ସହରବାସୀଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଭୟ

କେନ୍ଦ୍ରାପଡ଼ା,୨୫ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୋବରୀ ନଦୀ ଓ କେନାଲରେ ପଡୁଛି। କେନାଲ ନବୀକରଣ ଅଦ୍ୟାବଧି ସରିନାହିଁ। ସହର ନିକଟ ନିର୍ମାଣ କାର୍ଯ୍ୟ ପାଇଁ ଜଳପଥକୁ ମାଟି ଦ୍ୱାରା ବନ୍ଧ ହୋଇଛି। ଅପରପକ୍ଷେ ବର୍ଷାଋତୁର ପ୍ରଭାବ ଆସନ୍ତା ସପ୍ତାହରୁ ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି। ଗୋବରୀ ନଦୀ ଓ କେନାଲ ଏବେ ଡମ୍ପିଂୟାର୍ଡ ପାଲଟି ଥିବା ନେଇ ଜାତୀୟ ଗ୍ରୀନ ଟ୍ରି୍ୟବୁନାଲ (ଏନଜିଟି)ରେ ଏକ ମାମଲା ମଧ୍ୟ ହୋଇଛି। ଏନ୍‌ଜିଟି ଏନେଇ ଶୁଣାଣୀ ପରେ ପୌର ପରିଷଦକୁ ବ୍ୟର୍ଜବସ୍ତୁ ପରିଚାଳନା ପାଇଁ ତାଗିଦା ସହ ଜୋରିମାନା କରିଛନ୍ତି। ସହରର ଏପରି ସ୍ଥିତିରେ ବର୍ଷାଋତୁରେ ଡେଙ୍ଗୁ ମ୍ୟାଲେରିଆ ଭୟ ବଢ଼ୁଥିବା ସହରବାସୀ ମତ ଦେଇଛନ୍ତି।

ଏସମ୍ପର୍କରେ ସହରର ଖଡିଅଙ୍ଗ ଗ୍ରାମର ମନୋଜ କୁମାର ସିଂହ କହିଛନ୍ତି, ୨୦୧୪ ଫେବୃଆରୀ ୨୩ରୁ ରାଜ୍ୟରେ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଆରମ୍ଭ ହେଲାଣି। ତେବେ କେନ୍ଦ୍ରାପଡ଼ା ସହରରେ ଏହି ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ। ଏଠାରେ ୨୪ ମହିଳା ଆରୋଗ୍ୟ ସମିତି ଗଠନ ହେବାକୁ ଥିବା ବେଳେ ମାତ୍ର ୧୮ ପଞ୍ଜିକୃତ ହୋଇଛି। ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକସଂଖ୍ୟାରେ ଗଠିତ ୨୧ ୱାର୍ଡରେ ଏଯାଏ ୱାର୍ଡ କଲ୍ୟାଣ ସମିତି ଗଠନ ହୋଇନାହିଁ। ସହରରେ ୮ ଆଶା ପଦବୀ ଖାଲି ପଡିଛି। ଏପରିକି ସହର ମଧ୍ୟରେ ଅପପୃଷ୍ଟିଜନିତ ଲୋକସଂଖ୍ୟା କେତେ ସେନେଇ ସର୍ଭେ ଅଦ୍ୟାବଧି ସରିନାହିଁ। ସେହିପରି ରାଜ୍ୟର ସର୍ବପୁରାତନ ଏହି ମ୍ୟୁନିସିପାଲିଟିରେ ଜଳ ନିଷ୍କାସନ ଏକ ସମସ୍ୟା ହୋଇଥିବାରୁ ସହରବାସୀ ଡେଙ୍ଗୁ ଓ ମ୍ୟାଲେରିଆ ଭୟରେ କାଳାତିପାତ କରୁଛନ୍ତି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ୨୦୧୪ ଜାନୁଆରୀ ୨୦ରେ କେନ୍ଦ୍ର ସରକାର ଏହି ମିଶନ ଆରମ୍ଭ କରିଛନ୍ତି।

