେ ପୋଡାମାରି ଅଞ୍ଚଳରୁ ହାତୀ ଆସିଥାନ୍ତି। ତେଣୁ ବାଦପୁର ବିଟରେ ଦେଖାଯାଇଥିବା ହାତୀ ପୋଡାମାରୀ ଜଙ୍ଗଲରୁ ଆସିଥିଲା ବେଳେ ପୁଣି ସେଠାକୁ ଫେରିଯାଇଥିବା ସେ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖ ଭବନରେ ବସିବ ବୈଠକ, ଚୟନ ହେବେ ବିଧାୟକ ଦଳ ନେତା

ଭୁବନେଶ଼୍ବର, ୧୭।୬: ଆସନ୍ତା ୧୯ ତାରିଖ ଦିନ ବିଜୁ ଜନତା ଦଳର ବିଧାୟକମାନଙ୍କୁ ନେଇ ବୈଠକ ବସିବ । ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରେ ଏହି...

ଜୁନ୍‌ ୧୮ରେ କୃଷକଙ୍କ ଖାତାକୁ ଆସିବ ଟଙ୍କା: କେଉଁ ଜିଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ ଆସିଲା ଲିଷ୍ଟ

ଭୁବନେଶ୍ୱର,୧୭।୬: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧୮ ଜୁନରେ ଉତ୍ତରପ୍ରଦେଶର ବାରାଣସୀରୁ ବଣ୍ଟନ କରାଯିବ। ୧୭ତମ...

ସରକାର ଯିବା ପରେ ଏବେବି କ୍ଷମତାପୂର୍ଣ୍ଣ BJD, ଭାଜପାକୁ…

ନୂଆଦିଲ୍ଲୀ, ୧୭।୬: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏନ୍‌ଡିଏ ସମର୍ଥନରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ...

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ, ସୋସିଆଲ ମିଡିଆରେ ଲେଖିଲେ…

ଭୁବନେଶ୍ୱର,୧୭ା୬: ସୋମବାର ସକାଳେ ପଶ୍ଚିମବଙ୍ଗରେ ଏକ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଜଲପାଇଗୁଡ଼ିରେ କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲ୍‌ବାହୀ ଟ୍ରେନ୍‌ ପଛରୁ ଧକ୍କା ଦେବାରୁ...

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ଜନ୍ମଦିନ ଭୋଜି ଖାଇ ଫେରିବା ବେଳେ ଟ୍ରାକ୍ଟରକୁ ଧକ୍କା ଦେଲା କାର୍‌, ୪ ସାଙ୍ଗ ମୃତ

ଖଡ଼ିଆଲ,୧୭ା୬(ମକାରୁ ବେମାଲ): ଭବାନୀପାଟଣା ଲଛିପୁର ଛକ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଚାରି ଜଣ ପ୍ରାଣ ହରାଇଛନ୍ତି। ଟ୍ରାକ୍ଟରକୁ କାର୍‌ ଧକ୍କା...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri