ମାଣ୍ଡିପଙ୍କାକୁ ନୂଆ ପଞ୍ଚାୟତ ଗଠନ ପାଇଁ ଜୋର୍‌ ଧରିଲା ଦାବି

ଦାରିଙ୍ଗବାଡ଼ି,୩ା୧୧ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତଠାରୁ ବହୁ ଦୂରରେ ରହିଥିବା ମାଣ୍ଡିପଙ୍କା ଗ୍ରାମକୁ ପଞ୍ଚାୟତ ଭାବେ ଗଠନ କରାଯିବାକୁ ଅଞ୍ଚଳବାସୀ ଦାବି ଉଠାଇବା ସହ ଟେଲି କମ୍ୟୁନିକେଶନ ସଂଯୋଗ ଦାବି କରିଛନ୍ତି।
ପ୍ରକାଶ ଯେ, ମାଣ୍ଡିପଙ୍କାରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଓ ୬ ଜଣ ଗୁରୁତର ହେବା ପରେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣା ଘଟିବା ସଙ୍ଗେ ସଙ୍ଗେ ଏହାକୁ ଜିଲା ପ୍ରଶାସନ ଗୁରୁତର ଭାବେ ନେଇ ନିଜେ ଜିଲାପାଳ ଅମ୍ରିତ ଋତୁରାଜ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଗସ୍ତ କରି ତଦନ୍ତ କରିଛନ୍ତି। ଆମ୍ବଟାକୁଆ ନୁହଁ, ବାସି ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟରେ ବିଷ ପ୍ରକ୍ରିୟା ସୃଷ୍ଟି ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସରକାର ରିପୋର୍ଟ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ କାମ ମିଳୁ ନ ଥିବା ଓ ଚାଷ ପାଇଁ ଜଳର ଅଭାବ ସହ ବିଭିନ୍ନ ସମସ୍ୟା ରହିଛି। ଘଟଣା ପରେ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କରୁସିନ୍ଧୁ ବେହେରା ଶନିବାର ମାଣ୍ଡିପଙ୍କାରେ ପହଞ୍ଚି ସ୍ଥିତି ପରଖିଛନ୍ତି। ସେ ମୃତକଙ୍କ/ଗୁରୁତରଙ୍କ ପରିବାର ଏବଂ ଗ୍ରାମବାସୀଙ୍କୁ ଭେଟି ଗ୍ରାମରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଗ୍ରାମବାସୀ ପ୍ରକଳ୍ପ ପ୍ରଶାସକଙ୍କୁ ଗ୍ରାମରେ ରହିଥିବା ସମସ୍ୟାଗୁଡିକ ମଧ୍ୟରେ ବଡ଼ ସମସ୍ୟା ହେଲା ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରାୟ ୧୦ କିଲୋମିଟର ଯିବାକୁ ପଡୁଛି। ଚାଉଳ ଆଣିବା ଓ ବିଭିନ୍ନ କାର୍ଯ୍ୟରେ ଯାତାୟାତ ସମସ୍ୟା ହେଉଛି। ତେଣୁ ଉକ୍ତ ପଞ୍ଚାୟତର ମେରାମହା, ବୁଦୁଲି,ସୁନ୍ଦରପାଙ୍କା, ଖ୍ରୀଷ୍ଟପୁର ଓ ରାଜପୁରକୁ ନେଇ ପଞ୍ଚାୟତ ଗଠନ କରାଯିବାକୁ ସେମାନେ ଦାବି ଜଣାଇଛନ୍ତି।

ସେହିପରି ଶୁଦ୍ଧ ପାନୀୟଜଳ ବସୁଧା ଯୋଜନାରେ ଯୋଗାଇଦେବା ସହ ମୋବାଇଲ ନେଟ୍‌ଓ୍ବର୍କ, ପଣସ ସାହି ସମେତ ଅନ୍ୟ ସାହିକୁ କଂକ୍ରିଟ ରାସ୍ତା ନିର୍ମାଣ ଦାବି କରିଛନ୍ତି। ସମସ୍ତ ଅଭିଯୋଗକୁ ଏକ ରିପୋର୍ଟ ପ୍ରସ୍ତୁତ କରି ଜିଲା ପ୍ରଶାସନକୁ ଅବଗତ କରିବି ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା କହିଛନ୍ତି। ସେହିପରି କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ମଧ୍ୟ ପ୍ରକଳ୍ପ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?