ବିଧବାଙ୍କ ମୁଣ୍ଡ ଉପରେ ୪ ସନ୍ତାନ ବୋଝ: ସହାୟତା ପାଇଁ ଦାବି

କର୍ଲାମୁଣ୍ଡା,୨।୧୦(ପ୍ରଦୀପ କୁମାର ସାହୁ):ଜଣେ ଅଳ୍ପ ବୟସ୍କ ମହିଳାଙ୍କ କାନ୍ଧରେ ୪ ସନ୍ତାନର ବୋଝ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଂଜା ଗାଁର ସ୍ବର୍ଗତ ଚୁଡାମଣୀ ସେଲମା (୩୫) ସ୍ତ୍ରୀ ସୁମିତ୍ରା ସେଲମା( ୩୦) ବଡ଼ ଝିଅ ପ୍ରତିଜ୍ଞା ସେଲମା( ୧୩) ସପ୍ତମ ଶ୍ରେଣୀ ଛାତ୍ରୀ,ଦ୍ୱିତୀୟ ଝିଅ ନିହାରିକା ସେଲମା (୯) ତୃତୀୟ ଶ୍ରେଣୀ ଛାତ୍ରୀ, ତୃତୀୟ ଝିଅ ସିଦ୍ଧିଦାତ୍ରୀ ସେଲମା (୪) କନିଷ୍ଠ ପୁତ୍ର ଆହ୍ବାନ ସେଲମା (୨)କୁ ନେଇ ବେଶ ହସ ଖୁସିରେ ସଂସାର ଚାଲିଥିଲା। ଚୂଡ଼ାମଣି ଚପଲ ଦୋକାନ କରି ପରିବାର ପୋଷୁଥିଲେ। ତେବେ ଗତ ଡିସେମ୍ବର ମାସରେ ଚୂଡ଼ାମଣି ହଠାତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ବିଶାଖାପାଟଣା ଏକ ଘରୋଇ ଡାକ୍ତରଖାନାରେ ବିଜୁ ସ୍ବାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ଆରମ୍ଭ କରାଇଥିଲେ। ସେଠାରେ ତାଙ୍କର ଲିଭର ନଷ୍ଟ ହୋଇଥିବା ଜଣାପଡିବା ପରେ ଘରର ଜମିକୁ ବିକ୍ରି କରି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ହେଁ, ରୋଗ ଠିକ ହୋଇ ପାରି ନ ଥିଲା। ଶେଷରେ ଚଳିତ ବର୍ଷ ଅଗଷ୍ଟ ମାସରେ ଚୂଡ଼ାମଣି ମୃତ୍ୟୁବରଣ କରିଥିଲେ।

ସ୍ବାମୀଙ୍କ ମୃତ୍ୟୁ ପରେ ୪ ସନ୍ତାନକୁ କିପରି ପୋଷିବେ ଓ ପାଠ ପଢେଇବେ ସେନେଇ ଭାଙ୍ଗି ପଡିଛନ୍ତି ସୁମିତ୍ରା ସେଲମା। ଏହା ବ୍ୟତୀତ ସୁମିତ୍ରାଙ୍କ ଶ୍ୱଶୁର ଦାଶରଥି ସେଲମା ପଞ୍ଚାୟତର ଚତୁର୍ଥ ଶ୍ରେଣୀ କର୍ମଚାରୀ। ତାଙ୍କର ଦରମା ମାସିକ ୨୨୦୦ ଟଙ୍କା। ଅଳ୍ପ ଦରମାରେ ଏତେ ବଡ଼ ପରିବାରକୁ କେମିତି ଖାଇବାକୁ ଦି ମୁଠା ଯୋଗାଡ଼ କରିବେ, ସେନେଇ ଦାଶରଥି ଭାଙ୍ଗି ପଡିଛନ୍ତି। ଅନ୍ୟପଟେ ଶ୍ୱଶୁର ଦାଶରଥିଙ୍କ ମୁଣ୍ଡ ଉପରେ ଦ୍ୱିତୀୟ ପୁଅ ଓ ବୋହୁ, ତାଙ୍କ ପତ୍ନୀ ସାନ ପୁଅ ତା’ ସାଙ୍ଗକୁ ବୃଦ୍ଧ ବାପା ଏପରି କି ୧୧ ସଦସ୍ୟ ବିଶିଷ୍ଟ ପରିବାରକୁ ନେଇ ସଂସାର। ସରକାରୀ ସହାୟତା କହିଲେ ସୁମିତ୍ରାଙ୍କ ବିଧବା ଭତ୍ତା ଏକ ହଜାର। ଶ୍ୱଶୁରଙ୍କ ମାସିକ ଦରମା ୨୨ ଶହ ଓ ଅଜା ଶଶୁରଙ୍କ ବାର୍ଦ୍ଧକ୍ୟ ଭତ୍ତା ଏକ ହଜାର ଟଙ୍କା ସାଙ୍ଗକୁ ରାସନ କାର୍ଡ ଜରିଆରେ ମିଳୁଥିବା ୫୫କେଜି ଚାଉଳ। ଏଣୁ ବାପ ଛେଉଣ୍ଡ ଏହି ୪ରି ପିଲାଙ୍କୁ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ରୋଗୀସେବା ବ୍ୟାହତ: ଦୁର୍ଘଟଣାରେ ଆହତଙ୍କୁ ଚିକିତ୍ସା ନ ମିଳିବାରୁ ବୁର୍ଲା ସ୍ଥାନାନ୍ତର

ବରଗଡ଼,୩।୭(ପ୍ରେମାନନ୍ଦ ଖମାରୀ)- ରାଜ୍ୟରେ ଡାକ୍ତରମାନଙ୍କ ବିଭିନ୍ନ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ଯୋଗୁ ସାଧାରଣ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଡାକ୍ତରଖାନା ଗୁଡ଼ିକରେ ରୋଗୀସେବା ତଥା…

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଯୌତୁକ ପାଇଁ ନିର୍ଯ୍ୟାତନା ପରେ  ସ୍ତ୍ରୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ: ସ୍ବାମୀ ଗଲେ ଜେଲ 

ଦିଗପହଣ୍ଡି,୩|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଶୁଣ୍ଡିପଲ୍ଲୀ ଗ୍ରାମର ବର୍ଷା ସିଂ(୨୦)ଙ୍କୁ ଯୌତୁକ ପାଇଁ ଶ୍ବଶୁର ଘର ଲୋକେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା…

ହେଲୋ ପଏଣ୍ଟଠାରେ ୭୭ତମ ବନ ମହୋତ୍ସବ: ଯୋଗଦେଲେ…

ଥୁଆମୂଳ ରାମପୁର, ୩।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରାସ୍ଥିତ ହେଲୋ ପଏଣ୍ଟଠାରେ ଶୁକ୍ରବାର ଥୁଆମୂଳ ରାମପୁର ଦକ୍ଷିଣ ବନାଞ୍ଚଳ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri