ବ୍ରହ୍ମପୁର, ଗୋପାଳପୁର ଫଳାଫଳକୁ ଅପେକ୍ଷା: କିଏ ଜିତିବ ଅଙ୍କ କଷୁଛନ୍ତି କର୍ମୀ

ବ୍ରହ୍ମପୁର,୨୪ା୫(ନରସିଂହ ସାହୁ): ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ୧୨ ଦିନ ବିତିଛି। ସେହିପରି ୫ ଦିନ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସରିଛି। ଜିଲାର ଦୁଇ ଲୋକ ସଭା ଓ ୧୩ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀମାନଙ୍କ ହାର୍‌ଜିତ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ମୁଖ୍ୟତଃ ବ୍ରହ୍ମପୁର ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଏଥର ବିଜେଡି ଓ ଭାଜପା ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ ଏହା ଉଭୟ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଜୁନ୍‌ ୪ ତାରିଖରେ ଭୋଟ ଗଣତିକୁ ଶାସକ ଓ ମୁଖ୍ୟ ବିରୋଧୀ ଦଳ କର୍ମୀ ଓ ସମର୍ଥକ ଅପେକ୍ଷା କରିଛନ୍ତି।
ବ୍ରହ୍ମପୁର ବିଧାନସଭା କ୍ଷେତ୍ରରେ ବିଧାୟକ ବିକ୍ରମ ପଣ୍ଡାଙ୍କ ପକେଟ ଭୋଟ ଥିବା ସତ୍ତ୍ୱେ ବିଜେଡି ପକ୍ଷରୁ ତାଙ୍କୁ ଗୋପାଳପୁର ପ୍ରାର୍ଥୀ କରାଯାଇଥିଲା। ଆସନ କାହିଁକି ପରିବର୍ତ୍ତନ କରାଗଲା ସେ ନେଇ ଆରମ୍ଭରୁ ନାନା ଚର୍ଚ୍ଚା ହୋଇଥିଲା। ସେହିପରି ୮୨ ବର୍ଷିୀୟ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପୁଣି ବ୍ରହ୍ମପୁର ଆସନ ଲାଗି ପ୍ରାର୍ଥୀ କରାଗଲା ତାହା ମଧ୍ୟ ଆଲୋଚନା ଓ ପର୍ଯ୍ୟାଲୋଚନା ପରିସରକୁ ଆସିଥିଲା। କଂଗ୍ରେସର ଅନ୍ତଃକନ୍ଦଳ ଯୋଗୁ ୧୯୯୫ ନିର୍ବାଚନରେ ଜନତା ଦଳରୁ ଏବଂ ୨୦୦୦ରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ବିଜେଡିରୁ ସହଜରେ ନିର୍ବାଚିତ ହୋଇଥିଲେ ଚ୍ୟାଉ ପଟ୍ଟନାୟକ। ଏଥର ସେ ସଙ୍କଟରେ ପଡ଼ିଛନ୍ତି। ଭାଜପାର ନୂଆ ପ୍ରାର୍ଥୀ କେ. ଅନୀଲ କୁମାର ତାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିଛନ୍ତି। ତେଲୁଗୁ ଭାଷାଭାଷି ବହୁଳ ଏହି ଆସନରେ ପ୍ରଥମ କରି ଜାତୀୟ ଦଳ ଭାଜପା ଅନିଲଙ୍କୁ ପ୍ରାର୍ଥୀ କରିଛି। ତେଲୁଗୁ ଭୋଟରଙ୍କ ସମର୍ଥନରେ ସେ ଜିତିବେ ବୋଲି ଆଶା ରଖିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଚାର କରିଥିବାରୁ ମତଦାନ ପରେ ନିଶ୍ଚିତ ହୋଇଯାଇଛନ୍ତି। ଅନ୍ୟପକ୍ଷରେ ସହରରେ ନବୀନ ହାୱା ଥିବାରୁ ଜିତିବା ଆଶା ରଖିଛନ୍ତି ଚ୍ୟାଉବାବୁ। ତେବେ ଅନେକ ଜଣାଶୁଣା ବିଜେଡି ନେତା ଓ କର୍ମୀ ତାଙ୍କୁ ବିରୋଧ କରି ଦଳରୁ ଇସ୍ତଫା ଦେଇ ଭାଜପାରେ ମିଶିଥିଲେ। ତେଣୁ ଏହି ଆସନରେ ଜିତ୍‌ ହାର ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ଡୁରାରୁ ନାମ ପରିବର୍ତ୍ତନ ହୋଇଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମେ ୨୦୦୦ ଏବଂ ପରେ ୨୦୦୯ରୁ ୨୦୧୯ ମଧ୍ୟରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ସେଠାରେ ବିଜେଡିର ବିକ୍ରମଙ୍କ ସହିତ ସେହି ଆସନରୁ ଲଗାତର ୩ ଥର ପରାସ୍ତ ହୋଇଥିବା ଭାଜପାର ବିଭୂତି ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାଜପା ଅଧ୍ୟକ୍ଷ ଜେ. ପି. ନଡ୍ଡା ପ୍ରଚାର କରିଥିବାରୁ ଏଥର ଜିତିବା ଆଶାରେ ଅଛନ୍ତି ବିଭୂତି।


Enter your email to get our daily news in your inbox.

All Right Reserved By Dharitri.Com

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ଯୁବକଙ୍କୁ ଠେଙ୍ଗାରେ ଆକ୍ରମଣ, ଗୁରୁତର ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

କୋକସରା,୧୪ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମରେ ଠେଙ୍ଗା ଆକ୍ରମଣରେ ଗୁରୁତର ଯୁବକଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି। ମୃତକ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri