ଗୋଟିଏ ରାତିରେ ୩ ନାବାଳିକା ଝିଅଙ୍କ ଜୀବନ ନେଲା ବିଷଧର ସାପ, ବାପା ଗୁରୁତର
ବୌଦ୍ଧ,୯ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁରେ ସାପକାମୁଡ଼ାରେ ଗୋଟିଏ ପରିବାରର ୩ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି। ମୃତ ଭଉଣୀଙ୍କ…
କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍
କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ…
ବ୍ଲାକ୍ରୋଜ୍ ଜାହାଜ ବୁଡ଼ିକୁ ୧୫ ବର୍ଷ ପୂରିଲା: ସରୁନି ତଦନ୍ତ, ହେଉନି ରହସ୍ୟ ଉନ୍ମୋଚନ
ପାରାଦୀପ,୯।୯(ଶରତ ରାଉତ): ପାରାଦୀପ ବନ୍ଦର ନିକଟରେ ଏମ୍ଭି ବ୍ଲାକ୍ରୋଜ୍ ଜାହାଜ ବୁଡ଼ି ଘଟଣାକୁ ସୋମବାର ୧୫ ବର୍ଷ ପୂରୁଛି। ବନ୍ଦରଠାରୁ ୬ କି.ମି. ସମୁଦ୍ରର ଆଙ୍କରେଜ୍ ଏରିଆରେ ୨୦୦୯ ସେପ୍ଟେମ୍ବର ୯ରେ ଏହି ଜାହାଜ ବୁଡ଼ି ଯାଇଥିଲା। ପ୍ରାୟ ୨୦୧୪ ମସିହା…
କେନ୍ଦୁଝରରେ ବେଙ୍ଗଲ ବ୍ରିଡ ଲେମ୍ବୁ: ବାସ୍ନା ଆଉ ସ୍ବାଦରେ ସମ୍ପୂର୍ଣ୍ଣ ଘରୋଇ
କେନ୍ଦୁଝର,୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ବେଙ୍ଗଲ ବ୍ରିଡ୍ ଲେମ୍ବୁ ବିକ୍ରି ଦେଖି ସବୁ ଚକିତ। ଏହି ଲେମ୍ବୁ ଗୋଟା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ଏହାର ମଞ୍ଜି କଲିକତାରୁ ଆଣି ବାଡ଼ିରେ ଲଗାଇଥିଲେ। ଦୁଇଟି ଗଛରେ ଏଭଳି ବହୁତ୍…
ବନ୍ଦ ଘରୁ କଳାକନା ବୁଲାଇଲେ ଦୁର୍ବୁତ୍ତ: ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ
ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧିନ ବ୍ୟାଙ୍କ କଲୋନୀ ରଘୁନାଥ ଯୋତିଙ୍କ ବନ୍ଦ ଘରୁ କଳାକନା ବୁଲାଇଛନ୍ତି ଦୁର୍ବୁତ୍ତ। ଘରେ କେହି ନଥିବାର ସୁଯୋଗ ନେଇ ଏହି ଚୋରି ହୋଇଥିବା ଜଣାପଡିଛି । ଏନେଇ ରଘୁନାଥ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ…
ଦିନ ରାତି ଜଳି ରହୁଛି ବିଭିନ୍ନ କାର୍ଯ୍ୟାଳୟର ଷ୍ଟ୍ରିଟ୍ ଲାଇଟ୍
ଥୁଆମୂଳ ରାମପୁର,୮।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇ ଦୈନିକ ମାର୍କେଟ ପର୍ଯ୍ୟନ୍ତ ଲାଗିଥିବା ଷ୍ଟ୍ରିଟଲାଇଟ୍ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ି ରହିଥିବା ବେଳେ ଦିନ ରାତିସାରା ଜଳୁଛି…
ଧର୍ମେନ୍ଦ୍ରଙ୍କ ବିସ୍ଫୋରକ ବୟାନ, କହିଲେ ମଉଜ ପାଇ ନବୀନ-ପାଣ୍ଡିଆନ…
ସମ୍ବଲପୁର,୮।୯: ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ଏଥିରେ ସେ ସମ୍ବୋଧନ କରି କହିଛନ୍ତି, ଓଡ଼ିଆ ଅସ୍ମିତାର ବିଜୟ…
ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିଲେ ଯୁବକ: ୨ ବର୍ଷ ପରେ ଗିରଫ କଲା ପୋଲିସ
ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ରବିବାର ରିତୁ ଦାସ ନାମକ ଜଣେ ଯୁବକଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଵତନ୍ତ୍ର ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ପ୍ରାୟ ୨ ବର୍ଷ ହେଲା ଫେରାର…
୨ବାଇକ ମୁହାଁ ମୁହିଁ ଧକ୍କା, ଚାଲିଗଲା ଜୀବନ
ରେଢାଖୋଲ ,୮।୯(ଅଚ୍ୟୁତାନନ୍ଦ ପୁରୋହିତ): ଚାରମାଳ ଥାନା ଅଧିନ ୫୫ନଂ ଜାତୀୟ ରାଜପଥର ଆମ୍ବଦର ଓଭରବ୍ରିଜ ଉପରେ ରବିବାର ଦିନ ୧୨ଟା ବେଳେ ୨ଟି ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।…
ପାଟଣା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟକୁ ସବ୍ଡିଭିଜନ ମାନ୍ୟତା ଦାବି, ପୂରଣ ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ
ପାଟଣା,୮ା୯(ବୀରକିଶୋର ଦାଶ): ରାଜ୍ୟରେ କେତୋଟି ନୂଆ ସବ୍ଡିଭିଜନ ଖୋଲା ଯିବା ନେଇ ବିଧାନସଭାରେ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏସଂକ୍ରାନ୍ତରେ ୬୪ଟି ଦାବିପତ୍ର ହସ୍ତଗତ ହୋଇଥିବା ଗୃହକୁ ସୂଚନା ଦେବା ପରେ କେନ୍ଦୁଝର…
ପିଇଓଙ୍କୁ ଜାତିଆଣ ଆକ୍ଷେପ ମାମଲା: ଘଟଣାକୁ ଚପାଇ ଦେବା ପାଇଁ ବିଡିଓଙ୍କ ନାମରେ ପାଲଟା ଅଭିଯୋଗ
ହାଟଡିହୀ,୮ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଉର୍ମିଳା ମୁର୍ମୁଙ୍କୁ ଜାତିଆଣ ଆକ୍ଷେପ, ଗାଳିଗୁଲଜ ଏବଂ ହତ୍ୟା ଧମକ ନେଇ ହାଟଡିହୀ ବ୍ଲକ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ବ୍ଲକ ପିଇଓ ସଂଘ ଅଭିଯୁକ୍ତ ପନ୍ଦାଡ଼ୋ ସରପଞ୍ଚ…
ଲଘୁଚାପ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ, ଭୁଶୁଡ଼ିଲା ୧୦ରୁ ଅଧିକ ଘର
କୁନ୍ଦୁରା,୮ା୯(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲଘୁଚାପ ଜନିତ ବର୍ଷାରେ ୩ ପଞ୍ଚାୟତ ଜଳବନ୍ଦୀ ଘେରରେ ରହିଛି। କୁନ୍ଦୁରା ବ୍ଲକ ସୀମାନ୍ତରେ ରହିଥିବା ୩ ପଞ୍ଚାୟତ ଘୁମର,ମସିଗାଁ ଏବଂ ଦିଗାପୁର ବିରି ଏବଂ କୋଲାବ ନଦୀ ଉଛୁଳିବା ଯୋଗୁ ଜଳବନ୍ଦୀ…

