ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା,୨୫ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋବରୀ ନଦୀ ଓ କେନାଲରେ ପଡୁଛି। କେନାଲ ନବୀକରଣ ଅଦ୍ୟାବଧି ସରିନାହିଁ। ସହର ନିକଟ ନିର୍ମାଣ କାର୍ଯ୍ୟ ପାଇଁ ଜଳପଥକୁ ମାଟି ଦ୍ୱାରା ବନ୍ଧ ହୋଇଛି। ଅପରପକ୍ଷେ ବର୍ଷାଋତୁର ପ୍ରଭାବ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି। ଗୋବରୀ ନଦୀ ଓ କେନାଲ ଏବେ ଡମ୍ପିଂୟାର୍ଡ ପାଲଟି ଥିବା ନେଇ ଜାତୀୟ ଗ୍ରୀନ ଟ୍ରି୍ୟବୁନାଲ (ଏନଜିଟି)ରେ ଏକ ମାମଲା ମଧ୍ୟ ହୋଇଛି। ଏନ୍‌ଜିଟି ଏନେଇ ଶୁଣାଣୀ ପରେ ପୌର ପରିଷଦକୁ ବ୍ୟର୍ଜବସ୍ତୁ ପରିଚାଳନା ପାଇଁ ତାଗିଦା ସହ ଜୋରିମାନା କରିଛନ୍ତି। ସହରର ଏପରି ସ୍ଥିତିରେ ବର୍ଷାଋତୁରେ ଡେଙ୍ଗୁ ମ୍ୟାଲେରିଆ ଭୟ ବଢ଼ୁଥିବା ସହରବାସୀ ମତ ଦେଇଛନ୍ତି।

ଏସମ୍ପର୍କରେ ସହରର ଖଡିଅଙ୍ଗ ଗ୍ରାମର ମନୋଜ କୁମାର ସିଂହ କହିଛନ୍ତି, ୨୦୧୪ ଫେବୃଆରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଠାରେ ୨୪ ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବା ବେଳେ ମାତ୍ର ୧୮ ପଞ୍ଜିକୃତ ହୋଇଛି। ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡରେ ଏଯାଏ ୱାର୍ଡ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ ଆଶା ପଦବୀ ଖାଲି ପଡିଛି। ଏପରିକି ସହର ମଧ୍ୟରେ ଅପପୃଷ୍ଟିଜନିତ ଲୋକସଂଖ୍ୟା କେତେ ସେନେଇ ସର୍ଭେ ଅଦ୍ୟାବଧି ସରିନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ୨୦୧୪ ଜାନୁଆରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି।

ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପଗ୍ରେଡେଡ ପିଏଚ୍‌ସି ହେବ। ଜଣେ ମେଡିକାଲ ଅଫିସର ସହ ୨ ଡାକ୍ତର ରହିବେ। ସହର ମଧ୍ୟରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ, ସୁସ୍ଥ ସହର ଓ ସୁସ୍ଥ ରାଜ୍ୟ ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ସ୍ବାସ୍ଥ୍ୟ ସେବା ଓ ଅପପୃଷ୍ଟି ସମସ୍ୟାକୁ ଉପସ୍ଥାପନା ସହ ସମାଧାନ ପାଇଁ ପ୍ରଯତ୍ନ କରିବେ। ଫଳରେ ଝାଡ଼ାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡେଙ୍ଗୁ ଆଦି ରୋଗ ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚତ୍ବ ନାହିଁ। ଏଥିପାଇଁ ଆରୋଗ୍ୟ ସମିତିକୁ ୫ ହଜାର ଓ ୱାର୍ଡ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହି ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ ଏଏନ୍‌ଏମ୍‌ ପୋଷ୍ଟ ଅଦ୍ୟାବଧି ଖାଲି ପଡିଛି। ସହରର ପରିମଳ ବ୍ୟବସ୍ଥା ଠିକ ନାହିଁ।

ସାମାନ୍ୟ ବର୍ଷାରେ ବିଭିନ୍ନ ୱାର୍ଡର ନାଳ ଉଚ୍ଛୁଳିବା ସହିତ ପାଣି ଜମିରହୁଛି। ସୁରେନ୍ଦ୍ର କୁମାର ସେନାପତି କହିଛନ୍ତି, ରାସ୍ତା ନିକଟରେ ଥିବା ନଳକୂପ ଓ ପାଣି ଟ୍ୟାପ ନିକଟରେ ପାଣି ଜମି ରହି ମଶା ମାଛଙ୍କ ଜନ୍ମସ୍ଥଳ ସାଜିଛି। ପ୍ରତିବର୍ଷ ବର୍ଷାଋତୁରେ ପରିମଳ ବ୍ୟବସ୍ଥା ବିଗୁଡୁଥିବାରୁ ଝାଡ଼ାବାନ୍ତି, ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ବ୍ୟାପିବା ସହିତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅପପୃଷ୍ଟି ଘଟଣା ନଜରକୁ ଆସୁଛି। ସହରରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳପଥ ହେଉ ଅଥବା ସରକାରୀ ରାସ୍ତା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କାଗଜପତ୍ରରେ ସବୁକିଛି ଠିକ୍‌ ଥିବା ଦର୍ଶାଯାଉଛି। ତେବେ ରାଜ୍ୟର ସର୍ବପୁରାତନ ଏହି ସହର ପ୍ରତି ରାଜନେତା, ପ୍ରଶାସକଙ୍କ ଧ୍ୟାନ ରହୁନାହିଁ। ଏପରି କି ନୂତନ ଅପଗ୍ରେଡେଡ ପିଏଚ୍‌ସି ପାଇଁ ପୌରପାଳିକା ପକ୍ଷରୁ ଚିଠିଟିଏ ହୋଇ ନାହିଁ। ଏସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ପାଣି ଜମି ରହୁଥିବା ସ୍ଥାନ ଚିହ୍ନଟ କରାଯାଇ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?