ମିଶନର ଲକ୍ଷ୍ୟ ଅନୁଯାୟୀ ୫୦ ହଜାରରୁ ଊର୍ଦ୍ଧ୍ୱ ସହରବାସୀଙ୍କ ପାଇଁ ଏକ ଅପଗ୍ରେଡେଡ ପିଏଚ୍‌ସି ହେବ। ଜଣେ ମେଡିକାଲ ଅଫିସର ସହ ୨ ଡାକ୍ତର ରହିବେ। ସହର ମଧ୍ୟରେ ଥିବା ବସ୍ତି ଅଞ୍ଚଳର ୫୦ରୁ ୧୦୦ ଘରକୁ ନେଇ ଏକ ମହିଳା ଆରୋଗ୍ୟ ସମିତି ଗଠନ କରାଯିବ। ସେହିପରି ପ୍ରତ୍ୟେକ ୱାର୍ଡରେ ଏକ କଲ୍ୟାଣ ସମିତି ଗଠନ କରାଯାଇ ସୁସ୍ଥ ବସ୍ତି, ସୁସ୍ଥ ୱାର୍ଡ, ସୁସ୍ଥ ସହର ଓ ସୁସ୍ଥ ରାଜ୍ୟ ଯୋଜନାକୁ ରୂପରେଖ ଦେବ। ଏହି ସମିତିର ସଭ୍ୟାସଭ୍ୟ ସହରର ପରିମଳ, ସ୍ବାସ୍ଥ୍ୟ ସେବା ଓ ଅପପୃଷ୍ଟି ସମସ୍ୟାକୁ ଉପସ୍ଥାପନା ସହ ସମାଧାନ ପାଇଁ ପ୍ରଯତ୍ନ କରିବେ। ଫଳରେ ଝାଡ଼ାବାନ୍ତି, ମ୍ୟାଲେରିଆ, ଜଣ୍ଡିସ, ଡେଙ୍ଗୁ ଆଦି ରୋଗ ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚତ୍ବ ନାହିଁ। ଏଥିପାଇଁ ଆରୋଗ୍ୟ ସମିତିକୁ ୫ ହଜାର ଓ ୱାର୍ଡ କଲ୍ୟାଣ ସମିତିକୁ ୧୦ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା ହୋଇଛି। ଏହି ମିଶନ ଅନୁଯାୟୀ ସହରାଞ୍ଚଳ ପାଇଁ ୪ ଏଏନ୍‌ଏମ୍‌ ପୋଷ୍ଟ ଅଦ୍ୟାବଧି ଖାଲି ପଡିଛି। ସହରର ପରିମଳ ବ୍ୟବସ୍ଥା ଠିକ ନାହିଁ।

ସାମାନ୍ୟ ବର୍ଷାରେ ବିଭିନ୍ନ ୱାର୍ଡର ନାଳ ଉଚ୍ଛୁଳିବା ସହିତ ପାଣି ଜମିରହୁଛି। ସୁରେନ୍ଦ୍ର କୁମାର ସେନାପତି କହିଛନ୍ତି, ରାସ୍ତା ନିକଟରେ ଥିବା ନଳକୂପ ଓ ପାଣି ଟ୍ୟାପ ନିକଟରେ ପାଣି ଜମି ରହି ମଶା ମାଛଙ୍କ ଜନ୍ମସ୍ଥଳ ସାଜିଛି। ପ୍ରତିବର୍ଷ ବର୍ଷାଋତୁରେ ପରିମଳ ବ୍ୟବସ୍ଥା ବିଗୁଡୁଥିବାରୁ ଝାଡ଼ାବାନ୍ତି, ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ବ୍ୟାପିବା ସହିତ ରୋଗୀ ମୃତ୍ୟୁମୁଖରେ ପଡୁଛନ୍ତି। ଅପପୃଷ୍ଟି ଘଟଣା ନଜରକୁ ଆସୁଛି। ସହରରେ ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଳପଥ ହେଉ ଅଥବା ସରକାରୀ ରାସ୍ତା ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ସାମାଜିକ କର୍ମୀ ଅମରବର ବିଶ୍ୱାଳ କହିଛନ୍ତି, କାଗଜପତ୍ରରେ ସବୁକିଛି ଠିକ୍‌ ଥିବା ଦର୍ଶାଯାଉଛି। ତେବେ ରାଜ୍ୟର ସର୍ବପୁରାତନ ଏହି ସହର ପ୍ରତି ରାଜନେତା, ପ୍ରଶାସକଙ୍କ ଧ୍ୟାନ ରହୁନାହିଁ। ଏପରି କି ନୂତନ ଅପଗ୍ରେଡେଡ ପିଏଚ୍‌ସି ପାଇଁ ପୌରପାଳିକା ପକ୍ଷରୁ ଚିଠିଟିଏ ହୋଇ ନାହିଁ। ଏସମ୍ପର୍କରେ ପୌରାଧ୍ୟକ୍ଷା ସରିତା ସାହୁ କହିଛନ୍ତି, ସହରର ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ବ୍ୟବସ୍ଥା ହୋଇଛି। ଏଥିସହ ପାଣି ଜମି ରହୁଥିବା ସ୍ଥାନ ଚିହ୍ନଟ କରାଯାଇ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ବିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri