ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼: ଡମ୍ପିଂୟାର୍ଡର ନଥିବାରୁ କୁଢ଼କୁଢ଼ ଆବର୍ଜନା ଦୁର୍ଗନ୍ଧରେ ନାକ ଟେକୁଛନ୍ତି…

ଦାରିଙ୍ଗବାଡି,୫।୧୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିର ପର୍ଯ୍ୟଟନକ୍ଷେତ୍ର ଓ ଜଙ୍ଗଲ ଏବେ ଦୂଷିତ ପରିବେଶ ଦିଗକୁ ଗତି କରୁଛି । ପ୍ରତିଦିନ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି। ଏହା ସହ ବିଭିନ୍ନ ସ୍ଥାନରୁ ସରକାରୀ ଓ ବେସରକାରୀ କାର୍ଯ୍ୟରେ ଶହ ଶହ ଲୋକ ଦାରିଙ୍ଗବାଡି ଆସୁଛନ୍ତି। ସେହି ତୁଳନାରେ ବ୍ୟବସାୟ କରିବା ପାଇଁ ପନିପରିବା ଦୋକାନ ଠାରୁ ଆରମ୍ଭ କରି ଜଳଖିଆ, ଚା’ ମିଲ୍ସ ହୋଟେଲଗୁଡିକ ରହିଛି। ଏହି ସବୁ ବ୍ୟବସାୟିକ କ୍ଷେତ୍ରରୁ ଦୈନିକ କୁଢ଼ କୁଢ଼ ପ୍ଲାଷ୍ଟିକ, ଥର୍ମାକଲ ପ୍ଲେଟ, ପଲିଥିନ, ପେପର କପ୍‌ ସମେତ ଅନେକ ଅଳିଆ ଆବର୍ଜନା ବାହାରୁଛି। ହେଲେ ଏହାକୁ ଗୋଟିଏ ସ୍ଥାନରେ ପକାଯିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ସ୍ଥାନରେ ଡମ୍ପିଂୟାର୍ଡର ବ୍ୟବସ୍ଥାନାହିଁ । ଫଳରେ ବଜାର ସମେତ ପର୍ଯ୍ୟଟନକ୍ଷେତ୍ର ଜଙ୍ଗଲ ଓ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଲାଣି। ଏହାର ଦୁର୍ଗନ୍ଧରେ ପର୍ଯ୍ୟଟକ ନାକ ଟେକୁଛନ୍ତି।
ଏ ନେଇ ଦାରିଙ୍ଗବାଡି ତହସିଲଦାର ଶରତ ଶବର କହିଛନ୍ତି ଡମ୍ପିଂୟାର୍ଡ ପାଇଁ ଜମି ଚି଼ହ୍ନଟ ହୋଇସାରିଛି। କିନ୍ତୁ ଡମ୍ପିଂୟାର୍ଡ କେବଳ କରାଗଲେ ହେବନି ପ୍ରତିଦିନ ବାହାରୁଥିବା ଆବର୍ଜନାକୁ ନଷ୍ଟ ପ୍ରକ୍ରିୟା ପାଇଁ ପଞ୍ଚାୟତ ତାର ଦାୟିତ୍ୱ କରିବା ଦରକାର।
ଏ ନେଇ ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ କହିଛନ୍ତି ଯେ, ପ୍ରଥମେ ଡମ୍ପିଂୟାର୍ଡର ପାଇଁ ଜମି ପ୍ରଦାନ କଲେ ପଞ୍ଚାୟତ ହେଉ କି ପଞ୍ଚାୟତ ସମିତି ଆବର୍ଜନା ଗୁଡିକ ନେଇ ନଷ୍ଟ କରିବ। ଆବର୍ଜନା ବାହାରେ ପକାଇବା ପାଇଁ ପଞ୍ଚାୟତ ଏକ ଗାଡି ପାଇଁ ପ୍ରୋପଜାଲ ପଠାଇଥିବା ସରପଞ୍ଚ କହିଛନ୍ତି। ପ୍ରଶାସନ ଓ ପଞ୍ଚାୟତ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଦାରିଙ୍ଗବାଡି ଏବେ ଅଳିଆ ଗଦାରେ ରହିଛି ବୋଲି କୁହାଯାଉଛି। ପର୍ଯ୍ୟଟକ ଏବେ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦାରିଙ୍ଗବାଡି ବୁଲିବାକୁ ଆସିବେ। ତେଣୁ ଏହା ପୂର୍ବରୁ ଡମ୍ପିଂୟାର୍ଡ ହୋଇଯିବା ଦରକାର ବୋଲି ଅଞ୍ଚଳର ବ୍ୟବସାୟୀ ମାନେ ଦାବି କରିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?