ମନମୋହନଙ୍କ ପ୍ରଚାରରେ ନେତା, ଅଭିନେତା

ଚାନ୍ଦବାଲି,୨୫।୫ (କିଷାନ ପାତ୍ର): ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର ସେତିକି ସରଗରମ ହେଉଛି। ଭାଜପା ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି। ଭାଜପାର ବିଧାୟକ ପ୍ରାର୍ଥୀ ମନମୋହନ ସାମଲଙ୍କ ପ୍ରଚାରରେ ନେତା ଓ ଅଭିନେତା ସାମିଲ ହୋଇଥିଲେ। ଖେରଙ୍ଗ ବଜାରଠାରେ ଆୟୋଜିତ ବିଶାଳ ବାଇକ୍‌ ଶୋଭାଯାତ୍ରାରେ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଅଭିନେତା ତଥା ଦଳୀୟ ନେତା ସିଦ୍ଧାନ୍ତ ମହାପାତ୍ର ପ୍ରମୁଖ ମନମୋହନଙ୍କ ପାଇଁ ପ୍ରଚାର କରିଛନ୍ତି।

ଖୋଲା ଜିପ୍‌ରେ ଖେରଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରୁ ବାହାରି ଖେରଙ୍ଗ, ଘଟପୁର ଓ ମାଧପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲେ। ସିଦ୍ଧାନ୍ତଙ୍କୁ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମିଥିବା ବେଳେ କିଛି ଜାଗାରେ ଲୋକେ ଗାଡ଼ି ଅଟକାଇ ସେଲ୍ଫି ମଧ୍ୟ ନେଇଥିଲେ। ଏଥର ଓଡ଼ିଶାରେ ସାଧାରଣ ଲୋକ ନିର୍ବାଚନ ଲଢ଼ୁଛନ୍ତି।

ଓଡ଼ିଶାର ଲୋକ ସ୍ବାଭିମାନୀ। ଏଥର ଦୁଇଟି ପଦ୍ମଫୁଲ ଚିହ୍ନରେ ଭୋଟ ଦେଇ ବିକାଶର ଗାଡ଼ିକୁ ଓଡ଼ିଶାରେ ଦ୍ରୁତଗତିରେ ଆଗେଇ ନେବେ ବୋଲି ସମୀର କହିଥିଲେ। ଭାଜପାର ଭଦ୍ରକ ଲୋକ ସଭା ପ୍ରଚାର କମିଟି ଅଧ୍ୟକ୍ଷ ଅଜୟ କୁମାର ନାୟକ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ, ଉପେନ୍ଦ୍ର ରାଉଳ, ପ୍ରଭାସ ଶୁଭଦର୍ଶନ ମହାନ୍ତି, ପ୍ରଶାନ୍ତ ମାଝୀ, ମୀନକେତନ ବିଶ୍ୱାଳ, ରବୀନ୍ଦ୍ର ଦାସ, ପ୍ରତାପ ରାୟ, ବିଜୟ ପାଢ଼ୀ, ସ୍ମୃତିରଞ୍ଜନ ନାୟକ ପ୍ରମୁଖ ପ୍ରଚାରରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟଙ୍କ ଗୋଟି ଚାଳନା! ସରକାର ଆସିବା ପୂର୍ୱରୁ ରାଜନୀତିରେ ଖେଳିଲେ ବଡ଼ ଗେମ୍‌

ଚେନ୍ନାଇ,୬।୫: ତାମିଲନାଡୁରେ କଂଗ୍ରେସ ଏବଂ ଡିଏମକେ ମଧ୍ୟରେ ମେଣ୍ଟ ଭାଙ୍ଗିବାକୁ ବସିଛି। କଂଗ୍ରେସ ଅଭିନେତା ବିଜୟଙ୍କ ଦଳ ଟିଭିକେକୁ ସମର୍ଥନ ଦେବାକୁ ସଙ୍କେତ ଦେଇଛି। କଂଗ୍ରେସ ମହାସଚିବ…

୭୧ତମ ବାଦି ପାଲା ମହୋତ୍ସବ: କଳାକାର ସମ୍ବର୍ଦ୍ଧିତ

ପାଟଣା,୬।୫(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଶାସନରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ୭୧ତମ ବାଦି ପାଲା ମହୋତ୍ସବ ଉଦଯାପିତ ହୋଇଛି। ଆୟୋଜିତ ସମ୍ବର୍ଦ୍ଧନା ସଭା…

ବାପାଙ୍କ ହାତ ଛାଡ଼ିଦେଲେ ଥଲାପତି ବିଜୟଙ୍କ ପୁଅ! ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୫: ଚଳଚ୍ଚିତ୍ର ଶିଳ୍ପରୁ ରାଜନୀତିରେ ପ୍ରବେଶ କରିଥିବା ଅଭିନେତା ଥଲାପତି ବିଜୟ ତାଙ୍କର ପ୍ରଥମ ନିର୍ବାଚନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ…

ଇସ୍ତଫା ଦେଲେ ହିମନ୍ତ ବିଶ୍ୱଶର୍ମା

ଦିଶପୁର,୬ା୫: ଇସ୍ତଫା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ରାଜଭବନରେ ଲକ୍ଷ୍ମଣ ଆଚାର୍ଯ୍ୟଙ୍କୁ ଭେଟି ସେ ଇସ୍ତଫାପତ୍ର…

ଥାଲାପତିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ତ୍ରିଶା, ପ୍ରଶଂସକ କାବା!

ଚେନ୍ନାଇ, ୬।୫: ଦକ୍ଷିଣ ଭାରତୀୟ ସିନେମା ଜଗତର ‘ଥଲାପତି’ ବିଜୟ ଏବଂ ଗ୍ଲାମର କୁଇନ୍ ତ୍ରିଷା କୃଷ୍ଣନଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି…

ଭାଗ୍ୟ ହେବ ତ ବିଜୟଙ୍କ ଭଳି: ପ୍ରଥମେ TVKକୁ ଜିତାଇଲେ, ଆଉ ଏବେ ମିଳିଲା ପୁଣି ଖୁସିଖବର

ଚେନ୍ନାଇ,୬।୫: ସତରେ, ଯଦି ଭାଗ୍ୟ ହେବ ଥଲାପଥି ବିଜୟଙ୍କ ଭଳି। ସିନେମାରୁ ରାଜନୀତିରେ ନୂତନ ଭାବରେ ପ୍ରବେଶ କରିଥିବା ଜଣେ ବ୍ୟକ୍ତି, ସେ ତାମିଲନାଡୁରେ ରାଜନୈତିକ ଦଳ…

ତାମିଲନାଡୁ ରାଜନୀତି ସରଗରମ: AIADMK ୨ ଫାଳ, ବିଜୟଙ୍କ ସମର୍ଥନରେ…

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏଥର ଏକ ବଡ଼ ପରିବର୍ତ୍ତନ ଦେଖାଦେଇଛି। ବିଧାନସଭା ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱରେ ଦଳ ଟିଭିକେ ୧୦୮ଟି ଆସନ ପାଇ…

୮,୦୦୦ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଯୋଗାଣରେ ଉନ୍ନତୀକରଣ

ଭୁବନେଶ୍ୱର,୬।୫(ଅନୁରାଧା ମହାରଣା): ଟିପି ସେଣ୍ଟ୍ର୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି-୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସ୍‌ଏସ୍‌ଠାରେ ଏକ ୨୫ ଏମ୍‌ଭିଏ ପାୱାର ଟ୍ରାନ୍ସଫର୍ମର କାର୍ଯ୍ୟକ୍ଷମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri