ଆମ ଜିଲା ଖବର

ଘର ଆଗରେ ହୁତ୍‌ହୁତ୍‌ ହୋଇ ଜଳିଗଲା କାର୍‌

ବାଲିଗୁଡ଼ା,୩୧ା୭(ସଞ୍ଜୟ ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପିପଳ ସାହିରେ ଘର ଆଗରେ ଥିବା ଏକ କାର୍‌ ନିଆଁ ଲାଗି ଜଳିଯାଇଛି। ତେବେ କାର୍‌ଟି କେଉଁ କାରଣରୁ ଜଳିଗଲା ତାହା ଏଯାଏ ସ୍ପଷ୍ଟ ଜଣାପଡ଼ିନାହିଁ। ସୂଚନାନୁଯାୟୀ, ସବୁଦିନ ଭଳି ସମୀର ବଳିଆରସିଂ ନିଜ…

ପଡୋଶୀ ବୃଦ୍ଧଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧା ମୃତ, ଅଭିଯୁକ୍ତ ଗିରଫ

କୋକସରା,୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମର ଜଣେ ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି (୫୫) ବୁଧବାର ପାହାନ୍ତାରୁ ସବୁଦିନ…

କେନ୍ଦୁଝର ଦେଇ ଚାଲିବ ଟାଟାନଗର-ବ୍ରହ୍ମପୁର ଟେନ୍‌

କେନ୍ଦୁଝର,୩୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଟାନଗରରୁ କେନ୍ଦୁଝର ଦେଇ ବ୍ରହ୍ମପୁରକୁ ବନ୍ଦେ ମାତରମ ଟ୍ରେନ୍‌ ଚାଲିବା ନେଇ ଚର୍ଚ୍ଚା ହେଉଛି। ତେବେ ଏ ନେଇ ରେଳ ବିଭାଗ ପକ୍ଷରୁ ଆଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏହା ଏବେ ସୋସିଆଲ ମିଡିଆରେ…

ଓଲଟିଲା ଓ୍ବାଟର ଟ୍ୟାଙ୍କର

ଛତ୍ରପୁର,୩୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ କାଳିଆବାଲି ଛକରେ ବୁଧବାର ଏକ ଓ୍ବାଟର ଟ୍ୟାଙ୍କର ଓଲଟି ପଡ଼ିଛି। ମିଳିଥିବା ସୂଚନା ମୁତାବକ ଏକ ନମ୍ବର ବିହୀନ ପାଣି ଟ୍ୟାଙ୍କରଟି ବ୍ରହ୍ମପୁରରୁ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ…

ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୩୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଓ ଜାତୀୟ ରାଜପଥ ସମେତ ବ୍ଲକ ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ପାଇଛି। ଏହାର ମୁଖ୍ୟ କାରଣ ସ୍ଥାନୀୟ ପ୍ରଶାସନ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଉଠାଦୋକାନୀମାନଙ୍କ ଥଇଥାନ ବ୍ୟବସ୍ଥା କରାଯାଇନାହିଁ। ଏବେ…

୧୩୫ ବୋତଲ କଫ ସିରପ୍‌ ଜବତ

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଭୁକ୍ତା ଗ୍ରାମରେ ସୋମବାର ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉରେ ୧୩୫ ବୋତଲ କଫ ସିରପ୍‌ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ବିନୋଦ ଡୁଙ୍ଗୁରୀଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ ଏକ ମାମଲା…

ନାବାଳିକା ବଳାତ୍କାର ମାମଲାରେ ଥିଲେ ଜେଲ୍‌ରେ , କୋର୍ଟରେ ହାଜର ହେବା ପାଇଁ ଆସିଲାବେଳେ ମାରିଲେ ଛୁ କୋର୍ଟ ଆଗରୁ ବିଚାରାଧୀନ ବନ୍ଦୀ ଫେରାର

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ଗେଟ୍‌ ଆଗରୁ ବୁଧବାର ଜଣେ ବିଚାରାଧୀନ ବନ୍ଦୀ ଫୋରାର୍‌ ହୋଇ ଯାଇଛନ୍ତି। ଫେରାର ଅଭିଯୁକ୍ତ ହେଲେ, ବରଗଡ଼ ସଦର ଥାନା ଅର୍ନ୍ତଗତ ସୟା ଗ୍ରାମର ବାବାଜୀ ଛୁରିଆ (୨୩) । ସେ ନାବାଳିକା ବଳାତ୍କାର ମାମଲାରେ…

ଚା ଦୋକାନୀଙ୍କୁ ପୋଲିସର ମାଡ଼, ପରେ…

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକର କେତେକ ଚା’ ଦୋକାନୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଚା ଦୋକାନୀମାନେ ଗ୍ରାମାଞ୍ଚଳ ଥାନାରେ ସୋମବାର ଲିଖିତ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ…

ଗଳିକନ୍ଦିରେ ସଟ୍ଟା, ପୋଲିସ ନୀରବଦ୍ରଷ୍ଟା

ବରଗଡ଼,୩୧।୭(ପ୍ରେମନନ୍ଦ ଖମାରୀ): ବରଗଡ଼ ଜିଲାରେ ସଟ୍ଟା(ଜୁଆଖେଳ) ସାଧାରଣରେ ପରିଣତ ହୋଇଯାଇଛି। ଜିଲାର ସଦର ମହକୁମାଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ଲକରେ ଏହା ଅବାଧରେ ଚାଲିଥିବା ଅଭିଯୋଗ ହେଉଛି। ତେବେ ଜିଲାର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଗଳିକନ୍ଦିରେ ସଟ୍ଟାଖେଳ ଚାଲିଥିବାବେଳେ ପୋଲିସ…

ହାଇସ୍କୁଲ ଅପ୍‌ଗ୍ରେଡେଶନ ହୋଇ ଖୋଲିଲା ଯୁକ୍ତ ୨: ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ୮ ଛାତ୍ରୀଛାତ୍ର, କାଲିଠୁ ପାଠପଢ଼ା

ପୁରୁଷୋତ୍ତମପୁର,୩୧ା୭(ସୀମାଞ୍ଚଳ ମିଶ୍ର): ଗ୍ରାମାଞ୍ଚଳ ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷା ଯୋଗାଇଦେବା ଲାଗି ସରକାର ରାଜ୍ୟରେ ୭୯ଟି ହାଇସ୍କୁଲକୁ ଅପ୍‌ଗ୍ରେଡେଶନ (ଉତ୍ତୀର୍ଣ୍ଣ) କରି ଯୁକ୍ତ୨ ଶ୍ରେଣୀ ଖୋଲିବା ଲାଗି ଘୋଷଣା କରିଥିଲେ। ଏହିକ୍ରମରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଏକମାତ୍ର ପ୍ରତାପପୁର ଗ୍ରାମରେ ୧୯୭୩ ମସିହାରେ…

ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ…

ବ୍ରିଜ୍‌ ଉପରେ ଥୁଆ ହୋଇଛି ସ୍କୁଟି, କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ

କଟକ,୩୧।୭: (କାର୍ତ୍ତିକ ସାହୁ): କାଠଯୋଡି ନଦୀକୁ କେହି ଡେଇଁପଡ଼ିଥିବା ସନ୍ଦେହ କରାଯାଉଛି। ହେଲେ ଚାଳକଙ୍କ ପତ୍ତା ମିଳୁନି । ତେବେ ସେ ନଦୀକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ଟିମ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?