ବ୍ରହ୍ମପୁର, ଗୋପାଳପୁର ଫଳାଫଳକୁ ଅପେକ୍ଷା: କିଏ ଜିତିବ ଅଙ୍କ କଷୁଛନ୍ତି କର୍ମୀ

ବ୍ରହ୍ମପୁର,୨୪ା୫(ନରସିଂହ ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୧୨ ଦିନ ବିତିଛି। ସେହିପରି ୫ ଦିନ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ଜିଲାର ଦୁଇ ଲୋକ ସଭା ଓ ୧୩ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀମାନଙ୍କ ହାର୍‌ଜିତ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ମୁଖ୍ୟତଃ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଏହା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଜୁନ୍‌ ୪ ତାରିଖରେ ଭୋଟ ଗଣତିକୁ ଶାସକ ଓ ମୁଖ୍ୟ ବିରୋଧୀ ଦଳ କର୍ମୀ ଓ ସମର୍ଥକ ଅପେକ୍ଷା କରିଛନ୍ତି।
ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ବିଧାୟକ ବିକ୍ରମ ପଣ୍ଡାଙ୍କ ପକେଟ ଭୋଟ ଥିବା ସତ୍ତ୍ୱେ ବିଜେଡି ପକ୍ଷରୁ ତାଙ୍କୁ ଗୋପାଳପୁର ପ୍ରାର୍ଥୀ କରାଯାଇଥିଲା। ଆସନ କାହିଁକି ପରିବର୍ତ୍ତନ କରାଗଲା ସେ ନେଇ ଆରମ୍ଭରୁ ନାନା ଚର୍ଚ୍ଚା ହୋଇଥିଲା। ସେହିପରି ୮୨ ବର୍ଷିୀୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପୁଣି ବ୍ରହ୍ମପୁର ଆସନ ଲାଗି ପ୍ରାର୍ଥୀ କରାଗଲା ତାହା ମଧ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ପରିସରକୁ ଆସିଥିଲା। କଂଗ୍ରେସର ଅନ୍ତଃକନ୍ଦଳ ଯୋଗୁ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡିରୁ ସହଜରେ ନିର୍ବାଚିତ ହୋଇଥିଲେ ଚ୍ୟାଉ ପଟ୍ଟନାୟକ। ଏଥର ସେ ସଙ୍କଟରେ ପଡ଼ିଛନ୍ତି। ଭାଜପାର ନୂଆ ପ୍ରାର୍ଥୀ କେ. ଅନୀଲ କୁମାର ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିଛନ୍ତି। ତେଲୁଗୁ ଭାଷାଭାଷି ବହୁଳ ଏହି ଆସନରେ ପ୍ରଥମ କରି ଜାତୀୟ ଦଳ ଭାଜପା ଅନିଲଙ୍କୁ ପ୍ରାର୍ଥୀ କରିଛି। ତେଲୁଗୁ ଭୋଟରଙ୍କ ସମର୍ଥନରେ ସେ ଜିତିବେ ବୋଲି ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବାରୁ ମତଦାନ ପରେ ନିଶ୍ଚିତ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ସହରରେ ନବୀନ ହାୱା ଥିବାରୁ ଜିତିବା ଆଶା ରଖିଛନ୍ତି ଚ୍ୟାଉବାବୁ। ତେବେ ଅନେକ ଜଣାଶୁଣା ବିଜେଡି ନେତା ଓ କର୍ମୀ ତାଙ୍କୁ ବିରୋଧ କରି ଦଳରୁ ଇସ୍ତଫା ଦେଇ ଭାଜପାରେ ମିଶିଥିଲେ। ତେଣୁ ଏହି ଆସନରେ ଜିତ୍‌ ହାର ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଡୁରାରୁ ନାମ ପରିବର୍ତ୍ତନ ହୋଇଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମେ ୨୦୦୦ ଏବଂ ପରେ ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ସେଠାରେ ବିଜେଡିର ବିକ୍ରମଙ୍କ ସହିତ ସେହି ଆସନରୁ ଲଗାତର ୩ ଥର ପରାସ୍ତ ହୋଇଥିବା ଭାଜପାର ବିଭୂତି ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଅଧ୍ୟକ୍ଷ ଜେ. ପି. ନଡ୍ଡା ପ୍ରଚାର କରିଥିବାରୁ ଏଥର ଜିତିବା ଆଶାରେ ଅଛନ୍ତି ବିଭୂତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ବରିଷ୍ଠ ଅଧିକାରୀ, ଅତିରିକ୍ତ ଫୋର୍ସ ଗଲେ ପୁରୀ

ପୁରୀ,୧୭ା୬: ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ପରେ ଅପ୍ରତ୍ୟାଶିତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟ ସରକାର ଅତିରିକ୍ତ ଫୋର୍ସ...

ପାହାଡ଼ରେ ପିଟିହେଲା ବସ୍‌

ବଣାଇ,୧୭ା୬: ସୁନ୍ଦରଗଡ଼ ଜିଲା ବଣାଇ ଘାଟିରେ ପାହାଡ଼ରେ ଏକ ବସ୍‌ ପିଟି ହୋଇଛି। ଫଳର ବସ୍‌ରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୫ ଜଣ ଆହତ ହୋଇଥିବା...

ରାୟଗଡ଼ାରେ ଡିପ୍‌ଥେରିଆ ଆତଙ୍କ

ଭୁବନେଶ୍ୱର/ ରାୟଗଡ଼ା,୧୭ା୬(ଅସମାପିକା ସାହୁ/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମନୁଷପଦର  ଗାଁରେ ଅଜଣା ରୋଗରେ ୫ ଶିଶୁଙ୍କ ମୃତ୍ୟୁ ପରେ କାରଣ...

ମଜୁରି ବୃଦ୍ଧି ଯୋଗୁ ଚାଷୀ ଅଣନିଃଶ୍ୱାସୀ

ପଟ୍ଟାମୁଣ୍ଡାଇ,୧୭ା୬ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ଏବଂ ଚାଷଖର୍ଚ୍ଚ ବୃଦ୍ଧିକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଏପରି କି ଅନେକ...

ଗଜାମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା,୧୭ା୬ (ଜଗନ୍ନାଥ ଧଳ): ଓଡ଼ିଶାକୁ ମୌସୁମୀ ଆସିବାରେ ବିଳମ୍ବ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା...

ଅନ୍ତର୍ଦ୍ୱନ୍ଦ୍ୱ, ଆତ୍ମଘାତୀ କାର୍ଯ୍ୟ ପରାଜୟର କାରଣ

ବାଲେଶ୍ୱର,୧୭।୬(ମାନସ ବିଶ୍ୱାଳ): ବାଲେଶ୍ୱର ବିଧାନସଭା କ୍ଷେତ୍ରରେ ବିଜେଡିର ପରାଜୟ ପରେ ଦଳ ପକ୍ଷରୁ ରବିବାର ସ୍ଥାନୀୟ ଷ୍ଟେଶନ କ୍ଲବଠାରେ ଏକ ସମୀକ୍ଷା ବୈଠକ କରାଯାଇଥିଲା। ଏଥିରେ...

ବଣରେ ରହୁଛି ୧୦୮ ଆମ୍ବୁଲାନ୍ସ, କ୍ଲବ ଘରେ ଷ୍ଟାଫ୍‌

ଗୋପ,୧୭।୬(ଭାରତୀ ଭୂଷଣ ଉପାଧ୍ୟାୟ): ସରକାର ସ୍ବାସ୍ଥ୍ୟସେବାକୁ ନେଇ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ନାଗପୁର ଉପ...

ରତ୍ନଭଣ୍ଡାର ସ୍ଥିତି ଶୋଚନୀୟ, ଅଳଙ୍କାର ନଷ୍ଟ ହେବା ଆଶଙ୍କା

ପୁରୀ,୧୭ା୬(ଅଜିତ୍‌ ମହାନ୍ତି): ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ହେବା ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ସାଧାରଣରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ନୂତନ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri